favicon ଆହ୍ବାନ ଓଡ଼ିଆ ବ୍ଲଗ୍
FB TT GG

ଆହ୍ବାନ ଓଡ଼ିଆ ବ୍ଲଗ୍

ଆସ ଓଡ଼ିଆରେ ଲେଖିବା, ପଢ଼ିବା ଓ ପଢ଼ାଇବା

ଜନ୍ମତାରିଖରୁ ବ୍ୟକ୍ତିତ୍ବ ବିଷୟରେ ଜାଣନ୍ତୁ ଜନ୍ମତାରିଖରୁ ବ୍ୟକ୍ତିତ୍ବ ବିଷୟରେ ଜାଣନ୍ତୁ

ଚୀନର ପ୍ରଚଳିତ ଜ୍ୟୋତିଷଶାସ୍ତ୍ର ଅନୁସାରେ ବିଭିନ୍ନ ଦିନରେ ଜନ୍ମ ହୋଇଥିବା ବ୍ୟକ୍ତିମାନଙ୍କୁ ବିଭିନ୍ନ ପ୍ରାଣୀ ମାନଙ୍କର ସଙ୍କେତିକ ନାମ ଦିଆଯାଇଥାଏ ଏବଂ ସେହି ପ୍ରାଣୀମାନଙ୍କ ଅନୁସାରେ ବ୍ୟକ୍ତିର ବ୍ୟକ୍ତିତ୍ବ ବିଷୟରେ ବିଶେଷ ସୂଚନା ମିଳିଥାଏ୤ ଆସନ୍ତୁ ଜାଣିବେ ଆପଣଙ୍କ ଜନ୍ମ ତାରିଖ ଆପଣଙ୍କ ବ୍ୟକ୍ତିତ୍ବ ବିଷୟରେ କଣ ସୂଚନା ଦେଉଛି୤ ସାଙ୍କେତିକ ଭାବରେ ଆମେ ବିଭିନ୍ନ ପ୍ରାଣୀଙ୍କ ନାମ ବ୍ୟବହାର କରୁଛୁ, ଯଥା ଶ୍ବାନ, ବିରାଡ଼ି, ମର୍କଟ ଇତ୍ୟାଦି ଏ ସବୁ ନାମକରଣ କେବଳ ସୂଚନାପାଇଁ, ଏହା ଦ୍ବାରା ଯଦି ଆପଣଙ୍କ ଧାରଣାକୁ ବାଧା ଆସୁଥାଏ, ତେବେ ଆମେ କ୍ଷମାପ୍ରାର୍ଥୀ୤ଜାନୁଆରୀ     ୧ - ୯        ଶ୍ବାନଜାନୁଆରୀ    ୧୦ - ୨୪    ମୁଷିକଜାନୁଆରୀ    ୨୫ - ୩୧ &nb

Read More ...!
ବିଶ୍ବ ପଖାଳ ଦିବସ ୨୦୧୫ର ଅନୁଚିନ୍ତା ବିଶ୍ବ ପଖାଳ ଦିବସ ୨୦୧୫ର ଅନୁଚିନ୍ତା

ପଖାଳ ଓଡ଼ିଆମାନଙ୍କ ଅତି ପ୍ରିୟ ଖାଦ୍ୟ କହିଲେ ଅତ୍ୟୁକ୍ତି ହେବନାହିଁ୤ ଖରାଦିନ ଆସିବା ପୂର୍ବରୁ ଅନେକ ଘରମାନଙ୍କରେ ପଖାଳର ବ୍ୟବହାର ବୃଦ୍ଧିପାଇଥାଏ୤ ସାଧାରଣତଃ ଭାତକୁ ପାଣିରେ ପକାଇ ଖାଇବାର ବିଧିକୁ ପଖାଳ ବୋଲି କୁହାଯାଏ, କିନ୍ତୁ ଏହାର ଭିନ୍ନ ଭିନ୍ନ ପ୍ରକାର ବି ରହିଛି, ଏବଂ ଓଡ଼ିଶା ସମେତ ପୂର୍ବୋତ୍ତର ରାଜ୍ୟସମୁହ ଯଥା ପଶ୍ଚିମ ବଙ୍ଗ, ଆସାମ, ଏବଂ ଛତିଶଗଡ଼ରେ ମଧ୍ୟ ପଖାଳ ଖିଆଯାଉଥିବାର ଉଦାହରଣ ରହିଛି୤ ଏହା ବ୍ୟତୀତ ଭାରତ ବାହାରେ ନେପାଳ ଏବଂ ବଙ୍ଗଳାଦେଶରେ ମଧ୍ୟ ପଖାଳର ଚାହିଦା ରହିଛି୤ ପଖାଳର ଲୋକପ୍ରିୟତାକୁ ଦେଖି କିଛି ଉତ୍ସାହୀ ଓଡ଼ିଆଙ୍କ ଆହ୍ବାନରେ ପ୍ରତିବର୍ଷ ମାର୍ଚ୍ଚମାସ ୨୦ ତାରିଖକୁ ବିଶ୍ବ ପଖାଳ ଦିବସ ଭାବରେ ପାଳନ କରାଯାଉଛି୤ ପଖାଳର ଆକ୍ଷରିକ ଅର୍ଥ ସଂସ୍କୃତ ଶବ୍ଦ

Read More ...!
ପ୍ରଥମ ଉଡ଼ନ୍ତାକାର ୨୦୧୭ରେ ବଜାରରେ ମିଳିବ ପ୍ରଥମ ଉଡ଼ନ୍ତାକାର ୨୦୧୭ରେ ବଜାରରେ ମିଳିବ

ଏକ ଆଶ୍ଚର୍ଯ୍ୟଜନକ ଉଦ୍‌ଭାବନ, ଦୁଇଜଣ ବସିବା କ୍ଷମତା ସମ୍ପନ୍ନ ଉଡ଼ିପାରୁଥିବା କାର୍ ୨୦୧୭ ମସିହାରେ ବଜାରରେ କ୍ରୟ ହେତୁ ଉପଲବ୍‌ଧ ହେବ ବୋଲି ସୂଚନା ମିଳିଛି୤ ଏହା ଫଳରେ ଆମର ଯାତାୟାତ ଅନେକାଂଶରେ ପ୍ରଭାବିତ ହୋଇପାରିବ୤ଚେକୋସ୍ଲୋଭାକିଆରେ ନିର୍ମିତ ଏହି ଯାନ ଭୂମି ଉପରେ ୧୬୦ କିମି ବେଗରେ ଗତି କରିବା ସହିତ ଆକାଶରେ ୨୦୦ କିମି ବେଗରେ ଉଡ଼ିପାରିବ୤ଓହ୍ଲାଇବାପାଇଁ ଏହି କାରକୁ କୌଣସି ସ୍ବତନ୍ତ୍ର ରନ୍‌ୱେ ର ଆବଶ୍ୟକତା ରହିବ ନାହିଁ, ମାତ୍ର ୧୫୦ ଫୁଟ ରାସ୍ତାରେ ଏହା ସହଜରେ ଆକାଶରୁ ଭୂମିଉପରକୁ ଓହ୍ଲାଇ ଆସିପାରିବ୤ ଏବଂ ଗୋଟିଏ ଥରରେ ଏହା ପାଖାପାଖି ୭୦୦ କିମି ପର୍ଯ୍ୟନ୍ତ ଯାତ୍ରା କରିପାରିବ୤ୟୁରୋପ ସମେତ ବିଶ୍ବର ଯେ କୌଣସି ଦେଶରେ ଏହି ଯାନର ବ୍ୟବହାର ହୋଇପାରିବ୤ ଭୂମିରୁ ଉଠିଆକା

Read More ...!
ବ୍ରହ୍ମପୁରର ଠାକୁରାଣୀ ଯାତ୍ରା ମାର୍ଚ୍ଚ ୨୮ରୁ ଆରମ୍ଭ ହେବ ବ୍ରହ୍ମପୁରର ଠାକୁରାଣୀ ଯାତ୍ରା ମାର୍ଚ୍ଚ ୨୮ରୁ ଆରମ୍ଭ ହେବ

ବ୍ରହ୍ମପୁର ସହରର ଅଧିଷ୍ଠାତ୍ରୀ ଇଷ୍ଟଦେବୀ ମା ବୁଢ଼ୀ ସାଆନ୍ତାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ଚଳିତ ବର୍ଷ ମାର୍ଚ୍ଚମାସ ତୃତୀୟ ସପ୍ତାହରୁ ଆରମ୍ଭ ହେବ୤ ଏଥିପାଇଁ ଆବଶ୍ୟକ ସମସ୍ତ ପଦକ୍ଷେପ ନିଆଯାଇଛି୤ ଏହି ଯାତ୍ରା ମାର୍ଚ୍ଚ ୨୮ ତାରିଖରୁ ଆରମ୍ଭ ହେବ୤ ଐତିହାସିକ ଦୃଷ୍ଟିରୁ ଏହି ଯାତ୍ରାର ଅନେକ ଗୁରୁତ୍ତ୍ବ ରହିଛି୤ ଏହି ଯାତ୍ରା ବ୍ରହ୍ମପୁର ସହରରେ ୧୬୭୨ ମସିହାରେ ଆରମ୍ଭ ହୋଇଥିବା କଥା କିଛି ଇତିହାସ ପୁସ୍ତିକାରୁ ଜଣାପଡ଼େ୤ ସୂଚନାଯୋଗ୍ୟ ଯେ ମହୁରୀ ରାଜାଙ୍କ ଅନୁରୋଧ କ୍ରମେ ରାଜମହେନ୍ଦ୍ରୀରୁ କିଛି ବୁଣାକାର ପରିବାର ଆସି ବ୍ରହ୍ମପୁର ସହରରେ ବସବାସ କରିବାପରେ ସେମାନେ ନିଜ ଇଷ୍ଟଦେବୀଙ୍କ ଘଟଯାତ୍ରା ଆୟୋଜନ କରୁଥିଲେ, ଏବଂ ପରେ ପରେ ଏହା ଠାକୁରାଣୀ ଯାତ୍ରା ହିସାବରେ ପ୍ରସିଦ୍ଧି

Read More ...!
ମହାପ୍ରଭୂଙ୍କ ନବକଳେବର !!! ମହାପ୍ରଭୂଙ୍କ ନବକଳେବର !!!

ଚଳିତ ବର୍ଷର ବର୍ଷାଋତୁ ଆସିବା ପୂର୍ବରୁ ରାଜ୍ୟର ପୂର୍ବତଟରେ ଆସିବ ଜନଲହରୀ, ଜୁଲାଇ ମାସରେ ପୁରୀ ଶ୍ରୀକ୍ଷେତ୍ରରେ ପଚାଶ ଲକ୍ଷ ଭକ୍ତଙ୍କ ସମାଗମ ହେବାର ପୂର୍ବାନୁମାନ ସରକାରୀ ସ୍ତରରେ କୁହାଯାଉଛି୤ ଆଉ ଏହାର କାରଣ ହେଉଛି ମହାପ୍ରଭୂ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ନବକଳେବର୤ ନବଜନ୍ମ ବା ଜନ୍ମ ଓ ମୃତ୍ୟୁ ଏବଂ ମୃତ୍ୟୁପରେ ପୁନର୍ଜନ୍ମ ଧାରଣାକୁ ବଳବତ୍ତର କରିବାପାଇଁ ଶ୍ରୀଜୀଉମାନଙ୍କ ନବକଳେବର ଏକ ଅନନ୍ୟ ଉଦାହରଣ୤ ଏହି ଉତ୍ସବ ପୁରୀ ସହରକୁ ମଧ୍ୟ ଅନେକାଂଶରେ ପରିବର୍ତ୍ତିତ କରିଦେବ ବୋଲି ଆଶା କରାଯାଉଛି୤ ୨୦୧୧ ମସିହା ଜନଗଣନା ଅନୁଯାୟୀ ଏହି ସମୁଦ୍ର ଉପକୂଳବର୍ତ୍ତୀ ସହରର ଜନସଂଖ୍ୟା ପ୍ରାୟ ପାଞ୍ଚଲକ୍ଷ ବୋଲି ଅନୁମାନ କରାଯାଉଛି୤ଜୁଲାଇ ମାସରେ ହେବାକୁ ଥିବା ନବକଳେବର

Read More ...!
କାହିଁକି ଆମେ ପ୍ରାମାଣିକ ଚିତ୍ର ଇଣ୍ଡିଆସ୍ ଡଟର୍ ଦେଖିବା ଉଚିତ ? କାହିଁକି ଆମେ ପ୍ରାମାଣିକ ଚିତ୍ର ଇଣ୍ଡିଆସ୍ ଡଟର୍ ଦେଖିବା ଉଚିତ ?

ବିଗତ କିଛି ଦିନ ହେଲା ଭାରତରେ ଏକ ଅପୂର୍ବ ଅବସ୍ଥା ଜାରୀ ରହିଛି୤ ବ୍ରିଟିଶ୍ ବ୍ରୋଡ଼କାଷ୍ଟିଂ କର୍ପୋରେସନର ସମ୍ପାଦିକା ଲେସ୍‌ଲି ଉଡ଼ୱିନଙ୍କ ଦ୍ବାରା ପ୍ରସ୍ତୁତ ଏକ ପ୍ରାମାଣିକ ଚିତ୍ର ‘ଇଣ୍ଡିଆସ୍ ଡଟର୍’କୁ ଟିଭି ପରଦାରେ ନ ଦେଖାଇ ଦେବାପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଜାରୀ ରହିଛି୤ ଅବଶ୍ୟ ଏହି ପ୍ରାମାଣିକ ଚିତ୍ର ବ୍ରିଟେନରେ ପ୍ରସାରିତ ହୋଇସାରିଲାଣି, ଏବଂ ଅନେକେ ଏହାକୁ ଦେଖିଲେଣି୤ ଅନେକେ ଏହାକୁ ଟିଭି ଚ୍ୟାନେଲର ଟିଆର୍‌ପି / ଲୋକପ୍ରିୟତା ବଢ଼ାଇବା ପାଇଁ ଭାରତରେ ଦଣ୍ଡଭୋଗୁଥିବା ଜଣେ ମୃତ୍ୟୁଦଣ୍ଡପ୍ରାପ୍ତ ବଳାତ୍କାରୀର ସାକ୍ଷାତକାର କରାଯାଇଥିବା ଅଭିଯୋଗ ମଧ୍ୟ କରୁଛନ୍ତି୤ ଭାରତୀୟ ଉପମହାଦ୍ବୀପରେ ଏହି ପ୍ରାମାଣିକ ଚିତ୍ରର ପ୍ରଦର୍ଶନ ଉପରେ ଉଚ୍ଚନ୍ୟାୟା

Read More ...!
ବିଶ୍ବ ମହିଳା ଦିବସ ଉପଲକ୍ଷେ ବିଶ୍ବ ମହିଳା ଦିବସ ଉପଲକ୍ଷେ

ପ୍ରତିବର୍ଷ ମାର୍ଚ ମାସର ୮ ତାରିଖକୁ ବିଶ୍ବ ମହିଳା ଦିବସ ଭାବରେ ପାଳନ କରାଯାଇଥାଏ୤ ବିଭିନ୍ନ ଦେଶରେ ଏହା ବିଭିନ୍ନ ଭାବରେ ପାଳନ କରାଯାଇଥାଏ୤ ବିଶେଷତଃ ମହିଳା ମାନଙ୍କ ପ୍ରତି ସମ୍ମାନ, ସ୍ନେହ ଓ ଶ୍ରଦ୍ଧାର ନିଦର୍ଶନ ନିମନ୍ତେ ଏହି ଦିବସର ପାଳନର ତାତ୍ପର୍ଯ୍ୟ ରହିଛି୤ ଏବଂ ମହିଳା ମାନଙ୍କ ଅର୍ଥନୈତିକ, ରାଜନୈତିକ ଏବଂ ସାମାଜିକ ଅଭିବୃଦ୍ଧିର ଉତ୍ସବ ଭାବରେ ଏହି ଦିନର ମହତ୍ତ୍ବ ରହିଛି୤ କିଛି ଦେଶରେ ଏହି ଦିନକୁ ଏକ ସାଧାରଣ ଉତ୍ସବ ଭାବରେ ମଧ୍ୟ ପାଳନ କରାଯାଏ ଏବଂ ଛୁଟି ଘୋଷଣା କରାଯାଇଥାଏ୤ ମହିଳା ମାନଙ୍କୁ ସମାଜରେ ସେମାନଙ୍କ ଉଚିତ ସ୍ଥାନ ଦେବା ଏବଂ ସେମାନଙ୍କ ଉପଲବ୍‌ଧିକୁ ସର୍ବସାଧାରଣରେ ପ୍ରୋତ୍ସାହନ ଦେବା ତଥା ପ୍ରଶଂସା କରିବା ପାଇଁ ଏହି ଦିବସର ମହତ୍ତ୍ବ ରହିଛି୤ଆମେରିକାର

Read More ...!
ଏହା କେଉଁ ପ୍ରକାରର ନ୍ୟାୟ ??? ଏହା କେଉଁ ପ୍ରକାରର ନ୍ୟାୟ ???

ନାଗାଲାଣ୍ଡର ପ୍ରମୁଖ ବ୍ୟବସାୟିକ ସହର ଦିମାପୁର ବର୍ତ୍ତମାନ ଅଶାନ୍ତ ଅବସ୍ଥାରେ୤ ଗତକାଲି ସନ୍ଧ୍ୟାରେ ଘଟିଥିବା ଏକ ଅଭାବନୀୟ ଘଟଣାପରେ ସମଗ୍ର ଦେଶ ଏହାକୁ ନେଇ ସ୍ତବ୍ଧ୤ ସୂଚନାଯୋଗ୍ୟ ଯେ ଗତ କାଲି ସନ୍ଧ୍ୟାରେ ହଜାର ହଜାର ସଂଖ୍ୟକ ଉତ୍ୟକ୍ତ ଲୋକମାନେ ଦିମାପୁର କେନ୍ଦ୍ରୀୟ କାରାଗାରକୁ ଘେରିଯାଇ, ସେଠାରେ ଦଣ୍ଡ ଭୋଗୁଥିବା ଏକ ବଳାତ୍କାର ଅଭିଯୁକ୍ତକୁ ଜେଲରୁ ବଳପୂର୍ବକ ବାହାର କରିନେଇ ପ୍ରଥମେ ପିଟି ପିଟି ହତ୍ୟାକରିବା ପରେ ସର୍ବସମ୍ମୁଖରେ ସହରର ମୁଖ୍ୟ ସ୍ଥଳରେ ଫାଶୀରେ ଝୁଲାଇ ଦେଇଛନ୍ତି୤ ଏହି ଘଟଣାପରେ ଅବସ୍ଥା ଅଣାୟତ ହେବାପରେ କେନ୍ଦ୍ରସରକାର ସେଠାରେ ଅତିରିକ୍ତ ପୋଲିସ ବଳ ସମେତ ଅର୍ଦ୍ଧସାମରିକ ବଳକୁ ଶାନ୍ତିଶୃଙ୍ଖଳା ବଜାୟ ରଖିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି୤ କେନ୍ଦ୍ର

Read More ...!
ପାଞ୍ଚ ଟଙ୍କାରେ ଭାତ ଡାଲମା ପାଞ୍ଚ ଟଙ୍କାରେ ଭାତ ଡାଲମା

ଆମ ମହାଦୟାବାନ ସରକାର ଏକ ନୂତନ ଯୋଜନାର ଶୁଭାରମ୍ଭ କରିଛନ୍ତି, ଯେଉଁ ଯୋଜନାରେ ରାଜ୍ୟର ପାଞ୍ଚଟି ପ୍ରମୁଖ ସହରରେ ସ୍ବଳ୍ପ ଖର୍ଚରେ ଖାଦ୍ୟ ଯୋଗାଇଦେବାର ବ୍ୟବସ୍ଥା କରାଯିବ୤ ଏହି ସବୁ ସ୍ଥାନରେ ମାତ୍ର ପାଞ୍ଚ ଟଙ୍କାରେ ଭାତ ଓ ଡାଲମା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି୤ ଏହା ହୁଏତ ସେ ସୁଦୂର ତାମିଲନାଡ଼ୁରେ ପ୍ରଚଳିତ ଆମ୍ମା କେଣ୍ଟିନ୍ ଢାଞ୍ଚାରେ କରିବା କଥା ଚିନ୍ତା କରିଥାଇ ପାରନ୍ତି ବୋଲି ଅନୁମାନ୤ ସେ ଯା ହେଉ ତାମିଲନାଡୁ ରାଜ୍ୟର ଅନେକ ସ୍ଥାନରେ ଆମ୍ମା କ୍ୟାଣ୍ଟିନ ନାମରେ ସଂସ୍ଥାମାନ ଖୋଲାଯାଇ ଗରୀବ ମାନଙ୍କୁ ସ୍ବଳ୍ପ ଖର୍ଚ୍ଚରେ ଖାଦ୍ୟ ଯୋଗାଇ ଦିଆଯାଉଛି୤ ଏହା ଦ୍ବାରା ଅନେକ ଲୋକ ଲାଭାନ୍ବିତ ହୋଇଛନ୍ତି ଏବଂ ହେଉଛନ୍ତି ମଧ୍ୟ୤ ଯଦିଓ ଏହି ସ

Read More ...!
ଆସ ଖେଳିବା ସୁରକ୍ଷିତ ହୋଲି ଆସ ଖେଳିବା ସୁରକ୍ଷିତ ହୋଲି

ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ    ଫାଲ୍‌ଗୁନ ମାସର ବିଶେଷ ପର୍ବ ହୋଲି ବର୍ତ୍ତମାନ ଆଗତପ୍ରାୟ୤ ପ୍ରତିବର୍ଷ ପରି ଏହି ବର୍ଷ ମଧ୍ୟ ହୋଲି ପର୍ବକୁ ବହୁତ ଧୁମଧାମରେ ପାଳନ ପାଇଁ ସମସ୍ତେ ଯୋଜନା କରିବେଣି୤ ହୋଲି ଏକ ଅଦ୍‌ଭୁତ ପର୍ବ, ଯେଉଁଥିରେ ପରସ୍ପର ଉପରେ ଫଗୁ / ରଙ୍ଗ ଲଗାଇ ଆନନ୍ଦ ପାଳନ କରାଯାଏ୤ ଏହା ସାମାଜିକ ଭାତୃତ୍ବର ପର୍ବ କହିଲେ ଅତ୍ୟୁକ୍ତି ହେବ ନାହିଁ୤ ଜାତି ଧର୍ମ ନିର୍ବିଶେଷରେ ସମସ୍ତେ ଏହି ପର୍ବକୁ ଆନନ୍ଦ ସହକାରେ ପାଳନ କରନ୍ତି୤ ବିଗତ ଅନେକ ବର୍ଷରେ ଏହି ପର୍ବ ଦେଶରେ ବ୍ୟାପାର କ୍ଷେତ୍ରରେ ମଧ୍ୟ ଆନନ୍ଦ ଆଣି ଦେଇଛି, ଦିନକୁ ଦିନ ନୂଆ ନୂଆ ରଙ୍ଗ ଓ ବିଭିନ୍ନ ଆନୁସଙ୍ଗିକ ପଦାର୍ଥର ଉପସ୍ଥାପନା କରି କମ୍ପାନୀମାନେ ଖାଉଟି ମାନଙ୍କୁ ଲୋଭେଇବାରେ ଲାଗିଛନ୍ତି୤ ଅତୀତର ହୋଲି

Read More ...!
ସମ୍ବଲପୁର : ହେପାଟାଇଟିସ୍ ଏ ଏବଂ ଜଣ୍ଡିସ ସମ୍ବଲପୁର : ହେପାଟାଇଟିସ୍ ଏ ଏବଂ ଜଣ୍ଡିସ

ଚଳିତବର୍ଷ ପ୍ରାରମ୍ଭରୁ ଓଡ଼ିଶାର ପଶ୍ଚିମାଞ୍ଚଳରେ ଥିବା କିଛି ଜିଲ୍ଲା, ମୁଖ୍ୟତଃ ସମ୍ବଲପୁର ଅଞ୍ଚଳରେ ଜଣ୍ଡିସ୍‌ ବ୍ୟାପିବା ଦ୍ବାରା ଅନେକ ନିରୀହ ପ୍ରାଣହାନୀ ହୋଇଛି ଏବଂ ହେଉଛି ମଧ୍ୟ୤ ଉଭୟ ସରକାରୀ ଓ ବେସରକାରୀ ଚିକିତ୍ସା ବ୍ୟବସ୍ଥା ଥାଇ ସୁଦ୍ଧା ଏହିପରି ଏକ ମହାମାରୀ ବ୍ୟାପିଲା କାହିଁକି, ତାହା ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି୤ ଏହାଠାରୁ ଅଧିକ ଭୟଙ୍କର ହେଉଛି, ଏହି ରୋଗ ବର୍ତ୍ତମାନ ସମ୍ବଲପୁର ବ୍ୟତୀତ ରାଜ୍ୟର ଅନେକ ଜିଲ୍ଲାରେ ବ୍ୟାପିବାରେ ଲାଗିଛି୤ ଏହି ରୋଗ କଣ ? ଏହା କାହିଁକି ହୁଏ ? କେମିତି ବ୍ୟାପେ ଏବଂ କେଉଁମାନଙ୍କୁ ନିଜ କବଳରେ ନିଏ, ସେହି ବିଷୟରେ ଏକ କ୍ଷୁଦ୍ର ସୂଚନାତ୍ମକ ଲେଖା ଉପସ୍ଥାପନ କରୁଛି୤ଜଣ୍ଡିସ ରୋଗ ମାନେ କଣ ?ପ୍ରଥମତଃ କହିଦିଏ, ଜଣ୍ଡିସ୍ ଏକ ରୋଗ ନୁ

Read More ...!
ଆତଙ୍କର ଅନ୍ୟନାମ ସ୍ବାଇନ୍ ଫ୍ଲୁ!!! ଆତଙ୍କର ଅନ୍ୟନାମ ସ୍ବାଇନ୍ ଫ୍ଲୁ!!!

ସଦ୍ୟପ୍ରାପ୍ତ ସୂଚନା ଅନୁଯାୟୀ ବଲିଉଡ଼ର ଅଭିନେତ୍ରୀ ସୋନମ୍ କପୁର ଏବଂ ଅଭିନେତା ସଲମାନ୍ ଖାନ୍ ଗୁଜୁରାତରେ କୌଣସି ଚଳଚ୍ଚିତ୍ରର ସୁଟିଂ କରୁଥିବା ସମୟରେ ସ୍ବାଇନ୍ ଫ୍ଲୁ ନାମକ ରୋଗର ଶୀକାର ହୋଇଛନ୍ତି୤ ସୂଚନାଯୋଗ୍ୟ ଯେ ଏହି ରୋଗ ବର୍ତ୍ତମାନ ସମଗ୍ର ଦେଶକୁ ନିଜ କବଳରେ ନେଇ ସାରିଲାଣି୤ କେବଳ ଗୁଜୁରାତରେ ହିଁ ଶତାଧିକ ଲୋକ ଏହି ରୋଗ ହେତୁ ପ୍ରାଣ ହରେଇ ସାରିଲେଣି୤ସଂପ୍ରତି ଏହି ରୋଗ ଓଡ଼ିଶାରେ ଦେଖା ଦେଇଛି୤ ଏବଂ ଆମେ ଏହି ଲେଖା ଲେଖିବା ବେଳକୁ କିଛି ରୋଗୀ ଏହି ରୋଗରେ ପ୍ରାଣ ହରେଇ ସାରିଛନ୍ତି୤ କିନ୍ତୁ ଏହି ରୋଗ କଣ? ଏହା କାହିଁକି ହୁଏ ? କେମିତି ହୁଏ ? କାହାକୁ ହୁଏ ? ଏହି ସବୁ ବିଷୟରେ ସମସ୍ତେ ଅଜ୍ଞାନ୤ ତେଣୁ ଆପଣଙ୍କ ସୂଚନା ନିମିତ୍ତ ଏହି କ୍ଷୁଦ୍ର ସୂଚନା ଆଲେଖ୍ୟ ପ୍ରସ୍ତୁତ କରୁଛି୤ ଆ

Read More ...!