favicon ଆହ୍ବାନ ଓଡ଼ିଆ ବ୍ଲଗ୍
FB TT GG

ଆହ୍ବାନ ଓଡ଼ିଆ ବ୍ଲଗ୍

ଆସ ଓଡ଼ିଆରେ ଲେଖିବା, ପଢ଼ିବା ଓ ପଢ଼ାଇବା

ପ୍ରକୃତରେ ରସଗୋଲା କାହାର? ପ୍ରକୃତରେ ରସଗୋଲା କାହାର?

ବିଗତ କିଛି ଦିନ ହେବ ଗୋଟିଏ ନୂଆ ଦ୍ବନ୍ଦ ସୃଷ୍ଟି ହୋଇଛି, ଆଉ କଳହର କାରଣ ରସଗୋଲା!!! ଏତେ ମିଠା ଜିନିଷ ବି କଣ କଳହ ସୃଷ୍ଟି କରିପାରେ ? ହେଲେ କଥା ହେଉଛି, ପଶ୍ଚିମବଙ୍ଗ ସରକାର ଦାବୀ କରୁଛନ୍ତି କାଳେ ରସଗୋଲାଟା ଖାଣ୍ଟି ବଙ୍ଗାଳୀ ମିଠା ଆଉ ଏହାକୁ ଆମେ କାହିଁକି କେଜାଣି ହଜମ କରିପାରୁନାହୁଁ୤ ଏହାର ଗୋଟିଏ ମାତ୍ର କାରଣ ହେଉଛି, ବଙ୍ଗାଳୀମାନେ ଦାବୀ କରୁଛନ୍ତି ଯେ ଉନବିଂଶ ଶତାବ୍ଦୀରେ ଏହି ମିଠା ବଙ୍ଗଳା ମିଠାଇ ପ୍ରସ୍ତୁତକାରୀମାନେ ତିଆରି କରିଥିଲେ ଏବଂ ଏହା ସେଇଥି ପାଇଁ ସେମାନଙ୍କର, ହେଲେ ଆମେ ଜାଣୁ ମହାପ୍ରଭୂ ଶ୍ରୀଜଗନ୍ନାଥ ରଥଯାତ୍ରାରୁ ଫେରିବା ପରେ ତାଙ୍କୁ ରସଗୋଲା ଦେଇ ଆପ୍ୟାୟିତ କରିବାର ଏକ ନିର୍ଦ୍ଧିଷ୍ଟ ପରମ୍ପରା ବିଗତ ଛଅ କିମ୍ବା ସାତ ଶତାବ୍ଦୀ ହେବ ପ୍ରଚଳିତ ରହିଛି୤ ସେହି

Read More ...!
ଆମ ପିଲାମାନେ କଣ ଦେଖୁଛନ୍ତି? ଆମ ପିଲାମାନେ କଣ ଦେଖୁଛନ୍ତି?

ବିଗତ ଦିନରେ ଆମେରିକାରେ ସଂଗଠିତ ଏକ ବିଭତ୍ସ ହତ୍ୟାକାଣ୍ଡରେ ନିଜ ମା’କୁ ମାରିଦେଇଥିବା ଅଭିଯୋଗରେ ଜଣେ ଝିଅକୁ ଗିରଫ କରାଗଲା୤ ସୂଚନାରୁ ଜଣାପଡ଼ିଥିଲା ଯେ ବର୍ଷେତଳେ ଜଣେ ମହିଳାଙ୍କୁ କେହି ଜଣେ ଗଳାକାଟି ହତ୍ୟା କରିଥିଲା ଏବଂ ଏହାର ସୂଚନା ସଂପୃକ୍ତ ମହିଳାଙ୍କ ଝିଅ ପୋଲିସକୁ ଦେଇଥିଲା, ସେ କହିଥିଲା ଯେ ଗୋରା ଦେଖାଯାଉଥିବା କେହିଜଣେ ବ୍ୟକ୍ତି ଘରେ ପଶି ତା ମାଆଙ୍କୁ ହତ୍ୟା କରିଛି୤ ପୋଲିସ ଅନେକ ଦିନଧରି ତଦନ୍ତ କରିବାପରେ ଶେଷରେ ମୃତ ମହିଳାଙ୍କ ଝିଅକୁ ଗିରଫ କରିଥିଲେ୤ ସଂପ୍ରତି ବିଶ୍ବରେ ବିପଦ ଭାବେ ଦେଖାଦେଇଥିବା ଆଇଏସଆଇଏସର ପ୍ରଭାବରେ ଝିଅଟି ନିଜ ମାଆକୁ ହତ୍ୟା କରିଥିବା କଥା ସ୍ବୀକାର କରିଥିଲା୤ ଝିଅଟିର ଲ୍ୟାପଟପକୁ ପରୀକ୍ଷା କରିବା ବେଳେ ସେଥିରେ ସେ ଆଇଏସଆଇଏସ ମାନେ ଲୋ

Read More ...!
ରଙ୍ଗବତୀକୁ ନେଇ ଏତେ ବିତଣ୍ଡା କାହିଁକି ? ରଙ୍ଗବତୀକୁ ନେଇ ଏତେ ବିତଣ୍ଡା କାହିଁକି ?

ଅତ୍ୟନ୍ତ ଦୁଃଖର ସହିତ କହିବାକୁ ଚାହୁଁଛି, ଅନେକେ ହୁଏତ ମୋ ସହ ସହମତ ନ ହୋଇ ପାରନ୍ତି, କିନ୍ତୁ ସମୁଦାୟ ଓଡ଼ିଆ ଜାତି ହୀନମଣ୍ୟତା ବା ଇନ୍‌ଫେରିଅର୍ କଂପ୍ଲେକ୍ସ୍ ନାମକ ବେମାରୀ ଦ୍ବାରା ଆକ୍ରାନ୍ତ ହୋଇଛି, ସେଇଥିପାଇଁ ଜଣେ ଅଣ ଓଡ଼ିଆ (ଓଡ଼ିଆ ପଢ଼ି ବୁଝିପାରୁନଥିବା) ଆମ ଜାତିର ଏକ ପ୍ରସିଦ୍ଧ ଗୀତକୁ ଅତ୍ୟନ୍ତ ଅଶ୍ଳୀଳ ଓ କଦର୍ଯ୍ୟ ରୂପରେ ପରିବେଷଣ କରୁଥିବା ସତ୍ତ୍ବେ ସମସ୍ତେ ଭାବୁଛନ୍ତି ସଂପୃକ୍ତ ମହିଳା ଜଣଙ୍କ ଆମ ଉପରେ ଦୟା କରିଛନ୍ତି, ତାଙ୍କରି ଦୟାରୁ ଆମର ଓଡ଼ିଆ ଗୀତ ବିଶ୍ବଦରବାରରେ ଉପସ୍ଥାପିତ ହୋଇପାରିଛି୤ ନିଜକୁ ହୀନ ବୋଲି ବିବେଚିତ କରୁଥିବା ଲୋକଟିଏ ହିଁ ଏହିପରି କାର୍ଯ୍ୟରୁ ଆନନ୍ଦ ପାଇପାରେ୤ କାରଣ ସେ ନିଜର ଅସ୍ତିତ୍ବକୁ ନେଇ ନିଜେ ହିଁ ପ୍ରଶ୍ନବାଚୀଟିଏ ସୃଷ୍ଟି କରିଛି୤ ଆମେ

Read More ...!
ରଙ୍ଗବତୀ ରିଟର୍ଣ୍ଣସ... ତୁମେ ଫେରିଯାଅ !!! ରଙ୍ଗବତୀ ରିଟର୍ଣ୍ଣସ... ତୁମେ ଫେରିଯାଅ !!!

ଓଡ଼ିଆର ଏକ ପ୍ରମୁଖ ଲୋକଗୀତ ତଥା ସମ୍ବଲପୁରୀ ଭାଷାରେ ଜିତେନ୍ଦ୍ର ହରିପାଲ ଗାଇଥିବା ରଙ୍ଗବତୀ ଗୀତକୁ ନେଇ ବର୍ତ୍ତମାନ ଏକ ବିବାଦ ଦେଖାଦେଇଛି୤ ଏହି ଗୀତର ଏକ ରିମିକ୍ସ ଭର୍ସନ ବର୍ତ୍ତମାନ କୋକାକୋଲା ଭାଇବସ୍ ଏବଂ ଭାୟାକମ୍ ମିଡ଼ିଆ-୧୮ ଦ୍ବାରା ପ୍ରସ୍ତୁତ କରାଯାଇ ଟିଭିରେ ପ୍ରଦର୍ଶିତ ହୋଇଛି ଏବଂ ୟୁଟ୍ୟୁବରେ ଦେଖିବାକୁ ମିଳୁଛି୤ ପ୍ରକୃତ ଗୀତଠାରୁ ସମ୍ପୂର୍ଣ୍ଣ ଅଲଗା ଶୁଣାଯାଉଥିବା ଏହି ଗୀତକୁ ଗାଇଛନ୍ତି ପ୍ରବାସୀ ଓଡ଼ିଆ ଗାୟିକା ସୋନା ମହାପାତ୍ର, ଏବଂ ତାଙ୍କ ସହ ସହଯୋଗ କରିଛନ୍ତି ରାମ ସମ୍ପତ୍ ଏବଂ ଋତୁରାଜ ମହାନ୍ତି୤ ହେଲେ ଏହି ଗୀତଟି ମୂଳ ଗୀତକୁ ବିକୃତ କରି ଗାଇବା ସହ ଏହା ମୂଳ ସ୍ବତ୍ତ୍ବ ଆଇନକୁ ଉଲଂଘନ କରୁଛି ଦର୍ଶାଇ ଗୀତର ଗୀତିକାର ମିତ୍ରଭାନୁ ଗୌନ୍ତିଆ ଏବଂ ସଙ୍ଗୀତ ନିର୍ଦ

Read More ...!
ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାଫଳ ଘୋଷିତ୤ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାଫଳ ଘୋଷିତ୤

ଭରତୀୟ ପ୍ରଶାସନିକ ସେବା ପରୀକ୍ଷା ଫଳ ପ୍ରକାଶିତ ହୋଇଛି ଏବଂ ଏଥିରେ ସର୍ବୋଚ୍ଚ ପାଞ୍ଚଜଣଙ୍କ ମଧ୍ୟରେ ଅଛନ୍ତି ତିନିଜଣ ମହିଳା୤ ଏହି ପରୀକ୍ଷାରେ ପ୍ରଥମ ହୋଇଛନ୍ତି ଦିଲ୍ଲୀର ଇରା ସିଙ୍ଘଲ୍ ଏବଂ ତାଙ୍କପରେ ଅଛନ୍ତି ରେଣୁ ରାଜ୍ ଓ ନିଧି ଗୁପ୍ତା୤ ଇରା ଏବଂ ନିଧି ଭାରତୀୟ ରାଜସ୍ବ ବିଭାଗ ( କଷ୍ଟମସ୍ ଏବଂ ଏକ୍‌ସାଇଜ୍) ରେ କାର୍ଯ୍ୟ କରୁଥିବା ବେଳେ, ରେଣୁ ରାଜ କେରଳରେ ଡାକ୍ତରୀ କରୁଛନ୍ତି୤ଏହି ପରୀକ୍ଷାରେ ସଫଳ ହୋଇଥିବା ଇରା ନିଜ ସଫଳତାକୁ ନେଇ ଅତ୍ୟନ୍ତ ଆନନ୍ଦିତ ବୋଲି ଜଣାଇଛନ୍ତି୤ ସେ ଶାରୀରିକ ଅକ୍ଷମ ଶ୍ରେନୀଭୂକ୍ତ ହୋଇଥିଲେ ସୁଦ୍ଧା ସାଧାରଣ ବର୍ଗରେ ପରୀକ୍ଷା ଦେଇଥିଲେ୤ ସେ କହିଛନ୍ତି, ‘ମୁଁ ଆଇଏଏସ୍ ଅଫିସର ହେବାକୁ ଚାହେଁ୤ ଶାରୀରିକ ଭାବେ ଅକ୍ଷମ ଶ୍ରେଣୀ ଲୋକଙ୍କ ପାଇଁ କିଛି କର

Read More ...!
ଚଳିତ ବର୍ଷ ନବଯୌବନ ଦର୍ଶନ ହେବନାହିଁ !!! ଚଳିତ ବର୍ଷ ନବଯୌବନ ଦର୍ଶନ ହେବନାହିଁ !!!

ପୁରୀ ଶ୍ରୀମନ୍ଦିର ତରଫରୁ ସୂଚନା ଦିଆଯାଇଛି ଯେ ମହାପ୍ରଭୂଙ୍କ ନବଯୌବନ ଦର୍ଶନପାଇଁ ଆସୁଥିବା ଜନସମାଗମକୁ ଆଖି ଆଗରେ ରଖି ସେମାନେ ଚଳିତ ବର୍ଷର ଏହି ସମାରୋହକୁ ସମସ୍ତଙ୍କ ପାଇଁ ଉନ୍ମୁକ୍ତ କରିବେ ନାହିଁ୤ ଅର୍ଥାତ କେହି ବି ନବଯୌବନ ଦର୍ଶନ କରିପାରିବେ ନାହିଁ୤ ଯୁଗଯୁଗରୁ ମହାପ୍ରଭୂଙ୍କ ନବଯୌବନ ଦର୍ଶନ କରି ବୈକୁଣ୍ଠପ୍ରାପ୍ତି ହେଉଥିବା କଥା ସମସ୍ତେ ଜାଣିଥିବା ହେତୁ ଏହି ଦିନ ପୁରୀ ସହରରେ ଲକ୍ଷାଧିକ ଭକ୍ତ ସମାଗମ ହୋଇଥାନ୍ତି୤ ଏବଂ ଚଳିତବର୍ଷ ନବକଳେବର ହୋଇଥିବା ହେତୁ ଏହି ସମାଗମ ଦଶଲକ୍ଷରୁ ଅଧିକ ହେବ ବୋଲି ଆଶା କରାଯାଉଛି୤ ଶ୍ରୀମନ୍ଦିର ତରଫରୁ ଦିଆଯାଇଥିବା କାରଣ ମଧ୍ୟ ଯଥାର୍ଥ ବୋଲି କୁହାଯାଇପାରେ୤ ଏତେ ସଂଖ୍ୟାରେ ଭକ୍ତଙ୍କୁ ପୁରୀ ଶ୍ରୀମନ୍ଦିର ସମ୍ମୁଖରେ ରହି ମହାପ୍ରଭ

Read More ...!
ନବକଳେବରରେ ବିଭ୍ରାଟ : ଦୈବୀକୃତ ହୋଇପାରେ !!! ନବକଳେବରରେ ବିଭ୍ରାଟ : ଦୈବୀକୃତ ହୋଇପାରେ !!!

ଜଗତର ନାଥ ଜଗନ୍ନାଥଙ୍କ ଅନନ୍ୟ ପରମ୍ପରା ମଧ୍ୟରେ ଅନନ୍ୟ ହେଉଛି ନବକଳେବର୤ ମୃତ୍ୟୁପରେ ନବଜନ୍ମପରି ଏକ ଧାରଣାକୁ ସୁଦୃଢ଼ କରିବାପାଇଁ ମହାପ୍ରଭୂ ପ୍ରତି ଦୁଇଦଶନ୍ଧିରେ ଅନ୍ୟୁନ ଥରେ ନିଜେ ସ୍ବରୂପ (ବିଗ୍ରହ) ତ୍ୟାଗକରି ନୂତନ ବିଗ୍ରହ ଧାରଣ କରିଥାନ୍ତି୤ ମନ୍ଦିର ପ୍ରତିଷ୍ଠାକାଳରୁ ଏହା ଅନୁଷ୍ଠିତ ହୋଇଆସୁଛି୤ ଯୁଗଯୁଗରୁ ଏହି ପାରମ୍ପରିକ ଉତ୍ସବକୁ ନେଇ ଭକ୍ତମାନଙ୍କ ମଧ୍ୟରେ ଅନେକ ଉତ୍ସାହ ଦେଖିବାକୁ ମିଳେ୤ ବିଗତ ନବକଳେବର ସମୟରେ ପୁରୀରେ ପାଞ୍ଚ ଲକ୍ଷରୁ ଅଧିକ ଭକ୍ତ ଜମା ହୋଇଥିଲେ, ଏବଂ ଚଳିତ ବର୍ଷ ଏହି ସଂଖ୍ୟା ଦଶଲକ୍ଷରୁ ଅଧିକ ହେବା ଆଶଂକାରେ ସରକାର ପୁରୀ ଏବଂ ଏହା ସଂଲଗ୍ନ ସମସ୍ତ ଅଞ୍ଚଳରେ ଅନେକ ଉନ୍ନୟନମୂଳକ କାର୍ଯ୍ୟକ୍ରମ କରିଥିଲେ୤ କିନ୍ତୁ ଅନ୍ୟ ସମସ୍ତ ନବକଳେବର ପରି ଚଳି

Read More ...!
ରଜଦୋଳି ପର୍ବରେ ପ୍ରସିଦ୍ଧ ଗୀତ ରଜଦୋଳି ପର୍ବରେ ପ୍ରସିଦ୍ଧ ଗୀତ

ଓଡ଼ିଶାରେ ପର୍ବ ରଜରେ କୁମାରୀମାନେ ଗାଉଥିବା ଏକ ପ୍ରସିଦ୍ଧ ଲୋକଗୀତ : - ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ ଲୋ, ଘେନି ନୁଆ ସଜବାଜ ୤ରାଶିରୁ ଛାଡ଼ିଲା ଚୋପା, ଗୋଡ଼ରେ ନାଇଛୁ ସରୁ ଅଳତା ଲୋ, ମଥାରେ ସିନ୍ଦୂର ଟୋପା ୤ଉଡ଼ିଲା ଶୁଆ ନାହାକା, ଦୋଳିଟା କାହିଁକି ଲାଗୁଛି ଏକା ଲୋ, କାହା ବିନା ଏକା ଏକା ୤ପାଚିଲା ଭଇଁଚ କୋଳି, ବେକରେ ନାଇଚି ଗଜରା ମାଳି ଲୋ, ଝୁଲାଅ ରଜର ଦୋଳି ୤ପଣସ ପାଚିଲା ବନେ, ବନ ପୋଡ଼ିଗଲେ ଦୁନିଆ ଜାଣେ ଲୋ, ମନ କଥା କିଏ ଜାଣେ ୤ଶଙ୍ଖ ମଲ ମଲ ଗିନା, ଦରଦ ଜାଣେଲୋ ଦରଦୀ ସିନା ଲୋ, ବଣିଆ ଚିହ୍ନେଟି ସୁନା ୤ନିମ୍ବରୁ ବୁକେ ଚନ୍ଦନ, ଦେବତା ଗଢ଼ିଲା ନାରୀ ଜୀବନ ଲୋ, ଦେଲା ତହିଁ ଯଉବନ ୤ଢମଣା ଛାଡ଼ିଲା କାତି, ପୁରୁଷ ସିନାଲୋ ଭ୍ରମର ଜାତି ଲୋ, ନୂଆ ଖୋଜୁଥାନ୍ତି ନିତି ୤ଚାନ୍ଦରେ କଳଙ୍କ ଚିହ୍ନ, ନବ

Read More ...!
ସମ୍ପର୍କ ଦୁର୍ବଳ ହୁଏ କାହିଁକି ? ସମ୍ପର୍କ ଦୁର୍ବଳ ହୁଏ କାହିଁକି ?

ଆଶା କରନାହିଁ, ଦୁଃଖ କର ନାହିଁ୤ ପୁରୁଷ ଓ ନାରୀ ବସ୍ତୁତଃ ପରସ୍ପରଠାରୁ ସମ୍ପୂର୍ଣ୍ଣଭାବେ ଭିନ୍ନ୤ ପରସ୍ପରର ସହଭାଗୀ ହୋଇପାରନ୍ତି, କିନ୍ତୁ ନିଜକୁ ଅନ୍ୟଭଳି କରିବାକୁ ଚେଷ୍ଟା କରିଲେ ବିଫଳ ହେବେ ହିଁ ହେବେ୤ କିନ୍ତୁ କିଛି ସ୍ତ୍ରୀ ନିଜ ସ୍ବାମୀଙ୍କୁ ଭିନ୍ନ ଭିନ୍ନ୍ କାରଣ ଦର୍ଶାଇ ଲାଞ୍ଛନା ଦେଇଥାନ୍ତି ଏବଂ ସେମାନଙ୍କ ସମ୍ପର୍କ ଦୁର୍ବଳ ହୋଇଥାଏ୤ ଏମିତି କିଛି କାରଣ ହେଲା;ସ୍ତ୍ରୀମାନେ ସାଧାରଣତଃ ଅଭିଯୋଗ କରନ୍ତି, ତୁମେ ମୋର ନିରବତାକୁ ବୁଝିପାରୁନ ମୋ କଥା କଣ ବୁଝିବ୤ କିନ୍ତୁ ସତ୍ୟ ହେଉଛି, ଯେ ନିରବତା ଅପେକ୍ଷା ଶବ୍ଦକୁ ବୁଝିବା ବହୁତ ସହଜ୤ ସ୍ତ୍ରୀମାନେ ଭୁଲିଯାଉଛନ୍ତି ଯେ ସ୍ବାମୀମାନେ ଅନ୍ୟ ଜଣେ ଲୋକ ଏବଂ ସେମାନଙ୍କ ଭିତରେ କୌଣସି ତାର ଲାଗିନି ଯେ ଆପେ ଆପେ ସ୍ବାମୀ ସ୍ତ୍ରୀର

Read More ...!
କନ୍ୟା ଏତେ ଅଲୋଡ଼ା କାହିଁକି ? କନ୍ୟା ଏତେ ଅଲୋଡ଼ା କାହିଁକି ?

ଘରେ ପହଞ୍ଚିବାପରେ ହାତରୁ ବ୍ୟାଗ୍ ଆଉ ଛତା ନେଇ ଠିକଣା ସ୍ଥାନରେ ଥୋଇଦେଇ ପାଣି ଗିଲାସେ ଧରି ଆସି ପହଞ୍ଚିଲା ସୁଶୀଳା୤ ଝିଅ ହାତରୁ ପାଣି ଗ୍ଲାସ୍ ନେଇ ଚେୟାର ଉପରେ ବସିପଡ଼ିଲେ ପ୍ରଧାନବାବୁ୤ ଝିଅ ସାଙ୍ଗେ ସାଙ୍ଗେ ଫ୍ୟାନ୍‌ଟା ଚାଲୁ କରିଦେଲା୤ ସେ ପାଣି ପିଇବା ସାରିଦେଇ ନିଜ କୋଠରୀକୁ ପ୍ରବେଶ କଲେ ଓ ପୋଷାକ ପରିବର୍ତ୍ତନ କରିଦେଇ ପୁଣି ବୈଠକକୁ ଆସିବା ବେଳକୁ ଡାକ ପକାଇଲା ସୁଶୀଳା, ‘ବାପା, ଖାଇବାକୁ ବାଢ଼ି ଦେଇଛି୤ ଆସ୤’ପ୍ରଧାନବାବୁଙ୍କ ଏକମାତ୍ର ଝିଅ ସୁଶୀଳା୤ ଅଜସ୍ର ସମ୍ପତ୍ତିର ମାଲିକ ପ୍ରଧାନବାବୁ ସୁଶୀଳା ଜନ୍ମହେବାପରେ ଆଉ କେବେ ଦ୍ବିତୀୟ ସନ୍ତାନ କଥା ଚିନ୍ତା କରିନାହାନ୍ତି୤ କରିବାର ଆବଶ୍ୟକତା କେବେ ଅନୁଭବ କରିନାହାନ୍ତି୤ ଏମିତି ବି ନୁହେଁ ଯେ କେହି ତାଙ୍କୁ ପ୍ରବର୍ତ୍ତା

Read More ...!
ଥାଇରଏଡ଼ (ଗଳଗ୍ରନ୍ଥି) ସମସ୍ୟା ଏବଂ ଏହାର ସମାଧାନ ଥାଇରଏଡ଼ (ଗଳଗ୍ରନ୍ଥି) ସମସ୍ୟା ଏବଂ ଏହାର ସମାଧାନ

ଡା ସୁନିଲ୍ କୁମାର କୋଟାପୂର୍ବାଭାଷ :    ଥାଇରଏଡ଼ ପ୍ରଜାପତି ସଦୃଶ ଏକ ଗ୍ରନ୍ଥି, ଯାହା ମାନବ ଶରୀରର ଗଳାର ସମ୍ମୁଖଭାଗରେ ଅବସ୍ଥିତ୤ ଏଥିରେ ଦୁଇଟି ବଖରା ରହିଛି୤ ସ୍ବର ପୂଟଳିର ନିମ୍ନଭାଗ(Larynx)ରେ ଏହା ଅବସ୍ଥିତ୤ ଏହା ଦୁଇଟି ହର୍ମୋନ୍ କ୍ଷରଣ କରିଥାଏ, ଟ୍ରାଇଥାଇଡ଼ୋ ଥାଇରୋନିନ୍ (T3) ଏବଂ ଟେଟ୍ରାଥାଇଡ଼ି ଥାଇରୋନିନ୍(T4)/ ଥାଇରକ୍ସିନ୍୤ ଥାଇରଏଡ଼ ଗ୍ରନ୍ଥି ଶରୀରର ବ୍ୟାଟେରୀ / ଇଞ୍ଜିନ୍ ଭଳି କାର୍ଯ୍ୟକରେ୤ ଉକ୍ତ ଦୁଇଟି ହର୍ମୋନ୍ ଶରୀର ଓ ତା’ର ବିଭିନ୍ନ ଅଙ୍ଗ ଅଭିବୃଦ୍ଧି କରି କାର୍ଯ୍ୟକ୍ଷମ ଏବଂ ଶକ୍ତି ବୃଦ୍ଧିରେ ସହାୟକ ହୋଇଥାଏ୤ ଅନ୍ୟ ଏକ ଗ୍ରନ୍ଥି ମସ୍ତିଷ୍କରେ ରହିଛି ଯାହାକୁ ପିଟ୍ୟୁଟାରୀ କୁହାଯାଏ୤ ପିଟ୍ୟୁଟାରୀ ଗ୍ରନ୍ଥି ଥାଇରଏଡ଼ ଗ୍ରନ୍ଥିକୁ ଉତ୍ତେଜିତକାରୀ ହର୍ମୋନ୍ (TSH) ସୃଷ୍

Read More ...!
ଆମେ ସାବିତ୍ରୀ ବ୍ରତ ପାଳନ କରୁ କାହିଁକି ? ଆମେ ସାବିତ୍ରୀ ବ୍ରତ ପାଳନ କରୁ କାହିଁକି ?

ଆଜି ପବିତ୍ର ସାବିତ୍ରୀ ବ୍ରତ୤ ପ୍ରତ୍ୟେକ ଓଡ଼ିଆ ଘରେ ଏହି ପର୍ବ ନିର୍ବିବାଦରେ ପାଳିତ ହୁଏ୤ ପ୍ରତ୍ୟେକ ସଧବା ନାରୀ ନିଜ ପତି ଏବଂ ପରିବାରର ସୁଖସମୃଦ୍ଧିପାଇଁ ଏହି ବ୍ରତକୁ ପାଳନ କରିଥାନ୍ତି୤ ଦିନଟିଏ ଉପବାସ କରି ଘରେ ଲକ୍ଷ୍ମୀନାରାୟଣଙ୍କୁ ସ୍ମରଣ କରି ପୂଜା କରାଯାଏ୤ଅବଶ୍ୟ କିଛି ବୁଦ୍ଧିଜୀବି ଏହାକୁ ସାମାଜିକ ବ୍ୟବସ୍ଥାର ପଶ୍ଚାତଗତି ବା ଅଧୋଗତି ସହ ତୁଳନା କରନ୍ତି୤ ସିଧା ଭାଷାରେ କହିଲେ ପ୍ରହସନ୤ ଯେହେତୁ ସେମାନେ ବୁଦ୍ଧିଜୀବି ସେମାନଙ୍କ ମତକୁ ଆମେ ସମ୍ମାନ ଦେଉ୤ ସାବିତ୍ରୀ ବ୍ରତ ପୁସ୍ତିକାରେ ପ୍ରକାଶିତ କଥାର ସତ୍ୟାସତ୍ୟ ପ୍ରମାଣିତ ନୁହେଁ, ଏହା ଏକ ଲୋକକଥା ମାତ୍ର ହୋଇଥାଇପାରେ୤ ହୁଏତ କେହି ଜଣେ ବ୍ୟକ୍ତି ଏହି କାହାଣୀକୁ ରଚନା କରିଥିବେ, ଏବଂ କାଳ ସହ ଗତିଦେଇ କିଛି ବ୍ୟକ୍

Read More ...!