ତୁମେ ମୋତେ ଚାହୁଁଛ କି ନା ମୁଁ ଜାଣେନା
କିନ୍ତୁ, ମୋତେ ଲାଗୁଛି ତୁମେ ମୋତେ ଚାହୁଁଛ।
ମୋର କହିବା ତୁମେ ଶୁଣୁଛ କି ନା ମୁଁ ଜାଣେନା
କିନ୍ତ, ମୋତେ ଲାଗୁଛି ତୁମେ ଶୁଣୁଛ।
ମୋତେ ଦେଖି ତୁମେ ହସୁଛ କି ନ ମୁଁ ଜାଣେନା
ମୋତେ ତୁମେ ଭଲ ପାଉଛ କି ନା ମୁଁ ଜାଣେନା
ହେଲେ ମୁଁ ତୁମକୁ ଚାହୁଁଛି, ତୁମକୁ ଡାକୁଛି
ଆଉ, ମୁଁ ତୁମକୁ ଭଲପାଉଛି
ମୋ ଜୀବନଠୁଁ ବି ବେଶୀ।
କାରଣ ତୁମ ନାଲି ଓଠର ମୁରୁକି ମୁରୁକି
ହସତ ମୋତେ ଆକୃଷ୍ଟ କରିଛି
ତୁମେ ହିଁ ତ ମୋତେ ଏଠାକୁ ନେଇ ଆସିଛ
ତୁମେ ହିଁ ତ ମୋତେ ସବୁକିଛି ଦେଇଛ
ଆଉ, ତୁମେ ହିଁ ମୋତେ ଶିଖାଇଛ ‘ଭଲପାଇବା’
ହଁ, ୟା ପରେ ବି ଯଦି ତୁମେ ମୋତେ ଭଲନପାଅ
ତାହାଲେ ହେ ପ୍ରଭୁ,
ତୁମର ବିଶାଳ ବାହୁରେ ମୋତେ ଟାଣି ନେଇ
ଲୀନ କରିଦିଅ ତୁମରି ଶରୀରେ।
ଗୋପବନ୍ଧୁ ହାଇସ୍କୁଲ୍, ପୋଲସରା,ଗଂଜାମ, ପିନ୍-୭୬୧୧୦୫, ମୋ-୯୮୬୧୭୩୨୨୫୬
E-mail- subhakantasahu@rocketmail.com
Go Back to Previous Page
ହେ ଆକାଶ
ମାମାଜିନି ପ୍ରଧାନ
Read Article
ଦୁବ
କାମଦେବ ମହାରଣା
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ