favicon ଆହ୍ବାନ ଓଡ଼ିଆ ବ୍ଲଗ୍
FB TT GG

ଆହ୍ବାନ ଓଡ଼ିଆ ବ୍ଲଗ୍

ଆସ ଓଡ଼ିଆରେ ଲେଖିବା, ପଢ଼ିବା ଓ ପଢ଼ାଇବା

ହସର ଉପକାରିତା ହସର ଉପକାରିତା

ମୁଁ ବାରମ୍ବାର ଏହି କଥା କହି ଆସୁଛି ଯେ ‘Laughter is the best medicine’ ଅର୍ଥାତ, ‘ହସିବା ସବୁଠାରୁ ଭଲ ଔଷଧ୤’ କିନ୍ତୁ ବାସ୍ତବ ଜୀବନରେ ଏହା କେତେଦୂର ସତ ତାହା କେହି ପରୀକ୍ଷା କରି ଦେଖିଛନ୍ତି କି ? ଜୀବନରେ ଶ୍ବାସକ୍ରିୟା ପରି ହସିବା ମଧ୍ୟ ଏକ ଅତ୍ୟାବଶ୍ୟକୀୟ କ୍ରିୟା ଯାହା ଆମର ଶରୀର ସହିତ ସ୍ବତଃପ୍ରବୃତ ଭାବରେ ଜନ୍ମ ନିଏ୤ ଆମକୁ କେହି ହସିବା ଶିଖାନ୍ତି ନାହିଁ୤ ଶିଶୁଟିଏ ଜନ୍ମହେବାର ତିନିମାସ ମଧ୍ୟରେ ଅନ୍ୟମାନଙ୍କୁ ଦେଖି ହସିବା ଆରମ୍ଭ କରିଦିଏ, ଏବଂ ଏହି ହସ ହିଁ ତା’ର ପ୍ରଥମ ଭାଷା କହିଲେ ଅତ୍ୟୁକ୍ତି ହେବ ନାହିଁ୤ ସେହି ହସରେ ସେ ନିଜ ମାଆ ଓ ପରିବାରର ଅନ୍ୟ ସଦସ୍ୟ ମାନଙ୍କ ସହ ଯୋଗାଯୋଗ କରିପାରେ୤ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅନୁଯାୟୀ ସ୍ବାସ୍ଥ୍ୟର ସଂଜ୍ଞା ନିରୁପଣରେ ଯେଉଁ ସବୁ ଜିନିଷକୁ ପ୍ର

Read More ...!
ହସ ବହୁଳେ ସୃଷ୍ଟିନାଶ ହସ ବହୁଳେ ସୃଷ୍ଟିନାଶ

    ମହାଭାରତରେ ଦୁର୍ଯ୍ୟୋଧନ ଯେତେବେଳେ ପାଣ୍ଡବଙ୍କ ଭବ୍ୟମହଲ ଦେଖିବାପାଇଁ ଆସିଥିଲା, ସେହି ସମୟରେ ସେ ସୁନ୍ଦର ସାଜସଜ୍ଜା ଭିତରେ ଲୁଚି ରହିଥିବା ଜଳାର୍ଣ୍ଣବକୁ ଦେଖିନପାରି ସେଥିରେ ବୁଡ଼ିଯିବା ବେଳେ ସେଠାରେ ଉପସ୍ଥିତା ଦ୍ରୌପଦୀ ତାଙ୍କୁ କଟାକ୍ଷ କରି ହସିବା ପରେ ପ୍ରତିଶୋଧପରାୟଣ ହୋଇ ଦୁର୍ଯ୍ୟୋଧନ ପାଣ୍ଡବ ମାନଙ୍କୁ ଝିମିଟି ଖେଳରେ ହରାଇ ଦ୍ରୌପଦୀଙ୍କୁ ରାଜସଭାରେ ବସ୍ତ୍ର ହରଣ ନିମନ୍ତେ ନିର୍ଦ୍ଦେଶ ଦେଇଥିଲା, ଏବଂ ଏହାକୁ କାରଣ କରି ମହାଭାରତ ଯୁଦ୍ଧ ଘଟିଥିଲା୤ ହସ ଦ୍ବାରା କେତେ ବଡ଼ ଯୁଦ୍ଧ ଗୋଟେ ଘଟିଗଲା!    ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟ କଥାଟା ସମ୍ପୂର୍ଣ୍ଣ ସତ୍ୟ୤ ଯଦିଓ ଆମେ ସବୁବେଳେ ହସର ସପକ୍ଷରେ ହିଁ କହିଥାଉ, କିନ୍ତୁ ବେଳେ ବେଳେ ଏହି ହସ ପାଇଁ ନିଜର ଜୀବନ ଦ

Read More ...!
ଲାଫ୍‌ଟର କ୍ଲବ୍ (ହାସ୍ୟଥେରାପି କ୍ଲବ୍‌) ଲାଫ୍‌ଟର କ୍ଲବ୍ (ହାସ୍ୟଥେରାପି କ୍ଲବ୍‌)

ହାସ୍ୟ ଥେରାପୀ ବା ଚିକିତ୍ସା ପ୍ରଣାଳୀ ଅତ୍ୟନ୍ତ ସରଳ ବିଗତ ଦୁଇ ସଂସ୍କରଣରେ ଆମେ ହାସ୍ୟ ଥେରାପି ତଥା ହସର ଆମ ଜୀବନ ଉପରେ ପ୍ରଭାବ ବିଷୟରେ ପଢ଼ିଲେ, ଚଳିତ ସଂସ୍କରଣରେ ଆମେ ଜାଣିବା, ହାସ୍ୟ ଥେରାପି ବା ଚିକିତ୍ସା କେଉଁ ଉପାୟରେ ଆମେ ନେଇ ପାରିବା ଏବଂ ସେଥିରୁ ଲାଭ ପାଇ ପାରିବା୤ପ୍ରତିଦିନ ସକାଳ ସାଢ଼େ ପାଞ୍ଚଟାରୁ ଛଅଟା ଭିତରେ ଯଦି କେହି ବ୍ରହ୍ମପୁରର ଖଲ୍ଲିକୋଟ କଲେଜ ଖେଳପଡ଼ିଆ କିମ୍ବା ଭୁବନେଶ୍ବର, କଟକ, ରାଉରକେଲାର ଖେଳ ପଡ଼ିଆ ଆଦି ଅଞ୍ଚଳକୁ ବୁଲିଯିବ ଦେଖିବ କିଛି ମଧ୍ୟବୟସ୍କ ଏବଂ ପରିଣତ ବୟସରେ ଉପନୀତ ଲୋକ ଏକାଠି ଠିଆ ହୋଇ ବଡ଼ ଜୋର ଜୋରରେ ହସୁଛନ୍ତି୤ ଏହା ଦିନକର କଥା ନୁହେଁ, ବର୍ଷତମାମ ଏହା ଦେଖିବାକୁ ମିଳିବ୤ ଆଉ ଟିକେ ପାଖକୁ ଯାଇ ଦେଖିବ ତ ଜାଣିବ ସବୁ ଲୋକ ଏକ ବୃତ୍ତାକାର ଅଞ୍ଚଳର

Read More ...!
ହାସ୍ୟ ଚିକିତ୍ସା ହାସ୍ୟ ଚିକିତ୍ସା

ଆପଣ ରାସ୍ତାରେ ଚାଲିଯାଉଥିବେ ଏବଂ କୌଣସି ଖେଳ ପଡ଼ିଆ ଭିତରେ ଠିଆ ହୋଇ ଛାତି ପିଟି ହୋ ହୋ ହୋଇ ହସୁଥିବା କିଛି ମହିଳା ଏବଂ ଭଦ୍ରଲୋକଙ୍କୁ ଦେଖିଲେ କଣ ଭାବିବେ ? ଏମାନେ ପାଗଳ ନୁହନ୍ତି ତ ? ଏତେ ସକାଳୁ ବ୍ୟାୟାମ କରିବା ଛାଡ଼ିଦେଇ ଗୋଟିଏ ଜାଗାରେ ଠିଆ ହୋଇ ହୋ ହୋ ହୋଇ ହସୁଛନ୍ତି ପୁଣି ଭିନ୍ନ ଭିନ୍ନ ପ୍ରକାରର ହସ୤ ଏହା ପୁଣି କଣ ? ଆଜ୍ଞା ସେମାନେ ପାଗଳ ହୋଇନାହାନ୍ତି, ବରଂ ନିଜକୁ ପାଗଳ ନ କରିବା ପାଇଁ ଏକ ପ୍ରକାର ଚିକିତ୍ସାକୁ ବ୍ୟବହାର କରୁଛନ୍ତି୤ ହାସ୍ୟ ଚିକିତ୍ସା୤ହସିବା ଦ୍ବାରା କଣ କେବେ ରୋଗ ଭଲ ହୋଇପାରିବ ? ଅନେକ ବନ୍ଧୁ ମନେ ମନେ ହସୁଥିବେ ଆଉ ଭାବୁଥିବେ ଡାକ୍ତର ବାବୁ ପାଗଳ ହେଇଯାଇଛନ୍ତି ନା କଣ ! ଅବିଶ୍ବାସ ହେଉଥିଲେ ବି ସତ୍ୟ, ହସ ଏକ ଚିକିତ୍ସା ପ୍ରଣାଳୀର ସ୍ଥାନ ନେଇ ସାରିଲାଣି୤ କେବ

Read More ...!
ରଥ ଉପରେ ମହାପ୍ରଭୂଙ୍କୁ ଛୁଇଁବା ନା ନାହିଁ ? ରଥ ଉପରେ ମହାପ୍ରଭୂଙ୍କୁ ଛୁଇଁବା ନା ନାହିଁ ?

ବିଗତ କିଛି ଦିନ ହେଲା ଏଇ ପ୍ରଶ୍ନକୁ ନେଇ ଏକ ବିବାଦ ଦେଖା ଦେଇଛି୤ ସବୁ ସମ୍ବାଦପତ୍ରରେ ଉଣା ଅଧିକେ ଏହି ବାବଦରେ ଖବରମାନ ପ୍ରକାଶ ପାଇବାରେ ଲାଗିଛି୤ ଅଣପାରମ୍ପରିକ ମିଡ଼ିଆ (ଇଲେକ୍ଟ୍ରୋନିକ୍ ମିଡ଼ିଆ)ରେ ଏହି ପ୍ରଶ୍ନକୁ ନେଇ ଦର୍ଶକମାନଙ୍କ ମତାମତ ନିଆଯାଇ ଥିଲେ ସୁଦ୍ଧା ଏହା ଏକ ଜଟିଳ ସମସ୍ୟା ଭାବରେ ଦେଖା ଦେଇଛି୤ ହଠାତ୍ ଏହି ପ୍ରଶ୍ନ ଆସିଲା କେଉଁଠୁ ? ଆମେ ସମସ୍ତେ ଜାଣିଛେ ଯେ ପୁରୀର ବିଶ୍ବବିଖ୍ୟାତ ରଥଯାତ୍ରା ଅନେକ ଶତାବ୍ଦୀରୁ ହୋଇ ଆସୁଛି, ସେତେବେଳେ କଣ ଏହି ବିଷୟକୁ ନେଇ ଏମିତି ତର୍କ ବିତର୍କ ହୋଇଥିଲା କି ? ଯଦି ହୋଇଥିଲା ତା ହେଲେ ତାହାର ନିଷ୍ପତ୍ତି କଣ ହୋଇଥିଲା କିଏ ଜାଣିଛି ? ଏହା କୌଣସି ପାଞ୍ଜି କିମ୍ବା ଐତିହାସିକ ଦସ୍ତାବେଜରେ ଲେଖା ଅଛି କି ? ଯଦି ହୋଇନି ତା ହେଲେ ଏତେ ଶତାବ୍

Read More ...!
ହସିବା ଦ୍ବାରା ଆମକୁ ହେଉଥିବା ଦଶଟି ଲାଭ ହସିବା ଦ୍ବାରା ଆମକୁ ହେଉଥିବା ଦଶଟି ଲାଭ

ଆପଣ କେବେ ମନଖୋଲି ଖୁବ୍ ଜୋରରେ ହସିଛନ୍ତି କି ? ଯେଉଁ ସମୟରେ ଆପଣ ନିଜ ଶରୀରର ଉଭୟ ପାର୍ଶ୍ବରେ କଷ୍ଟ ଅନୁଭବ କରିଥିବେ, ଅଣନିଃଶ୍ବାସ ହୋଇ ପଡ଼ୁଥିବେ, ସମ୍ପୂର୍ଣ୍ଣ ଶରୀର ଅବଶ ଅନୁଭବ ହେଉଥିବ୤ ଏମିତି ଅନୁଭବ ହେବ ସତେ ଯେମିତି ଆପଣ ଏଇ କ୍ଷଣ ଅନ୍ୟୁନ କେଇ କିଲୋମିଟର ଦଉଡ଼ି ଦଉଡ଼ି ଆସିଛନ୍ତି୤ହସ ଓ ବ୍ୟାୟାମ ମଧ୍ୟରେ ଅନେକ ସାମଞ୍ଜସ୍ୟ ରହିଛି୤ ଏବଂ ନିଶ୍ଚୟ ଭାବରେ ଉଭୟ ହିଁ ଆପଣଙ୍କ ସ୍ବାସ୍ଥ୍ୟର ଉନ୍ନତି ପାଇଁ ସଫଳ ଉପାୟ୤ ଆପଣ ସ୍ବାସ୍ଥ୍ୟ ପାଇଁ ଚିନ୍ତା କରନ୍ତି କିନ୍ତୁ ଜାଣନ୍ତି କି, ହସ ଦ୍ବାରା ଆପଣଙ୍କ ଶରୀର ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି ପାଇଥାଏ, ରକ୍ତଚାପ ନିୟନ୍ତ୍ରିତ ହୋଇଥାଏ ଏବଂ ଶରୀର ସମସ୍ତ ଅଙ୍ଗପ୍ରତ୍ୟଙ୍ଗ ସଜାଗ ହୋଇପଡ଼ନ୍ତି୤ହସର ସୁଗୁଣ ବିଷୟରେ ବିଷଦ ବ୍ୟାଖ୍ୟା କରିବା ସମ୍

Read More ...!
ହସ ଓ ଆମ ଜୀବନ ହସ ଓ ଆମ ଜୀବନ

ଦୁଃଖ ଅନୁଭବ କରୁଛନ୍ତି କି ? କୌଣସି ଜିନିଷରେ ମନ ଲାଗୁନାହିଁ ? ଏକା ଏକା ଲାଗୁଛି ? ତା’ହେଲେ ଆପଣ ହସିବା ଜରୂରୀ୤ କାରଣ ଏହି ସବୁ ପରିସ୍ଥିତିରୁ ମୁକୁଳିବାପାଇଁ ହସଠାରୁ ଭଲ ଆଉ କୌଣସି ଔଷଧ ମୋ ଜାଣିବାରେ ନାହିଁ୤ ଅନ୍ୟ ସମସ୍ତ ଔଷଧ ଯଦିଓ ଆପଣଙ୍କ ମନକୁ ସ୍ଥିର କରିଦେଇ ପାରେ, କିନ୍ତୁ ସେ ସବୁ ଦ୍ବାରା ଯେ ଆପଣ ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ଅନୁଭବ କରିବେ, ତାହାର କୌଣସି ନିଶ୍ଚିତ ଉପାୟ ନାହିଁ୤ ହସ ଆପଣଙ୍କ ମନକୁ ଖୁସି କରିଦେଇ ଆପଣଙ୍କ ଜୀବନକୁ ସଜୀବ କରିଦେଇ ପାରେ୤ବିଖ୍ୟାତ ମନୋଚିକିତ୍ସକ ଡା ଷ୍ଟିଭ୍ ୱିଲ୍‌ସନଙ୍କ ମତରେ, ‘ଯଦି ଲୋକମାନେ ଅଧିକ ମାତ୍ରାରେ ହସିବେ ତା ହେଲେ ସେମାନେ ସମପରିମାଣରେ ସୁସ୍ଥ ବି ରହିପାରିବେ୤ ସମ୍ଭବତଃ ଏହା ଫଳରେ ଶାରୀରିକ ଅସୁସ୍ଥତା ବି ଦୂର ହୋଇପାରିବ୤’ତଥାପି

Read More ...!
କାହିଁ ଗଲେ ଘର ଚଟିଆ କାହିଁ ଗଲେ ଘର ଚଟିଆ

ବିଗତ ଶତାବ୍ଦୀ ବିଦାୟ ନେବା ସହିତ ଅନେକ କିଛି ଆମ ଠାରୁ ବିଦାୟ ନେଇ ଚାଲିଗଲା, ବିଂଶ ଶତାବ୍ଦୀର ନବେ ଦଶକର ଅନେକ ସ୍ମୃତି ଏବେ କେବଳ ସ୍ମୃତି ହୋଇ ରହିଛି ସିନା ହେଲେ ସେ ସବୁକୁ ସାଉଁଟିବା ପାଇଁ ଆମ ପାଖରେ ସମୟ ଓ ସମ୍ବଳର ଅଭାବ ରହୁଛି୤ ଆମ ପିଲାଦିନର ଅନେକ ସ୍ମୃତି ମଧ୍ୟରେ ରହିଛି ଗୋଟିଏ ଛୋଟିଆ ଚଢ଼େଇ ଯାହା ଆମ ଗାଁ ଆମ ଘର ଦାଣ୍ଡ ଅଗଣାରେ ଅନାୟାସରେ ଚଳପ୍ରଚଳ କରୁଥିଲା, ଯାହା ଆମ ଦୈନନ୍ଦିନ ଜୀବନର ଏକ ଅଂଶ ହୋଇଥିଲା, ସେଇ ଘର ଚଟିଆ ଆଜି ଲୁପ୍ତପ୍ରାୟ୤ ମୋର ମନେ ପଡ଼େ ବିଗତ ଶତାବ୍ଦୀର ଅଶିଦଶକର କଥା ସେତେବେଳେ ଆମେ ଆମ ଘର ଚାଳ ତଳେ ଓ ଭାଡ଼ି ଉପରେ ଢ଼ାବଲ ପେଢ଼ି ଆଣି ସେଥିରେ ପାଳକୁଟା ରହିଦେଉଥିଲୁ ଏବଂ ସେଠାରେ ରହୁଥିବା ଚଢ଼େଇ ମାନଙ୍କୁ ନେଇ ବହୁତ ଖୁସି ହେଉଥିଲୁ୤ ପ୍ରାୟ ଦିନ ସକାଳୁ ଆମେ ନିଦରୁ

Read More ...!
ଅନ୍‌ଲାଇନ୍ ସପିଂ କରୁଛନ୍ତି କି ? ଅନ୍‌ଲାଇନ୍ ସପିଂ କରୁଛନ୍ତି କି ?

ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗକରି ଅନେକ ବ୍ୟବସାୟିକ ସଂଗଠନ ଏବେ ବିଶ୍ବବ୍ୟାପୀ ଅନ୍ତର୍ଜାଲ ବା ୱାର୍ଲଡ୍ ୱାଇଡ୍ ୱେବ୍‌ରେ ନିଜ ବ୍ୟବସାୟକୁ ସଂପ୍ରସାରଣ କରିଛନ୍ତି୤ ଏହା ଫଳରେ ଉପଭୋକ୍ତାମାନେ ନିଜ ଘରେ ବସି ବିଭିନ୍ନ ବହୁରାଷ୍ଟ୍ରୀୟ କମ୍ପାନୀ ସମେତ ଅନେକ ଦେଖା ଅଣଦେଖା ପଦାର୍ଥକୁ କ୍ରୟ କରିବାର ସୁବିଧା ପାଉଛନ୍ତି୤ ଏକ ଗବେଷଣାରୁ ଜଣାପଡ଼ିଛି ଭାରତର ପ୍ରମୁଖ ସହର ମାନଙ୍କରେ ଉପଭୋକ୍ତାମାନେ ନିଜ ଘରେ ବସି ଇଣ୍ଟରନେଟରେ ସପିଂ କରିବାକୁ ଅଧିକରୁ ଅଧିକ ପସନ୍ଦ କରୁଛନ୍ତି୤ ଯଦିଓ ଅନଲାଇନ୍ ସପିଂର ବହୁତ ସୁବିଧା ରହିଛି ତଥାପି ଅନେକ ଅସୁବିଧା ବି ହେବାର ଉଦାହରଣ ଦେଖିବାକୁ ମିଳୁଛି୤ ତା ହେଲେ ଆପଣ କେମିତି ନିଜକୁ ଅନଲାଇନ ସପିଂର ଅନ୍ଧାର ଦିଗରୁ ଦୂରେଇ ରଖିବେ ? ଆସନ୍ତୁ ପଢ଼ିବା ସେ

Read More ...!
ଜନ୍ମମାସରୁ ବ୍ୟକ୍ତିତ୍ବର ପରିଚୟ ଜନ୍ମମାସରୁ ବ୍ୟକ୍ତିତ୍ବର ପରିଚୟ

ଆପଣ କେଉଁ ମାସରେ ଜନ୍ମ ହୋଇଛନ୍ତି ?ଜାନୁଆରୀ ମାସସୁନ୍ଦରୀ / ସୁଦର୍ଶନ ଯୁବକ, ବେଶପରିପାଟୀ ହେବାପାଇଁ ବ୍ୟାକୁଳ, ସହଜରେ ବିରକ୍ତ ହୁଅନ୍ତି, ସହଜରେ ଖୁସି ହୁଅନ୍ତି ନାହିଁ, ନିଜ ମନୋସ୍ତାତ୍ତ୍ବିକ ଅବସ୍ଥା ବିଷୟରେ କାହାକୁ କିଛି କୁହନ୍ତି ନାହିଁ, ମାନସିକ ଭାବରେ ଆହତ ହେଲେ ସହଜରେ ସେଥିରୁ ମୁକ୍ତ ହୋଇପାରନ୍ତି ନାହିଁ୤ ସମ୍ବେଦନଶୀଳ୤ ନିଜସ୍ଥିତି ବିଷୟରେ ସଚେତନ୤ ଜିଦ୍ଦି୤ଫେବୃଆରୀ ମାସକାଳ୍ପନିକ ବା ଚିନ୍ତାଶୀଳ, ବାସ୍ତବବାଦୀ ତଥାପି ଚିନ୍ତାଶୀଳ୤ ବୁଦ୍ଧିମାନ ଏବଂ ଚତୁର୤ ବ୍ୟକ୍ତିତ୍ବ ଚଳଚଞ୍ଚଳ୤ ଆକର୍ଷକ ବ୍ୟକ୍ତିତ୍ବ୤ ସମସ୍ତଙ୍କ ମଧ୍ୟରେ ସର୍ବାଧିକ କାମୋତ୍ତେଜକ୤ କ୍ଷଣକୋପୀ୤ ନିରବ, ଲଜ୍ଜାଶୀଳ ଏବଂ ବିନମ୍ର୤ ନିଷ୍କପଟ ଏବଂ ବିଶ୍ବସନୀୟ୤ ନିଜ ଲକ୍ଷ୍ୟରେ ପହଞ୍ଚିବାପାଇଁ ତତ୍ପ

Read More ...!
ଆମ ଗାଁ ହାଲଚାଲ - ୨ ଆମ ଗାଁ ହାଲଚାଲ - ୨

ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକସନ୍ଧ୍ୟା ଦୀପ ଜାଳିଦେଇ ଚଉଁରା ମୂଳେ ମୁଣ୍ଡିଆ ମାରିଦେବା ପରେ ଉଠିବାକୁ ଚେଷ୍ଟା କରୁଥିଲା ସମୟରେ କୁନା ବୋଉର ଅଣ୍ଟାରେ ପବନ ଅଟକି ଗଲା୤ ଓଃ ବୋଉଲୋ କହି ସେ ସେଇଠି ଲଥ କରି ବସିପଡ଼ିଲା୤ ଘର ବାରଣ୍ଡାରେ ଚାରିଲୋକ ଧରି ବସିଥିଲା ହରିଆ (କୁନାବାପା), ଧାଇଁ ଆସିଲା୤ ତିରିଲା ଲୋକଟା ଯଦି ଅଣ୍ଟା ଏବେଠୁ ନଇଁ ପଡ଼ିବ ଖାଇବା ପିଇବା ଦେବା ପାଇଁ ଘରେ ଆଉ କେହି ନାହାନ୍ତି୤ କାନ୍ଧରେ ଉଠେଇ କୁନାବୋଉକୁ ନେଇ ମସିଣା ପକେଇ ଶୁଆଇ ଦେଲା୤ ଓଲଣାରେ ଥିଲା ବଥା ମଇଲମ ଆଣି ଅଣ୍ଟାରେ ଘଷିଦେଉଥିଲା, କୁନି ତା’ ଝିଅ ଧାଇଁ ଆସି ବାପ ହାତରୁ ମଲମ ନେଇ ନିଜେ ଲଗେଇଦେଲା୤ କୁନା ବୋଉ ବଡ଼ କଷ୍ଟ ପାଉଥିଲା୤ ‘ଓଃ ବୋଉ ଓଃ ବୋଉ’ ବୋଲି ଡ଼ାକୁଥିଲା୤ ହରିଆ ବେଗେ ବେଗେ ଧାଇଁଲା କାର୍ଜି ଘରକୁ୤ କାର୍

Read More ...!
ଆମ ଗାଁ ହାଲଚାଲ - ୧ ଆମ ଗାଁ ହାଲଚାଲ - ୧

ଡ଼ା ଜ୍ୟୋତି ପ୍ରସାଦ ପଟ୍ଟନାୟକଗାଁ ବସଷ୍ଟାଣ୍ଡ ଉପରେ ରଘୁଆର ପାନ ଦୋକାନ ସାମନାରେ ବସି ହରି, ବୁଲୁ, ଘନ ଆଉ କୁନା କଥା ହେଉଥିଲେ୤ ଆମ ଗାଁ ମାଷ୍ଟ୍ରେ ଏତେ ବର୍ଷ ହେଲା ଆମ ଗାଁକୁ ଆସି ଆମ ସମସ୍ତଙ୍କୁ ପାଠ ପଢ଼େଇଲେ, ହେଲେ ନିଜ ଜୀବନରେ ପାଇଲେ କଣ ? ନବ ଭାଇନାର ପୁଅଟାକୁ ଗଧ ଗଧ ବୋଲି ଡ଼ାକୁଥିଲେ, ଏବେ ସିଏ ବି ମାଷ୍ଟ୍ରଙ୍କଠୁ ଅଧିକ ପଇସା ପାଇଲାଣି୤ ମାଷ୍ଟ୍ରେ କହୁଥିଲେ ତା ଦେଇ କିଛି ହେବନି, ହେଲେ ଦେଖ ଏବେ ସେ ରାଜଧାନୀରେ କୋଠା ମଡ଼େଇଲାଣି୤ ରାଧୁ ପଣ୍ଡିତଙ୍କ ପୁଅ ଦୁବେଇ ଯାଇକି ଏତେ ଟଙ୍କା ପଠେଇଲାଣି ଯେ ତା ବୋପା ଗଣିବା ଜାଣିନି୤ ରଘୁଆ ପାନ ଭାଙ୍ଗୁ ଭାଙ୍ଗୁ କହିଲା, ‘ହଇରେ, ତୁମ ଶଳାମାନଙ୍କୁ ଆଉ କିଛି କାମ ନାହିଁ ? ହଁ ? ମାଷ୍ଟ୍ରେ ଭଳିଆ ଦେବତା ପୁରୁଷକୁ ସେ ଚୋର ମାନଙ୍କ ସହ ତୁଳନା କରୁଚ ? ଛି ? ସେ

Read More ...!