favicon ଆହ୍ବାନ ଓଡ଼ିଆ ବ୍ଲଗ୍
FB TT GG

ଆହ୍ବାନ ଓଡ଼ିଆ ବ୍ଲଗ୍

ଆସ ଓଡ଼ିଆରେ ଲେଖିବା, ପଢ଼ିବା ଓ ପଢ଼ାଇବା

ସାବିତ୍ରୀ ବ୍ରତକଥା (ଇ-ପୁସ୍ତିକା) ଡାଉନଲୋଡ୍ କରନ୍ତୁ ସାବିତ୍ରୀ ବ୍ରତକଥା (ଇ-ପୁସ୍ତିକା) ଡାଉନଲୋଡ୍ କରନ୍ତୁ

ଜ୍ୟେଷ୍ଠମାସ ଅମାବାସ୍ୟା ତିଥିରେ ପାଳିତ ହେଉଥିବା ଏହି ପର୍ବ ସମସ୍ତ ସଧବା ମହିଳାମାନଙ୍କ ପାଇଁ ସବୁଠାରୁ ଗୁରୁତ୍ତ୍ବପୂର୍ଣ୍ଣ ବ୍ରତ ବା ପୂଜା ହିସାବରେ ଗଣ୍ୟ୤ ପ୍ରତ୍ୟେକ ଓଡ଼ିଆଣୀ ସଧବା ମହିଳା ଏହି ପୂଜା ନିଶ୍ଚୟ ଭାବରେ କରନ୍ତି୤ ନିଜ ସ୍ବାମୀଙ୍କ ସ୍ବାସ୍ଥ୍ୟ ଏବଂ ଦୀର୍ଘଜୀବନର କାମନା କରି ଏହି ପୂଜା କରାଯାଏ୤ ପୁରାଣରେ ବର୍ଣ୍ଣିତ କଥାନୁସାରେ ମହାସତୀ ସାବିତ୍ରୀ ନିଜର ସାଧନା, ଭକ୍ତି ଏବଂ ଚତୁରତା ଦ୍ବାରା ନିଜ ସ୍ବାମୀଙ୍କ ଆତ୍ମାକୁ ଯମଙ୍କ ପାଖରୁ ହରଣ କରି ଆଣିପାରିଥିଲେ ଏବଂ ଏହା ସହିତ ସେ ନିଜ ପିତାଙ୍କ କୁଳ ଓ ଶଶୁରଙ୍କ କୂଳର ଉତ୍ତରୋତ୍ତର ଉନ୍ନତି କରିପାରିଥିଲେ୤ ତେଣୁ ଏହି ଦିନକୁ ପାଳନ କରାଯାଏ୤ଏହି ଦିନ ଗାଁଗହଳିରେ ମହିଳାମାନେ ଏକତ୍ରିତ ହୋଇ ପୂଜାଥାଳିରେ ନୂଆ ଦର୍ପଣ, ପା

Read More ...!
ଚା ନୁହେଁ ଚାହା ଚା ନୁହେଁ ଚାହା

ଚା ଆମ ଦୈନନ୍ଦିନ ଜୀବନର ଏକ ଅଭିନ୍ନ ଅଙ୍ଗ୤ ସକାଳର ନିଦ ଭାଙ୍ଗୁଭାଙ୍ଗୁ ହେଉ କିମ୍ବା ଶୌଚ ହେବା ପୂର୍ବରୁ ହେଉ ଅଥବା କୌଣସି ସଭା ସମିତିରେ ବସିଥିବା ବେଳେ ହେଉ ଚା ଟିକେ ପିଇବା ଆମ ସମସ୍ତଙ୍କୁ ଭଲ ଲାଗେ୤ ଘରକୁ ଆସୁଥିବା ଅତିଥିଙ୍କୁ ପ୍ରଥମେ ଆମେ ଏହି ପ୍ରଶ୍ନ କରୁ, ‘ଟିକେ ଚା ହେବ କି ?’ ଚା ମଧ୍ୟ ଆମ ଦେଶର ବିଶ୍ବପାଇଁ ଦାନ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ୤ ଚା ପିଉନଥିବା ଲୋକ ସମସ୍ତଙ୍କୁ ଅସୁବିଧାରେ ପକାଇ ଦେଇପାରନ୍ତି୤ ଘରକୁ ଆସୁଥିବା କୁଣିଆ ବା ବନ୍ଧୁ ଯଦି ଚା ନ ପିଉଥିବେ ତା ହେଲେ ତାଙ୍କୁ ଆପ୍ୟାୟିତ କରିବାପାଇଁ ଅଯଥା ହଇରାଣ ହେବାକୁ ପଡ଼ିପାରେ୤ ଚା’ର ଶସ୍ତା ବିକଳ୍ପ ଆଉ କିଛି ନାହିଁ୤ ଚା ଏକ ଆମୋଦକର ପାନୀୟ, ଥଣ୍ଡାପାନୀୟର ବହୁଳ ବ୍ୟବହାର ହେବା ବହୁତ ପୂର୍ବରୁ ଚା ପିଇବାର ଉଦ

Read More ...!
ଫୁଟ୍‌ପାଥ ନା ମରଣଯନ୍ତା ଫୁଟ୍‌ପାଥ ନା ମରଣଯନ୍ତା

ବଡ଼ ସହର ମାନଙ୍କରେ ଗାଡ଼ିମୋଟର ଯିବାପାଇଁ ଉଦ୍ଦିଷ୍ଟ ରାସ୍ତା ପାର୍ଶ୍ବରେ ଥିବା ଉଚ୍ଚ ପଥ ଯେଉଁଠାରେ ଲୋକମାନେ ଚାଲି ଚାଲି ଯାଆନ୍ତି, ତାହାକୁ ଫୁଟ୍‌ପାଥ୍ କୁହାଯାଏ୤ ଓଡ଼ିଆରେ କହିଲେ ପାଦଚଲା ରାସ୍ତା୤ ଦିନବେଳେ ଏହି ରାସ୍ତାରେ ଅଗଣିତ ଲୋକ ଚାଲି ଚାଲି ଯାଉଥିବାର ଦେଖିବାକୁ ମିଳେ ହେଲେ ଦିନ ସରି ଆସିଲାବେଳକୁ ସହରରେ ରହୁଥିବା କିଛି ବାସଗୃହହୀନ ବ୍ୟକ୍ତି ଏହି ଫୁଟ୍‌ପାଥକୁ ନିଜର ଘର କରି ଦିଅନ୍ତି୤ ଆମ ଦେଶରେ ଥିବା ଅନେକ ମହାନଗରରେ ଏପରି ଦେଖିବାକୁ ମିଳେ୤ ଏହାକୁ ନେଇ ଅନେକ ହିନ୍ଦୀ ଚଳଚ୍ଚିତ୍ର ବି ନିର୍ମାଣ ହୋଇଛି୤ ଏହିପରି ଫୁଟ୍‌ପାଥରେ ଶୋଇବା ସାଧାରଣତଃ ଠିକ୍ କଥା ନୁହେଁ୤ କାରଣ ଫୁଟ୍‌ପାଥର ନିର୍ମାଣ ଅନ୍ୟ କାରଣ ପାଇଁ ହୋଇଛି, କିନ୍ତୁ ଯେଉଁମାନଙ୍କ ପାଖରେ ରହିବାକୁ ଘର ନାହିଁ

Read More ...!
ବୁଝି ବିଚାରି କର୍ମକଲେ, ବିପଦ ନ ପଡ଼ଇ ଭଲେ୤ ବୁଝି ବିଚାରି କର୍ମକଲେ, ବିପଦ ନ ପଡ଼ଇ ଭଲେ୤

ହିନ୍ଦୁ ଧର୍ମ ଅନୁସାରେ ଆମେ ସମୟକୁ ଚାରିଟି ଯୁଗରେ ବିଭକ୍ତ କରିଛୁ୤ ତ୍ରେତୟା, ଦ୍ବାପର, ସତ୍ୟ ଓ କଳି ଯୁଗ୤ ପ୍ରତ୍ୟେକ ଯୁଗରେ ଭଗବାନମାନେ ବିଭିନ୍ନ ଅବତାର ନେଇ ଜନ୍ମଗ୍ରହଣ କରି ଧରାପୃଷ୍ଠକୁ ସମୃଦ୍ଧ କରିଛନ୍ତି ଏବଂ ଲୋକଙ୍କୁ ସତ୍ୟ ଓ ନ୍ୟାୟର ପଥ ଦେଖାଇଛନ୍ତି୤ ଭଗବାନ ରାମ, ପର୍ଶୁରାମ, କୃଷ୍ଣ ଇତ୍ୟାଦି ରୂପରେ ସେ ପ୍ରକଟ ହୋଇଛନ୍ତି୤ ହେଲେ କଳିଯୁଗରେ ସେ କେଉଁ ଭାବରେ ଅବତୀର୍ଣ୍ଣ ହେବେ ସେ ବିଷୟରେ କୌଣସି ସୂଚନା ଆମ ପାଖରେ ନାହିଁ୤ କିଛି ଧର୍ମଗ୍ରନ୍ଥକୁ ଆଧାର କରି କୁହାଯାଉଛି ଯେ କଳି ଯୁଗରେ କଳକୀ ଅବତାର ନେଇ ପ୍ରଭୂ ଆସିବେ୤ ସେ ଘୋଡ଼ା ଚଢ଼ି ହାତରେ ବାରହାତ ଖଣ୍ଡା ଧରି ସଂସାରରୁ ପାପକୁ ଦୂର କରିବା ସହ ସତ୍ୟକୁ ସ୍ଥାପନ କରିବେ୤ ଅବଶ୍ୟ ଏହି ସବୁ କଥା ଉପରେ ଆମେ ଶତପ୍ରତିଶତ ବିଶ୍ବାସ କର

Read More ...!
କୃଷକ ଆତ୍ମହତ୍ୟା : ଦାୟୀ କିଏ ? କୃଷକ ଆତ୍ମହତ୍ୟା : ଦାୟୀ କିଏ ?

ବର୍ତ୍ତମାନ ଦେଶରେ ସବୁଠାରୁ ବଡ଼ ଖବର ହେଉଛି କୃଷକମାନଙ୍କ ଆତ୍ମହତ୍ୟା୤ ଗତକାଲି ଅପରାହ୍ନରେ ଦିଲ୍ଲୀରେ ଆମ୍ ଆଦମୀ ପାର୍ଟିର ଏକ କାର୍ଯ୍ୟକ୍ରମ ସମୟରେ ଜଣେ କୃଷକ ନିଜ ବେକରେ ଦଉଡ଼ି ଦେଇ ଗଛରୁ ଝୁଲି ପଡ଼ିଥିଲେ୤ ପରେ ତାଙ୍କୁ ମୃତ ବୋଲି ଘୋଷଣା କରାଯାଇଥିଲା ଅବଶ୍ୟ୤ ହେଲେ ଏହି ମୃତ୍ୟୁପରେ ଦେଶରେ ରାଜନୈତିକ କାଦୁଆ ଫୋପଡ଼ାଫୋପଡ଼ି ଆରମ୍ଭ ହୋଇଗଲା୤ ଆପ୍ କର୍ମକର୍ତ୍ତା ଓ ସର୍ବୋପରି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ସେହି ସଭାରେ ଉପସ୍ଥିତ ଥିବା ସତ୍ତ୍ବେ ଏହିପରି ଅଘଟଣ ଘଟିଲା କାହିଁକି ? କୃଷକ ଜଣକ ଆତ୍ମହତ୍ୟା କରିବା ଜଣାପଡ଼ିବାପରେ କାର୍ଯ୍ୟକ୍ରମକୁ ରଦ୍ଦ କରାନଯାଇ ଚାଲୁ ରଖାଗଲା କାହିଁକି ? କୃଷକଜଣକ ଗଛ ଉପରେ ଚଢ଼ିବା ବେଳେ ହାତରେ ଝାଡ଼ୁଧରିଥିଲା, ଯାହା ଆମ୍ ଆଦମୀ ପାର୍ଟିର ନିର୍ବା

Read More ...!
ପବିତ୍ର ଅକ୍ଷୟ ତୃତୀୟାର ଅଭିନନ୍ଦନ ପବିତ୍ର ଅକ୍ଷୟ ତୃତୀୟାର ଅଭିନନ୍ଦନ

ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ତିଥିକୁ ଅକ୍ଷୟ ତୃତୀୟା ଭାବରେ ପାଳନ କରାଯାଏ୤ ଉଭୟ ହିନ୍ଦୁ ଏବଂ ଜୈନ ଧର୍ମାବଲମ୍ବୀମାନେ ଏହି ଦିନକୁ ପାଳନ କରିଥାନ୍ତି୤ ଭଗବାନ ବିଷ୍ଣୁଙ୍କର ଷଷ୍ଠ ଅବତାର ଭଗବାନ ପର୍ଶୁରାମଙ୍କ ଜନ୍ମତିଥି ହେଉଛି ଆଜି୤ ଏହି ଦିନରେ ଋଷି ବେଦବ୍ୟାସ ଗଣେଷଙ୍କ ସହାୟତାରେ ମହାଭାରତ ରଚନା ଆରମ୍ଭ କରିଥିଲେ୤ ଜୈନଧର୍ମାବଲମ୍ବୀମାନେ ଏହି ଦିନକୁ ତୀର୍ଥଙ୍କର ଋଷଭଙ୍କ ଏକବର୍ଷ ଉପବାସକୁ ଆଖୁରସ ପାନକରି ସାଧନା ସମାପନ କରିଥିବା ଦିବସ ଭାବରେ ପାଳନ କରନ୍ତି୤ ହିନ୍ଦୁ ଏବଂ ଜୈନ କ୍ୟାଲେଣ୍ଡରେ ଅନେକ ସମୟରେ କେତେକ ମାସ ଅଧିକ କିମ୍ବା କମ ହୋଇଥାଏ, ବେଳେ ବେଳେ କୌଣସି ଦିବସ ନଥାଏ, ହେଲେ ଅକ୍ଷୟ ତୃତୀୟା କେବେ ବି ହିନ୍ଦୁ କ୍ୟାଲେଣ୍ଡରରୁ ଉହ୍ୟ ହୋଇରହିବ ନାହିଁ୤ଅକ୍ଷୟର ଆକ୍ଷରି

Read More ...!
ନେଟ୍ ନ୍ୟୁଟ୍ରାଲିଟି : ସମସ୍ତଙ୍କ ପାଇଁ ସମାନ ଇଣ୍ଟରନେଟ୍ ବ୍ୟବସ୍ଥା ନେଟ୍ ନ୍ୟୁଟ୍ରାଲିଟି : ସମସ୍ତଙ୍କ ପାଇଁ ସମାନ ଇଣ୍ଟରନେଟ୍ ବ୍ୟବସ୍ଥା

ମନେ କରନ୍ତୁ ଆପଣ ନିଜ ଘରେ ବସିଛନ୍ତି ଆଉ ପ୍ରତିଦିନ ସକାଳେ ଗାଇକ୍ଷୀର ନେଇ ଆସୁଥିବା ଲୋକଟା କହୁଛି ଆଜିଠୁ କ୍ଷୀର ଦର ବଢ଼ିବ୤ ଯଦି ଆପଣ ଏଇ କ୍ଷୀରରେ କେବଳ ଚା କରି ପିଇବେ ତ ଲିଟର ତିରିଶି ଦେବେ, ଆଉ ଯଦି କ୍ଷୀରି କରିବେ ତ ଲିଟର ଚାଳିଶ ଦେବେ, ଆଉ ଯଦି ମିଠା ତିଆରି କରିବେ ତ ଲିଟର ପଚାଶ ଟଙ୍କା ଦେବେ !!! ଆପଣ ଆଶ୍ଚର୍ଯ୍ୟ ହେବେ ନିଶ୍ଚୟ୤ କାରଣ ଆପଣ କ୍ଷୀର କଣ କରିବେ ନ କରିବେ ସେ କଥା ସେ ତ ଜାଣିବ ନାହିଁ ? ଆରେ ମୁଁ କହିବାକୁ ଭୁଲି ଯାଉଛି, ସେ ଲୋକର ଏଜେଣ୍ଟ୍ ଆପଣଙ୍କ ଘରକୁ ବାରମ୍ବାର ଆସି ଦେଖିଯିବେ ଯେ ଆପଣ ସେ କ୍ଷୀରରେ କଣ କରୁଛନ୍ତି୤ ଏମିତି ବ୍ୟବସ୍ଥା ଆପଣଙ୍କୁ କେମିତି ଲାଗିବ ?ଆପଣ ଇଣ୍ଟରନେଟ୍ ବ୍ୟବହାର ତ ନିଶ୍ଚୟ କରୁଛନ୍ତି, ନ ହେଲେ ଏହି ଲେଖାକୁ ପଢ଼ି ପାରିନଥାନ୍ତେ୤ କେଉଁ ଇଣ୍ଟରନେଟ୍ ବ୍ୟ

Read More ...!
ଓଡ଼ିଆ ନବବର୍ଷର ହାର୍ଦ୍ଦିକ ଅଭିନନ୍ଦନ ଓଡ଼ିଆ ନବବର୍ଷର ହାର୍ଦ୍ଦିକ ଅଭିନନ୍ଦନ

ମହାବିଷୁବ ସଂକ୍ରାନ୍ତି, ମେରୁ ସଂକ୍ରାନ୍ତି, ପଣା ସଂକ୍ରାନ୍ତି, ହନୁମାନ ଜୟନ୍ତୀ ଏବଂ ଡା ବି ଆର୍ ଆମ୍ବେଦକର ଜୟନ୍ତୀ ଉପଲକ୍ଷେ ସମସ୍ତ ଓଡ଼ିଶାବାସୀଙ୍କୁ ଆହ୍ବାନ ଇ-ପତ୍ରିକା ଏବଂ ଆହ୍ବାନ ଓଡ଼ିଆ ପରିବାର ତରଫରୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି୤ ଭଗବାନ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ ଏବଂ ସମସ୍ତେ ସ୍ନେହ, ସୁଖ ଓ ସମୃଦ୍ଧିରେ କାଳାତିପାତ କରନ୍ତୁ୤ ଧନ୍ୟବାଦ

Read More ...!
ଉତ୍କଳ ଦିବସର ପ୍ରକୃତ ଉପହାର ଉତ୍କଳ ଦିବସର ପ୍ରକୃତ ଉପହାର

ଓଡ଼ିଶା ସ୍ବାଧୀନ ହୋଇଥିଲା ୧୯୩୬ ମସିହାରେ ଏବଂ ବର୍ତ୍ତମାନ ୨୦୧୫ ମାନେ ପ୍ରାୟ ଅଶି ବର୍ଷ ବିତିଗଲାଣି୤ ହେଲେ ଏତେ ବର୍ଷରେ କଣ ପରିବର୍ତ୍ତନ ହୋଇଛି ? ଆମ ରାଜ୍ୟ ଖଣିଜ ସମ୍ପଦରେ ପରିପୂର୍ଣ୍ଣ ରାଜ୍ୟ ବୋଲି ସମସ୍ତେ ଜାଣନ୍ତି, ଆମେ ବି ପିଲାଦିନୁ ଖଣି, ଖଦାନ, କୋଲିଆରୀ କଥା ଶୁଣି ଶୁଣି ବଡ଼ ହୋଇଛୁ୤ ସ୍କୁଲରେ ପଢୁଥିବା ବେଳେ ଆମ ଶିକ୍ଷକମାନେ ଆମକୁ କହିଥିଲେ ଦିନ ଆସିବ ଓଡ଼ିଶାରେ ସୁନା ଫଳିବ, ଆମ ମାଟି ଭାରି ଉର୍ବର, ଭଲ ଚାଷବାସ ହୁଏ୤ ଖୋଳିଲେ ଖଣିଜ ମିଳେ, ଖୋଜିଲେ ଅଜସ୍ର ବନସମ୍ପଦ ମିଳେ, ଉପକୂଳ ୪୫୦ କିମିରୁ ଅଧିକ, ସାମୁଦ୍ରିକ ଦ୍ରବ୍ୟର ପ୍ରଚୁରତା ଏଠି୤ ହେଲେ ଅଶିବର୍ଷ ପରେ ଏବେ ବି ଆମ ରାଜ୍ୟର ଲୋକଙ୍କୁ ଏକ ଟଙ୍କିଆ ଚାଉଳ ଆଉ ପାଞ୍ଚ ଟଙ୍କିଆ ଭାତଡାଲମା ଦରକାର ପଡୁଛି କାହିଁକି ? ରାଜ୍ୟ ସରକାର ର

Read More ...!
ପବିତ୍ର ଉତ୍କଳ ଦିବସର ଅଭିନନ୍ଦନ ବାର୍ତ୍ତା ଏବଂ ଛବି ପବିତ୍ର ଉତ୍କଳ ଦିବସର ଅଭିନନ୍ଦନ ବାର୍ତ୍ତା ଏବଂ ଛବି

ଆଜି ପବିତ୍ର ଉତ୍କଳ ଦିବସ, ସ୍ବତନ୍ତ୍ର ଉତ୍କଳ ରାଜ୍ୟ ଗଠନର ଦିନ୤ ବର୍ଷ ୧୯୩୬ରେ ତତ୍କାଳୀନ ବ୍ରିଟିଶ ସରକାରଙ୍କ ଅଧୀନରୁ ସ୍ବାଧୀନତା ପାଇଥିବା ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଦୀର୍ଘ ଅଶିବର୍ଷ ପରେ ବର୍ତ୍ତମାନ କେଉଁପରି ସ୍ଥିତିରେ ପହଞ୍ଚିଛି ତାହା ସମସ୍ତେ ଜାଣୁଛନ୍ତି୤ ସ୍ବାଧୀନତା ପାଇବାର ଅଶିବର୍ଷ ପାଖାପାଖି ସମୟ ବିତିଯାଇଥିଲେ ସୁଦ୍ଧା ଏହି ରାଜ୍ୟର ଜନତାଙ୍କୁ ଟଙ୍କାକିଆ ଚାଉଳ ଆଉ ପାଞ୍ଚଟଙ୍କିଆ ଆହାର ଉପରେ ନିର୍ଭର କରିବାକୁ ପଡୁଛି୤ ସେ ଯା ହେଉ ଆମର ଏହି ଲେଖା କୌଣସି ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ନୁହେଁ, ତେଣୁ ସେ ସବୁକୁ ଭୁଲିଯାଇ ଆମେ କେବଳ ଗର୍ବ କରିବା ଯେ ଆମେ ଓଡ଼ିଆ୤ ଅବଶ୍ୟ ଅତୀତରେ ଆମେ କଣ କରିଥିଲେ ତାହାକୁ ହିଁ ନେଇ ଗର୍ବ କରିବା ଶ୍ରେୟସ୍କର ହେବ୤ ଏହି ପବିତ୍ର ଦିବସ

Read More ...!
ଆସ ଜାଣିବା ଆମ ଓଡ଼ିଶା ବିଷୟରେ ଆସ ଜାଣିବା ଆମ ଓଡ଼ିଶା ବିଷୟରେ

ସ୍ବତନ୍ତ୍ରଉତ୍କଳ ପ୍ରଦେଶ ଭାରତୀୟ ଉପମହାଦ୍ବୀପର ଦକ୍ଷିଣ-ପୂର୍ବ କୋଣରେ ଅବସ୍ଥିତ ଏକ ରାଜ୍ୟ୤ ଉତ୍ତରରେ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଦକ୍ଷିଣରେ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା, ପଶ୍ଚିମରେ ଛତିଶଗଡ଼ ଓ ପୂର୍ବରେ ବଙ୍ଗୋପସାଗରଦ୍ବାରା ପରିବେଷ୍ଠିତ ଆମ ରାଜ୍ୟ ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ ଏକ ରାଜ୍ୟ୤ ଭାରତରେ ଥିବା ୨୯ଟି ରାଜ୍ୟମଧ୍ୟରେ ସ୍ଥଳଭାଗର କ୍ଷେତ୍ରଫଳ ହିସାବରେ ଦେଶରେ ନବମ ବଡ଼ରାଜ୍ୟ ହେଉଛି ଓଡ଼ିଶା୤ ଓଡ଼ିଆ ହେଉଛି ଆମ ରାଜ୍ୟର ରାଜ୍ୟଭାଷା୤ଆମ ରାଜ୍ୟର ଅତୀତ ଅତ୍ୟନ୍ତ ଗୌରବମୟ୤ ଯେଉଁ ରାଜ୍ୟରେ ଦେବତା ମନୁଷ୍ୟରୂପରେ ଆସି ଲୀଳାଖେଳ କରୁଛନ୍ତି ସେହି ରାଜ୍ୟ ଅତୀତରେ ଥିଲା ଅପରାଜେୟ୤ ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ବିସ୍ତୃତ କଳିଙ୍ଗ ସମ୍ରାଜ୍ୟ ଅତୀତରେ ଭାରତର ଏକ ପ୍ରମ

Read More ...!
ଓଡ଼ିଆପୁଅର ଅଭିନବ ପ୍ରଚେଷ୍ଟା : ନବକଳେବର ଯାତ୍ରା ଓଡ଼ିଆପୁଅର ଅଭିନବ ପ୍ରଚେଷ୍ଟା : ନବକଳେବର ଯାତ୍ରା

ମହାପ୍ରଭୂ ଶ୍ରୀ ଜଗନ୍ନାଥଙ୍କ ଆସ୍ଥାନ ପୁରୀ, ସମଗ୍ର ବିଶ୍ବରେ ରଥଯାତ୍ରାପାଇଁ ପ୍ରସିଦ୍ଧ୤ କିନ୍ତୁ ଭଗବତ୍ ତତ୍ତ୍ବ ବ୍ୟତୀରେକ ଶ୍ରୀମନ୍ଦିରରେ ମହାପ୍ରଭୂ ଶ୍ରୀ ଜଗନ୍ନାଥଙ୍କ ଏକ ସାମାନ୍ୟ ମନୁଷ୍ୟପରି ଅନେକ ପ୍ରଥା ପ୍ରଚଳିତ ରହିଛି, ସେଥିମଧ୍ୟରୁ ଗୋଟିଏ ହେଉଛି, ନିଜର ପୁରୁଣା ଶରୀରକୁ ତ୍ୟାଗ କରି ନୂତନ ଶରୀରରେ ପ୍ରବେଶକରିବା, ଯାହାକୁ ନବକଳେବର ବୋଲି କୁହାଯାଏ୤ ମନ୍ଦିର ନିର୍ମାଣ ହେବାର ଶତାଧିକ ବର୍ଷ ମଧ୍ୟରେ ଅନେକ ଥର ମହାପ୍ରଭୂଙ୍କ କଳେବରକୁ ପରିବର୍ତ୍ତିତ କରାଯାଇଛି, ସାଧାରଣତଃ ୧୨ରୁ ୧୯ ବର୍ଷ ଅନ୍ତରରେ ଥରେ ଏହା ହୋଇଛି୤ ଏହି ଅନୁଷ୍ଠାନରେ ମନ୍ଦିରର ଚତୁର୍ଦ୍ଧାମୂର୍ତ୍ତି ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଏବଂ ସୁଦର୍ଶନଙ୍କ କଳେବରକୁ ନୂତନଭାବେ ନିର୍ମାଣ କରାଯାଇ ପୁରୁଣା ଶର

Read More ...!