favicon ଆହ୍ବାନ ଓଡ଼ିଆ ବ୍ଲଗ୍
FB TT GG

ଆହ୍ବାନ ଓଡ଼ିଆ ବ୍ଲଗ୍

ଆସ ଓଡ଼ିଆରେ ଲେଖିବା, ପଢ଼ିବା ଓ ପଢ଼ାଇବା

ଆମ ଶିକ୍ଷାବ୍ୟବସ୍ଥା କେତେ ଆନନ୍ଦମୟ ? ଆମ ଶିକ୍ଷାବ୍ୟବସ୍ଥା କେତେ ଆନନ୍ଦମୟ ?

ବିଗତ ଦଶନ୍ଧିରେ ଭାରତୀୟ ଶିକ୍ଷା ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ ଆସିଲା, ଯାହା ଆମ ପରି ପୁରାତନ ଛାତ୍ରମାନଙ୍କ ପାଇଁ କୌଣସି ମ୍ୟାଜିକ୍ ଠାରୁ କମ ନଥିଲା୤ ପ୍ରଥମଥର ପାଇଁ ଶିକ୍ଷାକୁ ଆନନ୍ଦମୟ ଶିକ୍ଷା ବୋଲି ନାମ ଦିଆଗଲା୤ ଅର୍ଥାତ ଶିଶୁମାନେ ବିନା କୌଣସି ଦ୍ବିଧା ବା ପରିଶ୍ରମରେ ଆନନ୍ଦରେ ଶିକ୍ଷା ପାଇବେ୤ ଗାଁ ମାନଙ୍କରେ ଥିବା ସମସ୍ତ ବିଦ୍ୟାଳୟ କାନ୍ଥରେ ସୁନ୍ଦର ଚିତ୍ର ଦ୍ବାରା ଏହି ବାର୍ତ୍ତା ପ୍ରଚାର କରାଗଲା୤ ଏହାଫଳରେ ବେତ୍ରାଘାତ ଦେଇ ପାଠପଢ଼ାଉଥିବା ଶିକ୍ଷକମାନଙ୍କୁ ବେତ ଛାଡ଼ିବାକୁ ପଡ଼ିଲା୤ ବିଦ୍ୟାଳୟମାନଙ୍କରେ ଉପସ୍ଥାନ ବଢ଼ିବାକୁ ଲାଗିଲା ବୋଲି ସରକାରୀ ସ୍ତରରେ କୁହାଗଲା୤ ଅନେକ ବିଦ୍ୟାଳୟର ପ୍ରାଙ୍ଗଣକୁ ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ବହୁ କଷ୍ଟକରି ସୁନ୍ଦର ଉପବନ

Read More ...!
ଲୋକମାନେ ବିବାହାଦି ଶୁଭକର୍ମକୁ ଯାଆନ୍ତି କାହିଁକି ? ଲୋକମାନେ ବିବାହାଦି ଶୁଭକର୍ମକୁ ଯାଆନ୍ତି କାହିଁକି ?

ବିବାହ, ବ୍ରତ, ଗୃହପ୍ରବେଶାଦି ଅନେକ ଶୁଭକର୍ମରେ ଆପଣଙ୍କୁ ନିମନ୍ତ୍ରଣ କରାଯାଏ, ହେଲେ ଏହି ସମସ୍ତ ଉତ୍ସବକୁ ଆମନ୍ତ୍ରିତ ଅତିଥିମାନଙ୍କ ସହିତ ଅନେକ ଅଣଆମନ୍ତ୍ରିତ ଅତିଥି ମଧ୍ୟ ଆସିଥାନ୍ତି୤ ସେ ସବୁ ଲୋକ ଆସନ୍ତି କାହିଁକି, କେହି ଜଣେ ଗବେଷଣା କରି ଜଣାଇଛନ୍ତି ଯେ ସାମାଜିକ ସମାରୋହ ମାନଙ୍କରେ ଯୋଗ ଦେଉଥିବା ଲୋକ ସମୁଦାୟ ପାଞ୍ଚ ପ୍ରକାରର ଅଟନ୍ତି୤ପ୍ରଥମପ୍ରକାର : ଏହି ଶ୍ରେଣୀର ଲୋକମାନେ ସାଧାରଣତଃ ବର କିମ୍ବା ବଧୁପକ୍ଷର ସମ୍ବନ୍ଧୀୟ ଗୋଷ୍ଠୀ ଯଥା ଦାଦା, ମଉସା, ପିଉସା ଏବଂ ତତ ସମ୍ବନ୍ଧୀୟ ଦୂରବନ୍ଧୁ ହୋଇପାରନ୍ତି୤ ଏହି ଶ୍ରେଣୀର ଲୋକମାନେ ସାଧାରଣତଃ ନିଜର ସାମାଜିକ ଦାୟିତ୍ବର ପରିପ୍ରକାଶ ହେତୁ ଏହି ସବୁ ଉତ୍ସବର ସାମିଲ୍ ହୁଅନ୍ତି୤ଦ୍ବିତୀୟ ପ୍ରକାର : ଏହି ଶ୍ରେଣୀର ଲୋକମାନେ ସି

Read More ...!
ଅର୍ଥ ବିନିଯୋଗକାରୀଙ୍କୁ କ୍ଷତିପୂରଣ କେତେ ଯୁକ୍ତିଯୁକ୍ତ ଅର୍ଥ ବିନିଯୋଗକାରୀଙ୍କୁ କ୍ଷତିପୂରଣ କେତେ ଯୁକ୍ତିଯୁକ୍ତ

ଚିଟ୍ ଫଣ୍ଡ ମାମଲାରେ କ୍ଷତି ସହିଥିବା ଲୋକମାନଙ୍କୁ କ୍ଷତିପୂରଣ ଦେବାପାଇଁ ସରକାର ଯୋଜନା କରୁଛନ୍ତି୤ କିନ୍ତୁ କାହିଁକି ?୧. ଯେତେବେଳେ ରାଜ୍ୟରେ ଅସଂଖ୍ୟ ସରକାରୀ ବ୍ୟାଙ୍କ ଓ ଅଣବ୍ୟାଙ୍କିଂ ସଂସ୍ଥା ଥାଉ ଥାଉ ଲୋକମାନେ ଅଧିକ ଲାଭର ଆଶାରେ ନିଜ ସ୍ବେଚ୍ଛାରେ ନିଜ କଷ୍ଟ ଅର୍ଜିତ / ଅନ୍ୟ ଉପାୟରେ ଅର୍ଜିତ ଧନକୁ ଅଜଣା ଅଶୁଣା ବ୍ୟକ୍ତିମାନଙ୍କ ଦ୍ବାରା ଚିଟ୍ ଫଣ୍ଡ୍‌ରେ ବିନିଯୋଗ କରୁଥିଲେ, ସେମାନେ ସରକାରଙ୍କୁ କିଛି ନିର୍ଦ୍ଧିଷ୍ଟ ଟ୍ୟାକ୍ ବା ଦେୟ ଦେଉଥିଲେ କି ? ୨. ଅଧିକ ଲାଭର ସ୍ବପ୍ନ ଦେଖାଇ ଯେତେବେଳେ ଭିନ୍ନ ଭିନ୍ନ କମ୍ପାନୀମାନେ ଅତୀତରେ ମଧ୍ୟ ଏହି ପ୍ରକାରର ଠକେଇ କରି ଲୋକଙ୍କୁ ଶୋଷଣ କରିଥିଲେ, ତେବେ ମଧ୍ୟ ଲୋକମାନେ ଏଭଳି କମ୍ପାନୀମାନଙ୍କର ଅର୍ଥ ବିନିଯୋଗ କରିବା ସେମାନଙ୍କ ସମ୍ପ

Read More ...!
ସେ ଅଛି, ତେଣୁ ଆମେ ଅଛୁ୤ ସେ ଅଛି, ତେଣୁ ଆମେ ଅଛୁ୤

ସେ ଆମ ଜାତିର ଆରାଧ୍ୟ ଦେବତା୤ ଅବଶ୍ୟ ଦେବତା ବୋଲି ଆମେ ଯେତିକି ଭାବିଛୁ ତାଠୁ ଢେର୍ ଅଧିକ ସେ ଆମ ଜୀବନ ଓ ପରିବାରର ଅଙ୍ଗଭାବରେ ଆମ ଘରର ଗୋଟିଏ ସ୍ଥାନରେ ପ୍ରସ୍ତର ମୂର୍ତ୍ତୀଟିଏ ହେଉ ପଛେ ରହିଅଛନ୍ତି୤ ତାଙ୍କୁ ଆମେ ସ୍ନେହ କରିଛୁ, ଆଦର କରିଛୁ, ବେଳେ ବେଳେ ଗାଳି ବି ଦେଉଛୁ, ତଥାପି ତାଙ୍କୁ ଛାଡ଼ିଦେଇ ଆମ ଜାତିର ଅତୀତ ବର୍ତ୍ତମାନ ଓ ଭବିଷ୍ୟତକୁ ଆମେ ଦେଖିବାର ସାହାସ କରିନାହୁଁ୤ସେ ସମସ୍ତ ଜଗତର ନାଥ, ବିଶ୍ବବ୍ରହ୍ମାଣ୍ଡର ପତି, ଶବରର ନୀଳମାଧବ, ସମଗ୍ର ଓଡ଼ିଆ ଜାତିର ପରମପ୍ରିୟ ଶ୍ରୀ ଜଗନ୍ନାଥ୤ ଏମିତି ଦେବତା ଯେ ମାନବସମ ଲୀଳା ରଚନା କରି ଆମ ଜୀବନକୁ ଓ ସମସ୍ତ ଐତିହାସିକ ସାମଗ୍ରିକତାରେ ଆମ ସମାଜକୁ ଐକ୍ୟତାର ରଜ୍ଜୁରେ ବାନ୍ଧି ରଖିବାରେ ସମର୍ଥ ହୋଇଛନ୍ତି୤ ବିନା ଦ୍ବିଧାରେ ଯେ ଆମକୁ ନିଜ

Read More ...!
ବିବାହିତ ଦମ୍ପତ୍ତିମାନେ ସୋସିଆଲ୍ ମିଡ଼ିଆରେ କରୁଥିବା ୫ଟି ଅସହ୍ୟ ଦୋଷ ବିବାହିତ ଦମ୍ପତ୍ତିମାନେ ସୋସିଆଲ୍ ମିଡ଼ିଆରେ କରୁଥିବା ୫ଟି ଅସହ୍ୟ ଦୋଷ

ବିବାହ ଏକ ଅଦ୍ଭୁତପୂର୍ବ ସମୟ୤ ବିବାହ ପରେ ପ୍ରତ୍ୟେକ ବିବାହିତ ପୁରୁଷ ଓ ନାରୀ ବିବାହ ବିଷୟରେ ଅନ୍ୟମାନଙ୍କ ଜଣାଇବାକୁ ଅତ୍ୟନ୍ତ ଉତ୍ସୁକ ରହିଥାନ୍ତି୤ ବିବାହ ଏକ ଏମିତି ସମୟ ଅନେକ ଯୁବକ ଯୁବତୀ ଏହି ସମୟରେ ନିର୍ବିଘ୍ନରେ ସର୍ବସମ୍ମୁଖରେ ଉଚ୍ଚ ସ୍ବରରେ ବିବାହ ସପକ୍ଷରେ ଯୁକ୍ତି ବାଢ଼ିବାରେ ଲାଗିପଡ଼ନ୍ତି୤ ନିଜର ବିବାହ ଉତ୍ସବରେ ସମସ୍ତଙ୍କୁ ସାମିଲ କରିବାପାଇଁ ଉଣା ଅଧିକ ସମସ୍ତେ ତତ୍ପର ହୋଇପଡ଼ନ୍ତି୤ ସୋସିଆଲ୍ ମିଡ଼ିଆ (ଫେସବୁକ, ଟ୍ବିଟର୍ ଇତ୍ୟାଦି) ଦ୍ବାରା ଆଜିକାଲି ତାହା ସମ୍ଭବ ହୋଇପାରିଛି୤ ସତରେ ନ ହେଲେ ବି ସମସ୍ତଙ୍କୁ ନିଜ ବିବାହରେ ସାମିଲ କରାଇବାର ଅନୁଭୂତି ସୋସିଆଲ୍ ମିଡ଼ିଆ ଆମକୁ ଦେଇଛି୤ କିନ୍ତୁ ବେଳେ ବେଳେ ନିଜର ଅଜାଣତରେ ଅତ୍ୟନ୍ତ ଉତ୍ସାହୀ ଯୁବକ ଯୁବତୀମାନେ ଏମିତ

Read More ...!
ଯୌନକ୍ରିୟାଦ୍ବାରା ସ୍ବାସ୍ଥ୍ୟରେ ଉନ୍ନତି ଯୌନକ୍ରିୟାଦ୍ବାରା ସ୍ବାସ୍ଥ୍ୟରେ ଉନ୍ନତି

ଅନେକ ବନ୍ଧୁ ଚିନ୍ତାରେ ପଡ଼ିଥାଇ ପାରନ୍ତି ଯେ ଯୌନକ୍ରିୟା ଦ୍ବାରା ସ୍ବାସ୍ଥ୍ୟରେ ଉନ୍ନତି କିପରି ସମ୍ଭବ ? କିନ୍ତୁ ବିଶ୍ବାସ କରନ୍ତୁ, ଏହା ଶତ ପ୍ରତିଶତ ସତ୍ୟ୤ ଏହି ଲେଖାରେ ଯେଉଁ ସବୁ ବିଷୟମାନ ଆମେ ଅଲୋଚନା କରିବା ତାକୁ ପଢ଼ିବା ପରେ ହୁଏତ କିଛି ବନ୍ଧୁ ନିଜ ବିଛଣାରୁ ଉଠିବାକୁ ମନ ବଳେଇବେ ନାହିଁ୤୧. ମାନସିକ ଚିନ୍ତାରୁ ମୁକ୍ତିଯୌନକ୍ରିୟା ଫଳରେ ଶରୀରରେ ଅନେକ ହର୍ମୋନର କ୍ଷରଣ ହୁଏ, ଯାହା ଦ୍ବାରା ଆନନ୍ଦର ଅନୁଭୂତି ହୋଇଥାଏ୤ ଅକ୍ସିଟୋସିନ୍, ଏଣ୍ଡୋର୍ଫିନ୍ ଇତ୍ୟାଦି ହର୍ମୋନ ରକ୍ତଚାପକୁ କମ କରି ଦିଅନ୍ତି୤ ସ୍କଟଲ୍ୟାଣ୍ଡର ବୈଜ୍ଞାନିକ ମାନଙ୍କ ଗବେଷଣାରୁ ଏହି ତଥ୍ୟ ଉନ୍ମୋଚନ ହୋଇଛି, ଯେ ଯେଉଁମାନେ ସକ୍ରିୟଭାବରେ ଯୌନକ୍ରିୟାରେ ଭାଗ ନିଅନ୍ତି, ସେମାନେ ଉଚ୍ଚ ରକ୍ତଚାପ ଜନିତ ରୋଗ କ

Read More ...!
ସାମାଜିକ ଉନ୍ନୟନମୂଳକ କାର୍ଯ୍ୟକ୍ରମ - କାହିଁକି ? ସାମାଜିକ ଉନ୍ନୟନମୂଳକ କାର୍ଯ୍ୟକ୍ରମ - କାହିଁକି ?

ଆମ ଦେଶର ଉନ୍ନତି ପାଇଁ କାମ କରୁଥିବା ପାର୍ଲିଆମେଣ୍ଟ ବ୍ୟବସ୍ଥାରେ ଦେଶରୁ ଗରିବୀ ହଟାଓ ଅଭିଯାନରେ ଦେଶର ଅଧାରୁ ଅଧିକ ଲୋକଙ୍କୁ ବିପିଏଲ୍ ବା ଗରୀବି ରେଖାର ତଳେ ରହୁଥିବା ଦର୍ଶାଇ ସେମାନଙ୍କ ପାଇଁ ମାଗଣାରେ ଖାଦ୍ୟ, ରହିବାପାଇଁ ଘର, ବିଦ୍ୟୁତ ସଂଯୋଗ, ମୋବାଇଲ୍ ଫୋନ୍ ଆଦି ସୁବିଧା ଦିଆଯାଉଛି୤ ପାଠ ପଢ଼ାରେ ମଧ୍ୟ ସେମାନଙ୍କୁ ଅଗ୍ରାଧିକାର ଦିଆଯାଉଛି୤ ଏବେ ପଦୋନ୍ନତିରେ ମଧ୍ୟ ସଂରକ୍ଷଣ ରହିବ ବୋଲି ମସୁଧା ଚାଲିଛି୤ ଏହା ଫଳରେ ସମାଜରେ ଅସମାନତା ଦେଖାଦେବ ଏଥିରେ ସନ୍ଦେହ ନାହିଁ୤ ଏହି ପରିପ୍ରେକ୍ଷୀରେ ଏକ କାହାଣୀର ଅବତାରଣା କରୁଛି୤ ଫେସବୁକରୁ ଏହା ପାଇଛି୤ ଆମେରିକାର ରାଷ୍ଟ୍ରପତି ବାରାକ୍ ଓବାମାଙ୍କ ସାମାଜିକ ତତ୍ତ୍ବ ଉପରେ ଆଧାରିତ ବ୍ୟବସ୍ଥା ପ୍ରକୃତରେ କାମ କରିବ ନାହିଁ ବୋଲି

Read More ...!
ଗ୍ରାହକ ମାନଙ୍କୁ ଠକୁଛନ୍ତି ମୋବାଇଲ କମ୍ପାନୀ ଗ୍ରାହକ ମାନଙ୍କୁ ଠକୁଛନ୍ତି ମୋବାଇଲ କମ୍ପାନୀ

କିଛି ମାସତଳେ ଦିନେ ହଠାତ୍ ସକାଳୁ ସକାଳୁ ମୋ ମୋବାଇଲ୍ ଫୋନରେ ଗୋଟିଏ ସନ୍ଦେଶ ଆସିଲା, oneJPvids ବୋଲି କୌଣସି ଏକ ମୂଲ୍ୟ ନିର୍ଦ୍ଧାରିତ ସେବାପାଇଁ ମୋ ମୋବାଇଲରୁ ଦଶ ଟଙ୍କା କାଟି ଦିଆଯାଇଥିଲା୤ ମୋର ଯେତେଦୁର ମନେ ହୁଏ ଏମିତି କୌଣସି ସେବାପାଇଁ ମୁଁ ଇଚ୍ଛା ପ୍ରକଟ କରିନଥିଲି୤ ସେହି ସନ୍ଦେଶରେ ଲେଖାଥିଲା ଯେ ପୁଣି ସପ୍ତାହକ ପରେ ଏହା renewal ହେବ, ମାନେ ପୁଣିଥରେ ଦଶ ଟଙ୍କା ମୋର ଅନିଚ୍ଛା ସତ୍ତ୍ବେ କାଟି ଦିଆଯିବ୤ ସଙ୍ଗେ ସଙ୍ଗେ ମୋବାଇଲ୍ କମ୍ପାନୀର ଗ୍ରାହକ କେନ୍ଦ୍ରକୁ ଫୋନ କରି ଏହି ବିଷୟରେ ଜଣାଇଲି, ଏବଂ ସେ କହିଲେ ଯେ ଏହି ସେବା ବନ୍ଦ କରିଦିଆଯିବ, ଆଉ ମୋର ଦଶଟଙ୍କା, ସେ ସାମାନ୍ୟ ହସିଦେଇ କହିଲେ, ସେଇଟା ତ ଚାଲିଗଲାଣି ଆଉ ଫେରିବନି୤ ହଉ ମାତ୍ର ଦଶ ଟଙ୍କା ବୋଲି ଭାବିଦେଇ ମୁଁ ନିରବ ହେଇଗଲି୤ କି

Read More ...!
ଯୌନ ନିର୍ଯ୍ୟାତନା ପାଇଁ କଠୋର ଦଣ୍ଡ ବିଧାନ ହେଉ ଯୌନ ନିର୍ଯ୍ୟାତନା ପାଇଁ କଠୋର ଦଣ୍ଡ ବିଧାନ ହେଉ

ଭାରତ ଭଳି ଏକ ସମ୍ମାନିତ ସମାଜରେ ନାରୀମାନଙ୍କ ପ୍ରତି ହେଉଥିବା ଅପରାଧକୁ ଦେଖିଲେ ମନକୁ ସ୍ବତଃ ପ୍ରଶ୍ନ ଆସେ, ଏ ସବୁ ହେଉଛି କାହିଁକି ? ଆମ ସମାଜ ସବୁଠାରୁ ଉନ୍ନତ ଏବଂ ପାରିବାରିକ ମୂଲ୍ୟବୋଧ ସର୍ବାଧିକ ଥିବା ସତ୍ତ୍ବେ ମହିଳାମାନଙ୍କ ପ୍ରତି ଅନାଦର, ଦୁର୍ବ୍ୟବହାର ଓ ଯୌନ ହିଂସା ଦିନକୁ ଦିନ ବଢ଼ିବାରେ ଲାଗିଛି କାହିଁକି ? ଏହାର କାରଣ ଖୋଜିବାକୁ ଗଲେ ମାନବ ଇତିହାସରେ ପୁଣିଥରେ କେଇ ଶହ ବର୍ଷ ପଛକୁ ଫେରିବାକୁ ପଡ଼ିବ୤ ଚଳିତ ସମୟରେ ଦିଲ୍ଲୀରେ ପ୍ରଘଟିତ ଯୌନ ଉତ୍ପୀଡ଼ନ ମାମଲାକୁ ବିଚାରକୁ ନେଲେ ଅନେକ କାରଣ ଆମେ ଜାଣିବାକୁ ପାଇବା୤ ଏହି ଘଟଣାରେ ଅନେକ ବ୍ୟକ୍ତି ମର୍ମାହତ ହୋଇ ପଡ଼ିଥିବା ବେଳେ ଆମ ନେତାମାନେ କିନ୍ତୁ ଅନେକ ଅଦ୍ଭୂତ ଖିଆଲ ସବୁ ମନକୁ ଆଣି ଗଣମାଧ୍ୟମରେ ପ୍ରଚାର କରୁଛନ୍ତି୤ ଆର୍

Read More ...!
ବିଶାଳ କଳିଙ୍ଗ ସାମ୍ରାଜ୍ୟ ଏବଂ ବିଜୟୱାଡ଼ା ବିଶାଳ କଳିଙ୍ଗ ସାମ୍ରାଜ୍ୟ ଏବଂ ବିଜୟୱାଡ଼ା

(ଏଠାରେ ଦିଆଯାଇଥିବା ସମସ୍ତ ତଥ୍ୟ ଲୋକକଥାରୁ ଉଦ୍ଧୃତ, ଏହାର ଐତିହାସିକ ପ୍ରମାଣ ମୋ ପାଖରେ ନାହିଁ)ଆଜି ଫେସବୁକରେ ଜଣେ ବନ୍ଧୁଙ୍କ ପୋଷ୍ଟରେ ବିଜୟୱାଡ଼ା ନାଁ ଶୁଣିବାପରେ ବାପା କହିଥିବା ଗୋଟିଏ କଥା ମନେ ପଡ଼ିଲା୤ ବିଗତ ଶତାବ୍ଦୀରେ ଅଶି ଦଶକରେ ବାପା ବ୍ୟାଙ୍କ କର୍ମଚାରୀ ଥିବା ସମୟରେ ଅନେକ ସମୟରେ ହାଇଦ୍ରାବାଦ ଯାଉଥିଲେ, ଏବଂ ସେ ସବୁବେଳେ ଫେରିବା ବାଟରେ ବିଜୟୱାଡ଼ାରେ ଥିବା କନକଦୁର୍ଗା ମନ୍ଦିର ଦର୍ଶନରେ ଯାଉଥିଲେ୤ ବାପା କହୁଥିଲେ ଯେ ବିଜୟୱାଡ଼ା ପ୍ରକୃତରେ ଅତୀତରେ ଓଡ଼ିଶାର ଅଂଶଥିଲା୤ କଳିଙ୍ଗ ଯୁଦ୍ଧ ପୂର୍ବବର୍ତ୍ତୀ ସମୟରେ ଯେତେବେଳେ ଓଡ଼ିଶାର ରାଜପରିବାର ସବୁବେଳେ ଦାକ୍ଷିଣାତ୍ୟର କାଞ୍ଚିପୁରମ୍ ରାଜ୍ୟ ଉପରେ ଯୁଦ୍ଧ କରିବାପାଇଁ ଯାଉଥିଲେ, ସେତେବେଳେ ସେମାନେ ଯୁଦ୍ଧରେ ବିଜୟ ହ

Read More ...!
ଧର୍ଷଣ ପୀଡ଼ିତାଙ୍କ ନାମରେ ଆଇନ କରିବା ଅନୁଚିତ ଧର୍ଷଣ ପୀଡ଼ିତାଙ୍କ ନାମରେ ଆଇନ କରିବା ଅନୁଚିତ

ଦିଲ୍ଲୀରେ ଘଟିଥିବା ଗଣଧର୍ଷଣରେ ମୃତା ଛାତ୍ରୀଙ୍କୁ ନେଇ ବିବାଦ ଦିନକୁ ଦିନ ବଢ଼ିବାକୁ ଲାଗିଛି୤ ଗତକାଲି କଂଗ୍ରେସ ସାଂସଦ ଶ୍ରୀ ଶଶି ଥରୁର୍ ନିଜ ଟ୍ବିଟର୍‌ ପୃଷ୍ଠାରେ କହିଲେ ଯେ, ଗଣଧର୍ଷଣରେ ମୃତା ଛାତ୍ରୀଙ୍କ ଅସଲ ପରିଚୟ ଦେବାପାଇଁ ବିଳମ୍ବ କାହିଁକି ହେଉଛି ? ଧର୍ଷଣର ଶୀକାର ଛାତ୍ରୀ ବର୍ତ୍ତମାନ ମୃତା, ତେଣୁ ତାଙ୍କ ନାମକୁ ନେଇ ଏକ ନୂଆ କଠୋର କାନୁନ ତିଆରି କରାଯିବା ଉଚିତ୤ ଶ୍ରୀ ଥରୁରଙ୍କ ମନ୍ତବ୍ୟକୁ ରାଜନୈତିକ ମହଲରେ ଯଥେଷ୍ଟ ପ୍ରତିକ୍ରିୟା ମିଳିନଥିବା ବେଳେ ଆଜି ସକାଳେ ଦିଲ୍ଲୀରେ ଆୟୋଜିତ ଏକ ସମାରୋହର ସମାନ ମନ୍ତବ୍ୟ ଦେଇଛନ୍ତି ଅନେକ ବରିଷ୍ଠ ନେତା ଓ ବ୍ୟକ୍ତି ବିଶେଷ୤ ସଂପୃକ୍ତା ଛାତ୍ରୀଙ୍କ ପରିବାର ତରଫରୁ ମଧ୍ୟ ମନ୍ତବ୍ୟ ଦିଆଯାଇଛି ଯେ ଯଦି ମହିଳାମାନଙ୍କ ସୁରକ୍ଷାପା

Read More ...!
ଧର୍ଷଣକାରୀଙ୍କୁ ମୃତ୍ୟୁଦଣ୍ଡ ଦେବା ବିପକ୍ଷରେ ଧର୍ଷଣକାରୀଙ୍କୁ ମୃତ୍ୟୁଦଣ୍ଡ ଦେବା ବିପକ୍ଷରେ

ବିଗତ ଦିନରେ ଭାରତର ରାଜଧାନୀ ନୁଆ ଦିଲ୍ଲୀଠାରେ ଏକ ଚଳନ୍ତା ବସ ମଧ୍ୟରେ ଛଅଜଣ ଅପରାଧୀ ଜଣେ ନିରୀହ ବାଳିକାକୁ ଗଣଧର୍ଷଣ କରିବାପରେ ମୃତପ୍ରାୟ ଅବସ୍ଥାରେ ବସ୍‌ରୁ ଠେଲି ଦେଇ ଚାଲି ଯାଇଥିଲେ, ଏବଂ ଏହାପରେ ସମ୍ପୃକ୍ତ ଛାତ୍ରୀ ଜଣକ ପ୍ରାୟ ଷୋହଳ ଦିନ ହାସପାତାଳରେ ମୃତ୍ୟସହ ସଂଗ୍ରାମ କରି ଶେଷରେ ପ୍ରାଣ ତ୍ୟାଗ କରିଥିଲେ୤ ଏହି ଘଟଣାପରେ ସତେ ଯେମିତି ଭାରତୀୟ ଜନମାନସରେ ସୁପ୍ତଥିବା ଦେଶ ପ୍ରେମ ଜାଗ୍ରତ ହୋଇ ଉଠିଥିଲା୤ ଏବଂ ସମସ୍ତେ ରାଜରାସ୍ତାରେ ଓହ୍ଲାଇ ସରକାରଙ୍କ ବିରୋଧରେ ଧାରଣା ଓ ପ୍ରଦର୍ଶନମାନ ଆୟୋଜନ କରିବାରେ ଲାଗିଗଲେ୤ ଏବେ ସମ୍ପୃକ୍ତ ଘଟଣାର ଦୋଷୀମାନଙ୍କୁ ମୃତ୍ୟୁଦଣ୍ଡ ଦିଆଯାଉ ବୋଲି ଅନେକ ମହଲରୁ ଦାବୀ ଉଠିବାରେ ଲାଗିଛି୤ ଅବଶ୍ୟ ଏହିପରି ଘୃଣ୍ୟ କର୍ମ କରିଥିବା ଯେ କୌଣସି

Read More ...!