 
     
                    
“କଣ ଏଇଟା ତୋର ଶେଷ ନିଷ୍ପତି?” ଫୋନ୍ ଆରପଟୁ ଗୋଟିଏ ସଂକ୍ଷିପ୍ତ ଉତ୍ତର; ‘ହଁ’... ବାସ୍ ତାପରେ ମୁଁ ଫୋନ୍ କାଟିଦେଲି ରାତି ପ୍ରାୟ ୧୧:୪୫ହେବ, ଡିସେମ୍ବର ମାସର ଶୀତୁଆ ରାତି ଘରେ ସମସ୍ତେ ଶୋଇ ଗଲେଣି, ମୁଁ ଝିଅକୁ ଶୁଆଇ ସାରି ଫୋନ୍ କରିଥିଲି ମୋ ସାନ ଭଉଣୀକୁ ବୁଝାଇ ବୁଝାଇ ତାକୁ ଥକିଗଲିଣି ବାହାଘର ପାଇଁ ହେଲେ ସେ ତା’ ଜିଦରେ ଅଟଳ ଏକା ଜିଦ୍ ବାହା ହେବନି ଏବେ ପ୍ରାୟ ଏକ ଘଣ୍ଟା ହେବ ତାକୁ ସମାଜ, ନୀତିନିୟମ, ପ୍ରେମ, ବୁଝାମଣା, ସମ୍ପର୍କର ମୋହ ଏମିତି ଅନେକ କିଛି ବୁଝାଇ ଚାଲିଥିଲି ଶେଷରେ କିନ୍ତୁ ସେ ତା’ ନିଷ୍ପତିରେ ସ୍ଥିର ରହିଲା କଣ ନା ବାହାହେଲେ ଲାଇଫ୍ ବରବାଦ ହେଇଯିବ ବିଲକୁଲ ସେ ଧନ୍ଦାରେ ଫସିବିନି
X X X X X X X X X
ଏଇ ମୋର ସାନ ଭଉଣୀ ନମିତା ମୋ ବୋଉର ଆମେ ଆଗପଛ ହେଇ ଦୁଇ ଝିଅ ସେ ମୋ ଠାରୁ ଦୁଇ ବର୍ଷ ସାନ ସାନ ଭଉଣୀ ନୁହଁ ତ ସାଙ୍ଗଟିଏ ପରି ପିଲାବେଳେ ସାଙ୍ଗ ହେଇ ସ୍କୁଲ ଯିବା, ଏକା ସାଙ୍ଗେ ଖେଳିବା, ଖାଇବା, ଆଉ ଝଗଡା ବି... ହା.. ହା.. ମୁଁ ଧୀରେ ଧୀରେ ହଜିଯାଉଛି ପିଲାଦିନ ସ୍ମୃତିରେ ସଜଫୁଟା ଫୁଲ ପରି ଏବେବି ମନ ତଳେ ସାଇତା ସେସବୁ..
କେମିତି ପଖାଳ ସାଙ୍ଗେ ବୋଉ ଦେଇଥିବା ବଡ଼ି ଆଳୁ ଚକଟା ରେ ବଡ଼ି ଗଣି ଖାଇବା, ତ କେବେ ସଜନା ଛୁଇଁ ଭଜାରେ ତାକୁ କେତେଟା ଛୁଇଁ ଦେଲୁ ବୋଲି ବୋଉ ଆଖିରୁ ନିଜକୁ ଲୁଚେଇକି ଗଣିବା, ତା’ ବଗ ଭାଇ ନମସ୍କାର ତୁମେ ଉଡ଼ିଗଲେ ପୁରସ୍କାର ଗୀତ ଶୁଣି ହସିବା...
ନମିତା ପିଲାବେଳେ ଟିକେ ନିର୍ଜିବା ଥିଲା, ଏତେ ପତଳା ଥିଲା କି କେହିକେହି ତାକୁ ଅଢ଼େଇଶ ବୋଲି ଡାକୁଥିଲେ ତାର ଦୁଇଟି କଥା ଖୁବ୍ ପ୍ରିୟ ଥିଲା ଗୋଟିଏ ମାଟି କାନ୍ଥରୁ ମାଟି ଛଡେଇ ଖାଇବା ଆଉ ଆରଟି ହେଲା ରୋଷେଇ ଖେଳ ଖେଳିବା
ତାର କୃମି ଦୋଷ ଥିଲା ସେଥିପାଇଁ ତାକୁ ମାଟି, ଦୁଦୁଖଡି ଖାଇବାକୁ ଭଲ ଲାଗୁଥିଲା ସେବେ ଆମର ମାଟି ଚାଳ ଛପର ଘର ଥିଲା ନମିତା କାନ୍ଥରୁ ମାଟି ଖାଏ ବୋଲି ମୋ ଜେଜେମା ସେଠି ଗୋଲମରିଚ ଗୁଣ୍ଡ ଲଗେଇ ଦିଏ ହେଲେ ସେ ଲୁଚିଲୁଚି ତା କାମ ଚାଲୁରଖିଥାଏ ମାଟି ସିଲଟରେ ଲେଖିବାକୁ ଦୁଦୁଖଡି କମ ପଡିଯାଏ, କାରଣ ସେ ସବୁ ଲୁଚେଇକି ଖାଇଦିଏ...
ସ୍କୁଲରୁ ଫେରି ସବୁବେଳେ ସେ ଲାଗିଯାଏ ତା ରୋଷେଇ ଖେଳରେ ଆଉ ଛୁଟି ଦିନରେ ତ ଦିନ ତମାମ ଖେଳୁଥାଏ କେବେ ବୋଉର ଚିରା ଶାଢ଼ୀ ପିନ୍ଧି ତ କେବେ ବାପାଙ୍କର ଗାମୁଛା ପିନ୍ଧି ମୁଣ୍ଡରେ ଓଢ଼ଣା ଦେଇ ବୋହୂ ସାଜିଥାଏ ଗୋଡି ଥୋଇ ଚୂଲି କରେ, ଦୁଇ ତିନୋଟି ସଢ଼େଇକୁ ହାଣ୍ଡିକରି ସେଥିରେ ବାଲିରେ ଭାତ କରେ, ନାଲି ଇଟାକୁ ଘୋରି ଘୋରି ରଙ୍ଗ ମସଲା କରେ, ଗୋଡିକୁ ମାଂସ କରେ, ବାଡ଼ିରୁ ଅନାବନା ଶାଗ ପତ୍ର ତୋଳି ଶାଗ ତରକାରି ରୋଷେଇ କରେ ସେ ଆଉ ମୋ ଦାଦାଙ୍କ ଝିଅ ଦୁହେଁ ମିଶି ଖେଳନ୍ତି କେବେକେବେ ମୁଁ ବି ମିଶେ ତାଙ୍କ ସହ, ହେଲେ ମତେ ସେ ରୋଷେଇ ଖେଳ ବିଲକୁଲ ବି ଭଲ ଲାଗେନି ଯଦି ବି ଖେଳେ ଥରେ ମାତ୍ର ଖେଳି ସବୁ ଭାଙ୍ଗିଦିଏ ସେ ମୋ ଉପରେ ରାଗେ, କହେ “ତତେ ଖେଳ ଆସୁନି ତୁ ଆମ ସାଙ୍ଗେ ଖେଳିବୁନି ଯା..” ତାର ଖେଳ ଅବିରତ ଚାଲେ ସକାଳ ହୁଏ, ସେ ତା ପିଲାମାନଙ୍କୁ ସ୍କୁଲ ପଠାଏ, ମିଛିମିଛିକା ରୋଷେଇ କରେ, ରୋଷେଇ ସାରି ସମସ୍ତଙ୍କୁ ଖାଇବାକୁ ଦିଏ ପୁଣି ତାର ରାତି ହୁଏ, ପୁଣି ସକାଳ... ତା ଖେଳରେ ନିରନ୍ତର ଘର ପରି ସେ ଖେଳୁ ଥାଏ ଯେମିତି ସେଇଟା ହିଁ ତା ଜୀବନ,,, ତା ସଂସାର
ହେଲେ ଆଜି ବିବାହ ବୟସ ହେବା ବେଳେ ସେ ରୋକଠୋକ୍ ମନା କରିଦେଉଛି ବାହା ହେବିନି, ସଂସାର କରିବିନି ମୁଁ ବି କୁଆଡେ ବାହା ହେଇ ଭୁଲ କଲି ମୁଁ ତାକୁ ବୁଝାଏ ତତେ ମୋ ଠୁ ଭଲ ଶାଶୂଘର ଭଲ ବର, ସବୁ ଭଲ ଭଲ ମିଳିବ ଲୋ....! ହେଲେ ସେ ମାନେନା, କହୁଛି ବାହା ନହେଇ ଗୋଟେ ବୃଦ୍ଧାଶ୍ରମ କରିବ ବାପାବୋଉଙ୍କ ଯତ୍ନ ନେବା ସହ ଅନେକ ବେସାହାରାଙ୍କର ବି ଦେଖାରେଖା କରିବ ରୋଷେଇ ଖେଳ କେବଳ ପିଲାଦିନେ ଭଲ ଲାଗେ ବଡ଼ ହେଲେ ନୁହେଁ
ସତରେ କେତେ ଫରକ ଛୋଟ ନମିତା ଆଉ ଏବର ନମିତା ଭିତରେ କାଲି ଯାହାର ଦିନ ଆରମ୍ଭ ହେଉଥିଲା ରୋଷେଇ ଖେଳ ବୋହୂ ବୋହୂକାରୁ, ସେ ଆଜି କହୁଛି ବୋହୂ ହେବିନି....
ଖଣ୍ଡଗିରି, ଭୁବନେଶ୍ୱର
Go Back to Previous Page 
                                               
                            ସମ୍ପାଦକୀୟ, ଜାନୁଆରୀ ୨୦୧୮
                            ପ୍ରତିଷ୍ଠାତା - ସମ୍ପାଦକ 
                            Read Article
                            
 
                                               
                            ଯନ୍ତ୍ରଣା
                            ମଧୁସ୍ମିତା ପଟ୍ଟନାୟକ 
                            Read Article
                            
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା 
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ 
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ