ଆପଣଙ୍କ ମତାମତ ଏବଂ ବାର୍ତ୍ତା ମତାମତ ଦିଅନ୍ତୁ


ସମାଜ ପାଇଁ ଆମ ଆହ୍ବାନ।

Posted by ସୌମ୍ୟରଂଜନ ପାତ୍ର।, on 13 May 2019

ଓଡ଼ିଆ ଭାଷାକୁ ଦେଇ ସମ୍ମାନ ହୃଦୟେ ଜଗାଅ ଭାବ ବନ୍ଧନ କୋଟି ଜନତାଙ୍କ ଆତ୍ମ ଚିନ୍ତନ ଶିଖାଏ ଆମକୁ ଏଇ ଆହ୍ବାନ। କର୍ମ ହିଁ ଭଗବାନ। ତେଣୁ ପ୍ରତ୍ୟେକ କାର୍ଯ୍ୟକୁ ସତ୍ୟ ନିଷ୍ଠା ତଥା ନିସ୍ବାର୍ଥପର ଭାବରେ କରି ଚାଲିଲେ ସଫଳତା ନିଶ୍ଚିତ ପାଦ ଛୁଇଁବ। ଏହାହିଁ ସଂସାରର ସାରତତ୍ତ୍ବ। (ଜୟ ଜଗନ୍ନାଥ)


ମା ମାଟି ମାତୃଭାଷାର ସେବା ହିଁ ଶ୍ରେଷ୍ଠ ସେବା

Posted by ମନୁଭାଈ, on 20 Apr 2019

ମନୁଭାଈ ଯେବେ ସୁଯୋଗ ମିଳେ ମୁଁ ପଢେ I ଓଡ଼ିଆ ପଢିବାକୁ ଭଲ ଲାଗେ I ମୁଁ ଏବେ ଓଡ଼ିଆ ଲେଖି ପାରୁଛି ଏଣୁ ଜୀବନ ଆନନ୍ଦେ କଟୁଛି I କାହିଁକି ଆନନ୍ଦେ ଜୀବନ କଟୁଛି ଯଦି ପଚାରିବେ ତେବେ ମୁଁ କହିବି ମୁଁ ଓଡ଼ିଆ -ଘରୁଆ-ନିତି ଖାଉଛି ନଡ଼ିଆ -ମୋ ଠାକୁର-କାଳିଆ I ଏଣୁ ମୋ ଜୀବନ ବଢିଆ ମୁଁ ସରଳ ଶାନ୍ତ ହିସାବୀ ସାହାସୀ ଓଡ଼ିଆ I ଆପଣଙ୍କୁ ଆପଣଙ୍କ ମାତା ପିତାଙ୍କୁ ସମସ୍ତଙ୍କୁ ମୁଁ ମୋର କୃତ୍ତଜ୍ଞତା ଜଣାଉଛି I ମା ମାଟି ମାତୃଭାଷାର ସେବା ହିଁ ଶ୍ରେଷ୍ଠ ସେବା I ଯାହା ଆପଣ କରୁଛନ୍ତି I ଭଲ କାମ ସମସ୍ତେ କରିପାରିବେ ମାତ୍ର କରନ୍ତି ନାହିଁ , ମାତ୍ର ଯିଏ ଭଲ କାମ କରନ୍ତି ତାଙ୍କ ଜୀବନ ଭଲରେ କଟିଥାଏ I 20/4/2019


ଆହ୍ୱାନ ଆହୁରି ଲୋକାଭିମୁଖୀ ହେଉ

Posted by SANTOSH KUMAR MOHANTY, on 12 Apr 2019

ମାନନୀୟ ସମ୍ପାଦକ ମହୋଦୟ, ନମସ୍କାର ଗ୍ରହଣ କରିବେ | ଆଜି ପ୍ରଥମ ଥର ପାଇଁ ଆହ୍ୱାନ ଇ ପତ୍ରିକା ନେଟରେ ଦେଖି ପଢ଼ିଲି |ଓଡ଼ିଆ ଭାଷା ସାହିତ୍ୟର ବିକାଶ ଦିଗରେ ଏହା ଏକ ବଳିଷ୍ଠ ପଦ୍ଧକ୍ଷେପ | ଆପଣଙ୍କ ସ୍ୱପ୍ନ ଓ ଉଦ୍ୟମକୁ ସାଧୁବାଦ ଜଣାଉଛି | ଏହା ଦ୍ୱାରା ଅନେକ ଯୁବ ପିଢ଼ି ପ୍ରଭାବିତ ହେବା ସହ ସାହିତ୍ୟ ସାର୍ବଜନୀନ ହେଉଛି | ସମସ୍ତ ବିଭାଗ ଭଲ ଲାଗିଲା | ଶିଶୁ ମାନଙ୍କ ପାଇଁ ବିଭାଗଟିଏ ରଖନ୍ତୁ | (ଇତି) ଆପଣଙ୍କ ପାଠକ, ସନ୍ତୋଷ କୁମାର ମହାନ୍ତି, ନବଜୀବନ ସମାଜ, ସଫା,କଟକ. ଦୂରଭାଷ-୯୭୭୭୭୬୬୩୪୬


ଅଭିନବ ପ୍ରୟାସ ଓ ଉନ୍ନତ ପଦକ୍ଷେପ

Posted by ଶିଶୁପାଲ ସାମ୍ରଥ, on 02 Apr 2019

ଏହା ଏକ ଉଚ୍ଚକୋଟ୍ଟୀର ସାହିତ୍ୟିକ ସୃଷ୍ଟି ହୋଇପାରୁଛି। ଲେଖକ/ଲେଖିକାମାନଙ୍କର ସର୍ଜନଶୀଳତା ବୃଦ୍ଧି ହେଉଅଛି। ପ୍ରଶଂସନୀୟ ଓ ଅନନ୍ୟ ଚିନ୍ତାଧାରା ପଦକ୍ଷେପ ଅଟେ।


ଅଭିନବ ପ୍ରୟାସ ଓ ଉନ୍ନତ ପଦକ୍ଷେପ

Posted by ଶିଶୁପାଲ ସାମ୍ରଥ, on 02 Apr 2019

ଏହା ଏକ ଉଚ୍ଚକୋଟ୍ଟୀର ସାହିତ୍ୟିକ ସୃଷ୍ଟି ହୋଇପାରୁଛି। ଲେଖକ/ଲେଖିକାମାନଙ୍କର ସର୍ଜନଶୀଳତା ବୃଦ୍ଧି ହେଉଅଛି। ପ୍ରଶଂସନୀୟ ଓ ଅନନ୍ୟ ଚିନ୍ତାଧାରା ପଦକ୍ଷେପ ଅଟେ।


ସାହିତ୍ୟ କୁ ଆଗକୁ ନେବାର ସୁନ୍ଦର ପ୍ରୟାସ

Posted by ରଜୀତ ଦାସ, on 02 Apr 2019

ଓଡ଼ିଆ ସାହିତ୍ୟ କୁ ଆପଣଙ୍କର ଅବଦାନ ସ୍ମରଣୀୟ ହୋଇ ରହିବ


ଆଶା ଓ ପ୍ରତ୍ୟାଶା।

Posted by ସୌମ୍ୟ ରଞ୍ଜନ ପାତ୍ର।, on 28 Mar 2019

ଆଜିକା ଦିନରେ ମୁଁ ଆହ୍ବାନ ଇ-ପତ୍ରିକା ର ଏକ ନିୟମିତ ପାଠକ। ଯେବେଠାରୁ ଏହି ପତ୍ରିକା ସଂସ୍ପର୍ଶରେ ଆସିଛି କାହିଁକି କେଜାଣି ଏହି ପତ୍ରିକା ପ୍ରତି ମୋର ଏକ ଅହେତୁକ ଦୁର୍ବଳତା ପ୍ରକାଶ ପାଇଛି। ଯାହାକି ଭାଷାରେ ବ୍ୟକ୍ତ କରିବା ମୋ ପକ୍ଷେ ସମ୍ଭବ ନୁହେଁ। ମନରେ ସବୁବେଳେ କିଛି ନୂଆ କରିବାର ଆଶା ଓ ପ୍ରତ୍ୟାଶା। ତେଣୁ ପ୍ରବନ୍ଧ କିମ୍ବା କବିତା ମାଧ୍ୟମରେ ସମାଜକୁ ବାସ୍ତବତାର ବାର୍ତ୍ତା ପ୍ରେରଣ କରିବା ପାଇଁ ଏହି ପତ୍ରିକା ମୋତେ ଖୋରାକ ଯୋଗାଇଛି। (ଜୟ ଜଗନ୍ନାଥ)।


ପତ୍ରିକା ପାଇଁ ସମାଲୋଚନା

Posted by ମନୋଜ କୁମାର ବେହେରା , on 24 Mar 2019

ଆଜ୍ଞା, ଆପଣଙ୍କ ପତ୍ରିକାକୁ ସମାଲୋଚନା ପଠାଇଲେ ଗ୍ରହଣ ହେବ କି. ମୁ ପଠେଇବାକୁ ଇଚ୍ଛା ପ୍ରକଶ କରୁଛି ତ.


ଉତ୍ତମ ପ୍ରୟାସ

Posted by SOUMYA RANJAN PATRA, on 13 Mar 2019

ଆଜିର ଏହି ଅତ୍ୟାଧୁନିକ ସମାଜରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ପୁଣିଥରେ ଲୋକମାନଙ୍କ ହୃଦୟରେ ପୁନଃ ପ୍ରତିଷ୍ଠା କରିବାର ଏହି ଅଭିନବ ପ୍ରୟାସ ବାସ୍ତବରେ ଖୁବ୍ ସ୍ବାଗତଯୋଗ୍ଯ ।(ଜୟ ଜଗନ୍ନାଥ)


ପତ୍ରିକା ର ପ୍ରକାଶନ ଶୈଳୀର ପରିବର୍ତ୍ତନ

Posted by କା, on 09 Mar 2019

ଗଳ୍ପ ଓ କବିତା ପାଇଁ ସମ୍ପାଦକୀୟ ଚୟନରେ ବିଷୟବସ୍ତୁ ଭିତ୍ତିକ ଏକ ଫଟୋ ସଂଲଗ୍ନ କରାଯାଉ ।ଏହାଦ୍ବାରା ପତ୍ରିକା ଆହୁରି ଆକର୍ଷଣୀୟ ହୋଇପାରିବ ।


ଏହି ପତ୍ରିକା ଦୀର୍ଘଜୀବୀ ହେଉ

Posted by ଡା ରାମ ନାରାୟଣ ସ୍ବାଇଁ, on 18 Feb 2019

ଆପଣଙ୍କ ପତ୍ରିକା ପଢ଼ିବାର ସୁଯୋଗ ପାଇଲି । ବହୁତ ଖୁସି ଲାଗିଲା । ଏହିପରି ଏକ ପତ୍ରିକାର ଆବଶ୍ୟକତା ଅନେକ ରହିଛି ଏବଂ ଏହା ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ରହୁଥିବା ସାହିତ୍ୟିକ ଓ ସାହିତ୍ୟ ପ୍ରେମୀଙ୍କ ପାଇଁ ଏକ ବରଦାନ । ଓଡିଶା ବାହାରେ ରହୁଥିବା ଓଡ଼ିଆ ମାନଙ୍କ ପାଇଁ ଏକ ଅନନ୍ୟ ଉପହାର ।


ବହୁତ ଭଲ.ଲାଗିଲା

Posted by Dr.Pallishree Pattanayak, on 21 Nov 2018

ଅାଜିଅଚାନକ େହି ପତ୍ରିକା ଟିଆବିଷ୍କାର କଲି ଏତେ ଖୁସି ହେଲି ନକହିଲେ ଭଲ ।କିଛି ପଢିଲି ଲେଖିବି ଭାବୁଛି ଅନ୍ୟ ବ୍ଲଗ ଲେଖିବା ପରି ।ଧନ୍ୟବାଦ େହି ପ୍ରୟାସ ସଫଳ ରହୁ ।


ଆପଣଙ୍କ ମତାମତ ଦିଅନ୍ତୁ

ଆସ ଓଡ଼ିଆରେ ଲେଖିବା, ପଢ଼ିବା ଓ ପଢ଼ାଇବା!


ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ୤ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ୤ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା୤

ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ୤
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ୤