ଆପଣଙ୍କ ମତାମତ ଏବଂ ବାର୍ତ୍ତା ମତାମତ ଦିଅନ୍ତୁ


ଆହ୍ୱାନ ପତ୍ରିକା ସାଧାରଣ ଜନତାଙ୍କର ପତ୍ରିକା

Posted by ଅସିତ କୁମାର ମହାନ୍ତି , on 10 May 2021

ମାନନୀୟ ସମ୍ପାଦକ ମହୋଦୟ , କିଛିଦିନ ତଳେ ମୁଁ ଆହ୍ୱାନ ପତ୍ରିକାର ସନ୍ଧାନ ପାଇଲି ଏବଂ ଅତି ଆଗ୍ରହର ସହିତ ବିଭିର୍ଣ୍ଣ ସମ୍ମାନୀୟ ବ୍ୟକ୍ତି ମାନଙ୍କର ଲେଖାଗୁଡିକୁ ପାଠ କଲି . ଓଡ଼ିଆ ଭାଷାକୁ ତାର ସମ୍ମାନ ଦେବାପାଇଁ ଯେମିତି ଆପଣଙ୍କର ପ୍ରୟାସ ଅମୁଲ୍ୟ ଠିକ ସେହି ପରି ଲେଖକ ମାନଙ୍କର ପ୍ରୟାସ ମଧ୍ୟ ଅମୁଲ୍ୟ . ଯେହେତୁ ସେମାନେ ଓଡ଼ିଆରେ ଲେଖା ଗୁଡିକୁ ଲେଖୁଛନ୍ତି ଏବଂ ଆହ୍ୱାନ ହେଉଛି ସେମାନଙ୍କ ପାଇଁ ଏକ ଉଚିତ ପ୍ଲାଟଫର୍ମ. ଆମ ଓଡ଼ିଶାରେ ଅନେକ ଲେଖକ ଅଛନ୍ତି ଯେଉଁମାନଙ୍କ ଲେଖାଗୁଡ଼ିକ ଅତ୍ୟନ୍ତ ସୃଜନାତ୍ମକ କିନ୍ତୁ ଆଜିକାଲି ଦୈନିକ ଖବର କାଗଜରେ ସେଗୁଡ଼ିକଙ୍କ ସ୍ଥାନ ପାଉନାହିଁ ,ଯାହାଫଳରେ ଅନେକ ଜ୍ଞାନ ବିଜ୍ଞାନର ଚର୍ଚ୍ଚା ଲୋକମାନଙ୍କ ପାଖରେ ପହଂଚି ପାରୁନାହିଁ . ଯେତେବେଳେ ଓଡ଼ିଆ ଭାଷାକୁ ବଞ୍ଚାଇ ରଖି ତାର ସମ୍ମାନକୁ ବିଶ୍ୱ ସମ୍ମୁଖରେ ରଖିବାର ଚେଷ୍ଟା ଚାଲିଛି ,ସେହି ପ୍ରୟାସରେ ଆହ୍ୱାନ ପତ୍ରିକା ତାର ଅମୁଲ୍ୟ ଯୋଗଦାନ ଦେବାପାଇଁ ଚେଷ୍ଟା କରୁଛି .କୌଣସି ଏକ ଭାଷାକୁ ତାର ସମ୍ମାନ ଦେବାର ଗୋଟିଏ ମାତ୍ର ରାସ୍ତାହେଉଛି ତାହା ଲୋକ ମାନଙ୍କ ପାଖରେ ପହଞ୍ଚିବା ଦରକାର . ଏହା ଯଦି ପାଠକ ମାନଙ୍କ ପାଖରେ ପହଞ୍ଚେ ତାହେଲେ ଲୋକ ମାନଙ୍କର ଚିନ୍ତନ ପ୍ରକ୍ରିୟାରେ ଏକ ପରିବର୍ତ୍ତନ ଆସିବ . ଯେଉଁ ଦେଶର ବା ରାଜ୍ୟର ଭାଷା ଯେତେ ଉର୍ଣ୍ଣତ ସେ ଦେଶର ଲୋକମାନଙ୍କର ଚିନ୍ତା ଭାବନାର ସ୍ତର ଅତ୍ୟନ୍ତ ଉଚ୍ଚ କୋଟିର ହୋଇଥାଏ . ଏହି କାରଣରୁ କୁହାଯାଇ ପାରେ ଯେ ଆହ୍ୱାନର ଭବିଷ୍ୟତ ଉଜ୍ଜ୍ୱଳ ମୟ. କିଛିଦିନ ଭିତରେ ଏହି ପତ୍ରିକାଟି ଓଡ଼ିଶାରେ ହାର୍ଡ କପି ଭାବେ ଲୋକମାନଙ୍କ ପାଖରେ ପହଞ୍ଚିବା ବୋଲି ମୋର ବିଶ୍ୱାସ . ଆଗାମୀ ଦିନରେ ଓଡ଼ିଆ ଭାଷାର ବିକାଶରେ ଆହ୍ୱାନ ଏକ ଅମୁଲ୍ୟ ଭୂମିକା ଗ୍ରହଣ କରିବ. କାରଣ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିବ ପରେ ମଧ୍ୟ ଅସଲ ମାନ୍ୟତାଟି ବର୍ତ୍ତମାନ ମଧ୍ୟ ଅପେକ୍ଷିତ. ଓଡ଼ିଆ ଭାଷାକୁ ତାର ମର୍ଯ୍ୟାଦା ଦେବାକୁ ହେଲେ ଜ୍ଞାନ ବିଜ୍ଞାନର ବିଭିର୍ଣ୍ଣ ଦିଗ ଗୁଡିକ ଯାହା ବର୍ତ୍ତମାନ ମଧ୍ୟ ଓଡିଆ ଭାଷାରେ ଅନୁବାଦ ହୋଇନାହିଁ ବା ଅନୁବାଦ ହୋଇଥିଲେ ମଧ୍ୟ ତାହା ଲୋକଲୋଚନକୁ ଆସିପାରୁନାହିଁ . ମୁଁ ଭାବେ ଆହ୍ୱାନ ଏହି ଭୂମିକାଟିରେ ଅଂଶ ଗ୍ରହଣ କରିବ . ବହୁତ ଲେଖକ ଅଛନ୍ତି ଯେଉଁମାନେ ଅନ୍ୟ ବହୁତ ଭାଷା ଜାଣିଛନ୍ତି ଏବଂ ସେହି ଭାଷାକୁ ଓଡ଼ିଆରେ ଅନୁବାଦ କରି ଜ୍ଞାନ ବିଜ୍ଞାନ ଗୁଡିକୁ ଲୋକମାନଙ୍କ ପାଖରେ ପହଞ୍ଚାଇବାରେ ଅମୁଲ୍ୟ ଭୂମିକା ଗ୍ରହଣ କରିବେ . ମୁଁ ଯାହା ଅନୁଭବ କରୁଛି ଆହ୍ବାନ ପତ୍ରିକାଟିରେ ମଧ୍ୟ ଏହି କାର୍ଯ୍ୟ ଗୁଡିକ ହେଉଛି ଯାହା ସରାହନୀୟ . ଅନେକ ଅନେକ ଅଭିନନ୍ଦନ .


ବହୁତ ସୁନ୍ଦର ପ୍ରଚେଷ୍ଟା

Posted by Ayushman Tripathy, on 15 Mar 2021

ଆପଣଙ୍କ ଏହି ସୁନ୍ଦର ପ୍ରଚେଷ୍ଟା ଅତ୍ୟନ୍ତ ପ୍ରଶଂସନୀୟ ସାର୍।🙏


Feedback regarding Aahwaan E-patrika

Posted by Rajib Lochan Panigrahy, on 18 Dec 2020

ଆପଣଙ୍କ ପ୍ରୟାସ ମହାନ ।


ମନ ଛୁଇଁ ଗଲା।

Posted by Ranjit singh, on 28 Aug 2020

ମାେ ଠାରେ ଭାଷା ନାହିଁ ଆପଣ ମାନଙ୍କୁ ଧନ୍ୟବାଦ୍ ଜଣାଉଛୁ। ଜଗନ୍ନାଥ୍ ଆପଣ ମାନଙ୍କୁ ସାହାଯ୍ୟ କରନ୍ତୁ।


ଆପଣଙ୍କ ପାଗଳପଣକୁ ସାଧୁବାଦ

Posted by ଶିଶିର କୁମାର ପଣ୍ଡା , କୁଆଁସ , ମେରଦା କାଟିଆ , ଯାଜପୁର, on 15 Aug 2020

ଆଜିକାଲି ପତ୍ରିକାଟିଏ ପ୍ରକାଶ କରିବା କିଛି ବଡ଼କଥା ନୁହେଁ । କିନ୍ତୁ ତାକୁ ନିୟମିତ ପାଠକମାନଙ୍କ ପାଖକୁ ଆଣିବା ଏତେ ସହଜ ହୁଏନି , ଯାହା ଆପଣ କରି ଦେଖେଇଛନ୍ତି । ମୁଁ ଲେଖାଲେଖି କରୁଥିବା ସାଧାରଣ ମଣିଷଟିଏ । ସେଇ ଦୃଷ୍ଟିରୁ 'ଆହ୍ୱାନ" ସହିତ ଅନେକେ ଦିନରୁ ଯୋଡ଼ି ହୋଇ ଯାଇଛି । ଆପଣଙ୍କ ପତ୍ରିକାରେ ଲେଖାଟିଏ ପ୍ରକାଶ ପାଇଲେ ଖୁବ୍ ଆତ୍ମସନ୍ତୋଷ ମିଳେ । ତାକୁ ଫେସବୁକ୍ ରେ ପୋଷ୍ଟ୍ କରିବାର ପ୍ରବଣତା ସବୁ କବିମାନଙ୍କର ଥାଏ, ଯାହା ମୋର ବି ଅଛି । ଆପଣଙ୍କ ଅବଦାନ ଓଡ଼ିଆ ସାହିତ୍ୟର ଉନ୍ନତି ପାଇଁ କିଛି କମ୍ ନୁହେଁ । ମୋ ମତରେ ସାହିତ୍ୟ ପ୍ରତି ସେମିତି ଦୁର୍ବଳତା ନଥିଲେ ଜଣେ କେବେବି ସମ୍ପାଦକ ହୋଇପାରିବେନି । ତାହା ଏକ ପାଗଳପଣ । ଆପଣଙ୍କ ସେଇ ପାଗଳପଣକୁ ମୋର ସାଧୁବାଦ । ମୁଁ ଯେତେଦିନ ଯାଏ ଲେଖୁଥିବି ସେତେଦିନ ପର୍ଯ୍ୟନ୍ତ "ଆହ୍ୱାନ" କୁ ଲେଖା ପଠାଇବାର ମୋହ ଛାଡ଼ି ପାରିବିନି । "ଆହ୍ୱାନ" ଦୀର୍ଘଜୀବୀ ହେଉ , ମୋର ଏତିକି କାମନା । ଜୟ ଜଗନ୍ନାଥ ।


ଓଡ଼ିଆ ଭାଷା ସାହିତ୍ୟର ସୁରକ୍ଷା ଓ ଅଭିବୃଦ୍ଧି ପାଇଁ ଏକ ମହତ୍ ପ୍ରୟାସ।

Posted by ଶ୍ରୀଯୁକ୍ତ ଦଣ୍ଡାସି ପ୍ରଧାନ,ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ, on 10 Aug 2020

ଆହ୍ବାନ ପତ୍ରିକାର ସମସ୍ତ କର୍ମକର୍ତ୍ତାମାନଙ୍କୁ କୃତଜ୍ଞତା ଜ୍ଞାପନ କରୁଛି। ସାମ୍ପ୍ରତିକ ସମୟର ତାଳେ ତାଳେ ଓଡ଼ିଆ ଭାଷା ସାହିତ୍ୟର ସୁରକ୍ଷା ଓ ଅଭିବୃଦ୍ଧି ପାଇଁ ଏହି ଭଳି ଏକ ଅଭିନବ ପ୍ରୟାସ ବାସ୍ତବିକ ପ୍ରଶଂସନୀୟ କାର୍ଯ୍ୟ। ଏଥି ନିମନ୍ତେ ସାଧୁବାଦ ଜଣାଉଛି। ପତ୍ରିକାର ଆଙ୍ଗିକ ଶୈଳୀ ଓ ସଉରଭର ଛତ୍ରେ ଛତ୍ରେସୁସଜ୍ଜିତ ସମ୍ପାଦନା ରେ ଗୁଣବତ୍ତାର ଉନ୍ନତ ମାନ ରହିଛି ,ଯାହାକି ପାଠକୀୟ ଶ୍ରଦ୍ଧା ଓ ସ୍ବୀକୃତି ପ୍ରଦାନକରେ । ପତ୍ରିକାର ପରିଚିତ ଓ ଭବିଷ୍ୟତ ଅତି ଉଜ୍ଜ୍ୱଳ ମୟ ଶୋଭା ବର୍ଦ୍ଧନ କରି ଉତ୍ତର ପିଢ଼ି କୁ ଉତ୍ସାହିତ କରିବ ଏଥିରେ ସନ୍ଦେହର ଅବକାଶ ନାହିଁ। ସମ୍ପାଦକ ମହାଶୟ ଙ୍କ ନିରାମୟ ଜୀବନ କାମନା କରି ରହିଲି। ବନ୍ଦେ ଉତ୍କଳଜନନୀ। ଙ୍କୁ


ଖୁବ ସୁନ୍ଦ ର ପ୍ରୟାସ

Posted by Suchismita Behuria, on 23 Jul 2020

ଓଡିଆ ଭାଷା ସହିତ୍ୟ କୁ ଆଗକୁ ବଢାଇବର ଏହି ପ୍ରୟାସ ପାଇଁ ଆହ୍ୱାନ ପତ୍ରିକା କୁ ଧନ୍ୟବାଦ.


ଓଡ଼ିଆ ଭାଷା ଓ ସାହିତ୍ୟ ର ସମୃଦ୍ଧି ରେ ଆହ୍ଵାନର ଭୂମିକା ଅବିସ୍ମରଣୀୟ

Posted by ରମାକାନ୍ତ ସେଠ୍ , on 20 Jul 2020

ସାମ୍ପ୍ରତିକ ସମାଜରେ ଓଡ଼ିଆ ଭାଷା ଓ ସାହିତ୍ୟ କୁ ଆଗେଇ ନେବାରେ ଆହ୍ଵାନ ର ଭୂମିକା ଅବିସ୍ମରଣୀୟ /ସାହିତ୍ୟ ସମାଜର ଦର୍ପଣ ତେଣୁ ଭଷା ବଞ୍ଚିଲେ ସାହିତ୍ୟ ବଞ୍ଚିବ ତେଣୁ ଓଡ଼ିଆ ଭାଷା ଓ ସାହିତ୍ୟ କୁ ସାମ୍ପ୍ରତିକ ସମାଜରେ ଏହା ପ୍ରଦାନ କରିଛି ଏକ ଶ୍ରେଷ୍ଠ ଆଭିମୁଖ୍ୟ ତେଣୁ ଆହ୍ଵାନ ର ସମ୍ପାଦକ ଏବଂ ଅନ୍ୟ କର୍ମ କର୍ତ୍ତା ମାନଙ୍କୁ ମୋର ଗଭୀର ପ୍ରଣାମ......


ମତାମତ

Posted by Souvagya ranjan mahapatra , on 15 Jun 2020

ଅଗଣିତ ସାହିତ୍ୟ ପ୍ରେମୀ ମାନଙ୍କ ପ୍ରତିଭାକୁ ଲୋକଲୋଚନକୁ ଆଣି ପାରିଥିବା ଆହ୍ବାନ - ଇ-ପତ୍ରିକା ର ସମସ୍ତ କର୍ମକର୍ତ୍ତା ମାନଙ୍କୁ ମୋର ଅଶେଷ ଅଶେଷ ଧନ୍ୟବାଦ। ମୋର ଗୋଟିଏ କବିତା ଆହ୍ବାନ ପତ୍ରିକାରେ ପ୍ରକାଶ ପାଇଥିବାରୁ ମୁଁ ବେଶ୍ ଆନନ୍ଦିତ ଓ ଆହ୍ବାନ କମିଟି କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଉଛି। ସହୃଦୟ ଧନ୍ୟବାଦ ଜ୍ୟୋତି ପ୍ରସାଦ ମହୋଦୟ ଙ୍କୁ। 🙏🙏


ସୁନ୍ଦର ଲେଖା

Posted by ସନ୍ତୋଷ କୁମାର ପାତ୍ର , on 17 May 2020

ସମ୍ପାଦକ ମହୋଦୟ , ମାର୍ଚ୍ଚ ମାସ 2020ରେ ଆହ୍ୱlନରେ ପ୍ରକାଶିତ ପ୍ରଶାନ୍ତ ପଧାନଙ୍କ କବିତା “ବିଦଗ୍ଧ ସ୍ୱର”ରେ କବିଙ୍କର କବିତା ପ୍ରେମ ଆଲ୍ହାଦିତ କଲା କବିତାଟି ସମ୍ପୂର୍ଣରୂପେ କବିତାମୟ, କବିତାର ପ୍ରତିଧ୍ଵନିରେ ପରିପୂର୍ଣ l କବିତାର ପ୍ରେମରେ ସମ୍ମୋହିତ କବି; କବିତାର ପ୍ରେରଣାରେ ସୁସଜିତ କରିଛନ୍ତି କବିତାର କମନୀୟ କାୟା l ପ୍ରତ୍ୟେକ କବିର ପ୍ରତିଷ୍ଠା ପଛରେ ଏକ କବିତାର ହାତ ଥାଏ - ସେ ଶବ୍ଦର ହେଉ ବା ରକ୍ତ ମାଂସର l “ପ୍ରେମିକ ମୁଁ କବିତାର l କବିତା ସାଜିଛି ଜୀଵନେରେ ମୋର ବଡ ଏକ ଦୁର୍ବଳତା l ଓଃ! ପୁନଶ୍ଚ ସେହି କବିତା ! ଧନ୍ୟବାଦ l ସନ୍ତୋଷ କୁ. ପାତ୍ର


ମତାମତ ଲେଖିବାକୁ ଯେଉଁମାନେ କୃପଣ ସେମାନଙ୍କର କିଏ ମଙ୍ଗଳ କରି ପାରିବ ?

Posted by manubhai, on 23 Mar 2020

ମନୁଭାଈ (ଖପୁରି ବାବା),ଶ୍ରୀକ୍ଷେତ୍ର : 9861045050 happylifemanubhai@gmail.com ମତାମତ ଲେଖିବାକୁ ଯେଉଁମାନେ କୃପଣ ସେମାନଙ୍କର କିଏ ମଙ୍ଗଳ କରି ପାରିବ ? ପଥରକୁ ପଥର କହିବାକୁ ଯେଉଁଠି ଡରନ୍ତି I ଯେଉଁଠି କୋଟି କୋଟି ଲୋକେ ମିଛ କୁହନ୍ତି , ମିଛ ଶୁଣିବାକୁ , ମିଛ ଦେଖିବାକୁ ଠେଲା ପେଲା ହୁଅନ୍ତି ସେଠାରେ କିଏ କୋଟି କୋଟି ଆଖିଥିବା ଅନ୍ଧଙ୍କର ମଙ୍ଗଳ କରିପାରିବ? ନିତି ଲେଖାପଢ଼ା କଲେ ମନ ସଫା ହୁଏ , ଆତ୍ମବିଶ୍ଵାସ ବଢେ , ଜୀବନ ଜୀବିକା ଶାନ୍ତିରେ କଟେ I ବହି-ଖାତା-କଲମ ମହିମା କିଏ ବୁଝି ନାହିଁ କୁହନ୍ତୁ ? କୁହନ୍ତୁ ଆଜି କୋଟି କୋଟି କଳିଙ୍ଗ ବାସୀଙ୍କୁ ବହି-ଖାତା-କଲମର ମହିମା କିଏ ଜାଣଇବ ? କିପରି ଜଣାଇବ? ଆଜି FB ରେ ମନର କଥା ଲେଖିବାକୁ ସୁବିଧା ସୁଯୋଗ ଅଛି ମାତ୍ର କେତେ ଜଣ ସୁଯୋଗ ବ୍ୟବହାର କରୁଛନ୍ତି? କେବଳ LIKE କରୁଛନ୍ତି କିମ୍ବା ଫଟଟିଏ ପ୍ରକାଶ କରୁଛନ୍ତି I ଏବେ ବି କୋଟି କୋଟି ଓଡିଶା ବାସୀ ଲେଖାପଢା କରିବାକୁ ଡରୁଛନ୍ତି I ଲେଖାପଢା କରିବାକୁ ଏକ ଫାଲୁତ କାମ ବୋଲି ଭାବୁଛନ୍ତି I ମାତ୍ର ସତ୍ୟ ଏହା ଯେ କଲମ ଧାରୀ ମାନେ ବେଶଧାରୀଙ୍କ ଅପେକ୍ଷା ଜଗତର ଅଧିକ ହିତ କରି ପାରନ୍ତି I ଏଣୁ ହେ କଳିଙ୍ଗର ବୀର ସନ୍ତାନମାନେ (aahwaan.com)ଆହ୍ଵାନରେ ଯୋଗ ଦିଅନ୍ତୁ I ନିଜ ହୃଦୟର କଥାକୁ ଲେଖି ଦିଅନ୍ତୁ I ନିଜର ଓ ଜଗତର ହିତ କରନ୍ତୁ I ଇମେଲ୍ ଦ୍ବାରା aahwaan@gmail.com ରେ ସମ୍ପର୍କ କରନ୍ତୁ


ନିଜ ହୃଦୟର କଥାକୁ ଲେଖିଦେଲେ ଜୀବନ ଶାନ୍ତିରେ କଟେ I

Posted by manubhai, on 21 Mar 2020

ନିଜ ହୃଦୟର କଥାକୁ ଲେଖିଦେଲେ ଜୀବନ ଶାନ୍ତିରେ କଟେ I Posted by ମନୁ ଭାଈ, ଶ୍ରୀ କ୍ଷେତ୍ର, ମୋ:9861045050, Email: happylifemanubhai@gmail.com ନିଜ ହୃଦୟର କଥାକୁ ଲେଖିଦେଲେ ଜୀବନ ଶାନ୍ତିରେ କଟେ I ଆଜି ଆହ୍ୱାନର ପ୍ରତିଷ୍ଠାତା କଳିଙ୍ଗବାସୀଙ୍କୁ ସୁଯୋଗ ଦେଇଛନ୍ତି I ସୁଯୋଗକୁ ବ୍ୟବହାର କରନ୍ତୁ I ନିଜ ହୃଦୟର ଭାବକୁ ଆହ୍ୱାନରେ ଲେଖି ଦିଅନ୍ତୁ I ଆପଣଙ୍କର ଜୀବନ ଶାନ୍ତିରେ କଟିବ I ସତ୍ୟ ନିଜେ ଅନୁଭବ କରନ୍ତୁ I ଚଟାପଟ କିଛି ହୁଏ ନାହିଁ I ପ୍ରତିମାସରେ ନିଜ ହୃଦୟର କଥା,ଗୀତ,ଭାବନା ଲଗାତାର ଆହ୍ୱାନରେ ଲେଖନ୍ତୁ ଓ କଣ ମିଳୁଛି ନିଜେ ଅନୁଭବ କରନ୍ତୁ I ମୁଁ ମୋ ନିଜ କଥା ଜଣାଉଛି ମୋର ବହୁତ ଲାଭ ହୋଇଛି ଓ ହେଉଥିବ ବୋଲି ମୋର ଆତ୍ମ ବିଶ୍ୱIସ ଅଛି I ଶେଷରେ ମୁଁ କଳିଙ୍ଗ ବାସୀଙ୍କୁ ଅନୁରୋଧ କରୁଛି ଆସ ଆହ୍ୱାନ ମାଧ୍ୟମରେ ଜନ ସଚେତନା କରିବା I ନିଜେ ନିରୋଗ ରହି ସମସ୍ତଙ୍କୁ ନିରୋଗ ରହିବାକୁ ପ୍ରେରଣା ଦେବା I ଜଗତ ହିତ ପାଇଁ ସଂକଳ୍ପ ନେବା I ମୋ ଭଳି ଜଣେ ମୂର୍ଖ ବୁଢାର ମତାମତକୁ ଆପଣଙ୍କ ବିଶ୍ୱ ପ୍ରଚାରିତ ପ୍ରତିକାରେ ପ୍ରକାଶିତ କରିଥିବାରୁ ମୁଁ ମୋର କୃତ୍ତଜ୍ଞତା ଜାଣଉଛି I ହଁ ଏହା ବି ଆଶା କରିବି ଆହ୍ୱାନ ପରିବାର ମାୟା ମୁକ୍ତ ହୋଇ ପରମ ଶାନ୍ତିରେ ଜୀବନ କାଟିବାକୁ ଯୋଗ୍ୟ ହୁଅନ୍ତୁ I ନିଜର ମୂଲ୍ୟ ନିଜେ ଗଢ଼ନ୍ତୁ I ନିଜର ଶାରୀରିକ , ମାନସିକ , ଆର୍ଥିକ, ସାମାଜିକ ଶକ୍ତି ବିଷୟରେ ସଚେତନ ରୁହନ୍ତୁ I ସଦା ହିସାବୀ ସାହାସୀ ହୋଇ ଚେତାରେ ଚଳନ୍ତୁ I ମୋ କାମ ମୁଁ କରୁଛି I ମୋ କର୍ମଫଳ ମୁଁ ଭୋଗୁଛି I କର୍ମଫଳ କର୍ତ୍ତା ଭୋଗିଥାନ୍ତି I ଭଲ କାମ-ହିତ କାମ-ଲାଭ କାମ କରିବାକୁ କାହାକୁ ମନା ହୋଇନାହିଁ I ମୁଁ ଭାବୁଛି ଓଡ଼ିଶାର ଯୁବ ଶକ୍ତି ଆହ୍ୱାନରେ ଯୋଗ ଦେବେ I ଆସ ନିଜ ହିତ ଓ ଜଗତ ହିତ ପାଇଁ ସଂକଳ୍ପ ନେବା I


ଆପଣଙ୍କ ମତାମତ ଦିଅନ୍ତୁ

ଆସ ଓଡ଼ିଆରେ ଲେଖିବା, ପଢ଼ିବା ଓ ପଢ଼ାଇବା!


ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ୤ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ୤ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା୤

ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ୤
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ୤