favicon ଆହ୍ବାନ ଓଡ଼ିଆ ବ୍ଲଗ୍
FB TT GG

ଆହ୍ବାନ ଓଡ଼ିଆ ବ୍ଲଗ୍

ଆସ ଓଡ଼ିଆରେ ଲେଖିବା, ପଢ଼ିବା ଓ ପଢ଼ାଇବା

ସଡ଼କ ସୁରକ୍ଷା ଏବଂ ଆମର ଦାୟିତ୍ବ ସଡ଼କ ସୁରକ୍ଷା ଏବଂ ଆମର ଦାୟିତ୍ବ

ଭାରତରେ ପ୍ରତିଦିନ ଅସଂଖ୍ୟ ଲୋକ ସଡ଼କ ଦୁର୍ଘଟଣା ହେତୁ ପ୍ରାଣ ହରାଇଥାନ୍ତି ବା ଗୁରୁତର ଭାବରେ ଆହତ ହୋଇଥାନ୍ତି୤ ସେମାନଙ୍କ ଚିକିତ୍ସାରେ କୋଟି କୋଟି ଟଙ୍କା ଖର୍ଚ୍ଚ ବି ହୁଏ୤ ଏହା ଦ୍ବାରା ସାଧାରଣ ବ୍ୟକ୍ତିର ମନୋବଳ ଦୂର୍ବଳ ହେବା ସହ ଆର୍ଥିକ ଅନଟନର ଶୀକାର ବ୍ୟକ୍ତି ଉଚିତ ଚିକିତ୍ସା ପାଇବାରୁ ବଞ୍ଚିତ ହୋଇ ବେଳେ ବେଳେ ଅକାଳ ମୃତ୍ୟୁବରଣ କରିବା ଦେଖାଯାଏ୤ ଏହା ହୁଏ କାହିଁକି? କେହି ଜଣେ କହିଥିଲେ, “ଦୁର୍ଘଟଣା ହୋଇଯାଏ (କେହି ଜାଣିଶୁଣି କରନ୍ତି ନାହିଁ)” ୤ କହିବାଟା ସମ୍ପୂର୍ଣ୍ଣ ଠିକ୍, କେହି ବି ଜ୍ଞାନଶୀଳ ବ୍ୟକ୍ତି ନିଜ ଜାଣତରେ ତ ଦୁର୍ଘଟଣା କରିବ ନାହିଁ୤ ହେଲେ ଦୁର୍ଘଟଣା ହୁଏ କାହିଁକି ? ଏହାକୁ ମଧ୍ୟ ସଡ଼କ ପାର୍ଶ୍ବରେ ବିଭିନ୍ନ ବଡ଼ ଛୋଟ ସ୍ଥାନରେ ଲେଖାଯାଇଛି, “ନଜରେ ହଟିଁ,

Read More ...!
ସାଂପ୍ରତିକ ସମୟରେ ଓଡ଼ିଆ ଚଳଚ୍ଚିତ୍ର ସାଂପ୍ରତିକ ସମୟରେ ଓଡ଼ିଆ ଚଳଚ୍ଚିତ୍ର

ଚଳଚ୍ଚିତ୍ର ମନୋରଞ୍ଜନର ଏକ ମୁଖ୍ୟ ସାଧନ୤ ନିର୍ବାକ ଚଳଚ୍ଚିତ୍ରରୁ ଆରମ୍ଭ କରି ଆଧୁନିକ ୩ଡ଼ି, ୭ଡ଼ି ପର୍ଯ୍ୟନ୍ତ ଅନେକ ସୋପାନ ଦେଇ ଗତିକରିବା ପରେ ବର୍ତ୍ତମାନ ଚଳଚ୍ଚିତ୍ର ଦର୍ଶକ ମାନଙ୍କ ପାଇଁ ମାତ୍ର କେବଳ ଏକ କାହାଣୀର ନାଟ୍ୟ ରୂପାନ୍ତରଣ ନ ହୋଇ ସମ୍ପୂର୍ଣ୍ଣ ମନୋରଞ୍ଜନର ଏକ ଉତ୍କୃଷ୍ଟ ମାଧ୍ୟମ ହୋଇଯାଇଛି୤ ତ୍ରିଆୟାମୀ ଚଳଚ୍ଚିତ୍ର ବା ସପ୍ତଆୟାମୀ ଚଳଚ୍ଚିତ୍ର ଦ୍ବାରା ଦର୍ଶକ ମାନଙ୍କୁ ଏକ ଅନନ୍ୟ ଅନୁଭୂତି ଦେଉଥିବା ଦେଖାଗଲାଣି୤ ବିଦେଶରେ ଆମେରିକା, ଲଣ୍ଡନ ଆଦି ସ୍ଥାନରେ ଚଳଚ୍ଚିତ୍ର କାହାଣୀଧର୍ମୀ ନ ହୋଇ ମନୁଷ୍ୟର କଳ୍ପନାଶୀଳତାକୁ ଆଧାର କରି ନିର୍ମାଣ ହେବାକୁ ଲାଗିଲାଣି୤ ହଲିଉଡ଼୍ ହେଉ ବା ବଲିଉଡ଼, ଚଳଚ୍ଚିତ୍ର ସବୁସ୍ଥାନରେ ଉତ୍କୃଷ୍ଟତା ପ୍ରତିପାଦିତ କରିବାକୁ ଲାଗିଲାଣି୤

Read More ...!
ଭାଷା ଅଭ୍ୟୁଦୟର କାହାଣୀ ଭାଷା ଅଭ୍ୟୁଦୟର କାହାଣୀ

ଭାବରୁ ଭାଷା, ଭାଷାରୁ ସାହିତ୍ୟ ଏବଂ ସାହିତ୍ୟରୁ ବ୍ୟାକରଣ ଏହି ଧରାପୃଷ୍ଠରେ ଯେତେବେଳେ ମନୁଷ୍ୟର ଆବିର୍ଭାବ ହୋଇଥିବ ସେତେବେଳେ ପରସ୍ପର ସହ ନିଜ ଭାବର ଆଦାନ ପ୍ରଦାନ ପାଇଁ ସେମାନେ ଯେଉଁ ପ୍ରଥମ ଭାଷାର ବ୍ୟବହାର କରିଥିବା ତାହା ହୋଇଥିବ ଠାର ବା ଇଙ୍ଗିତର ଭାଷା୤ ବର୍ତ୍ତମାନ ମଧ୍ୟ ଆମେ ଏହି ଭାଷାର ବ୍ୟବହାର କରୁଛୁ୤ ଯେତେବେଳେ ବର୍ତ୍ତମାନର ପ୍ରଚଳିତ ଭାଷା ଆମର ଭାବର ପ୍ରତିବନ୍ଧକ ହେଉଛି ସେତେବେଳେ ସ୍ବତଃ ଆମେ ଇଙ୍ଗିତ ବା ଠାରର ଭାଷା ବ୍ୟବହାର କରିବାକୁ ଆରମ୍ଭ କରିଦେଉଛୁ୤ ଯେଉଁମାନେ କଥା କହିପାରନ୍ତି ନାହିଁ ସେମାନେ ଏହିପ୍ରକାରର ଭାଷାର ବ୍ୟବହାରରେ ସିଦ୍ଧହସ୍ତ୤ କିନ୍ତୁ ଆମେ ସମସ୍ତେ ଉଣାଅଧିକେ ଏହି ଠାରର ଭାଷାକୁ ବୁଝୁ ଏବଂ ବ୍ୟବହାର କରୁ୤ ନବଜନ୍ମିତ ଶିଶୁକୁ ଆଖିର ଠାରରେ

Read More ...!
ଅବଢ଼ା ଖାଇବା ପାଇଁ ଶ୍ରୀ ଜଗନ୍ନାଥ ପୁରୀ ଯାତ୍ରା ଅବଢ଼ା ଖାଇବା ପାଇଁ ଶ୍ରୀ ଜଗନ୍ନାଥ ପୁରୀ ଯାତ୍ରା

ଅପ୍ରେଲ ମାସର ପ୍ରବଳ ଗରମ ସମୟରେ ଲଗାତାର ତିନିଦିନ ଛୁଟି ମିଳିବା ଏକ ପ୍ରକାରର ଉପହାର ସଦୃଶ ହିଁ ହୋଇପାରେ୤ ପ୍ରଥମେ ବିଷୁବ ସଂକ୍ରାନ୍ତି, ତା ପରଦିନ ଡା ବାବାରାଓ ଆମ୍ବେଦକର ଜୟନ୍ତୀ ଏବଂ ଶେଷରେ ଶ୍ରୀରାମ ନବମୀ୤ ବିଷୁବ ସଂକ୍ରାନ୍ତିଦିନ ବ୍ରହ୍ମପୁରରେ ଉତ୍ସବମୁଖର ବାତାବରଣକୁ ଛାଡ଼ିଦେଇ ବାହାରକୁ ଯିବା କେବେ ବି ଭଲ ଲାଗେନି୤ ତେଣୁ ମନେ ମନେ ଚିନ୍ତା କରିଥିଲି ପରଦିନ ଅର୍ଥାତ ୧୪ ଅପ୍ରେଲରେ କୌଣସି ଏକ ସ୍ଥାନକୁ ଯାତ୍ରା କରିବି୤ ପ୍ରଥମେ ଚିନ୍ତା କରିଥିଲି ନୟାଗଡ଼ ଜିଲ୍ଲା ଯାଇ ଓଡ଼ଗାଁ, ଶରଣକୂଳ ଓ କଣ୍ଟିଲୋ ଆଦି ସ୍ଥାନ ଦେଖି ଆସିବି, ହେଲେ ସକାଳୁ ଉଠିବା ବେଳକୁ ନିଦ ଭାଙ୍ଗିଲାନାହିଁ୤ ଦିନ ଦଶଟା ବେଳକୁ ତଥାପି ଇଚ୍ଛା ହେଉଥିଲା ଲମ୍ବାରାସ୍ତାରେ ଗାଡ଼ି ନେଇଯାଇ ବୁଲି ଆସିବା ପାଇଁ, ତେଣୁ

Read More ...!
ମହିଳାଯାତ୍ରୀ କହିଲେ : ଜୋରିମାନା ଦେବିନାହିଁ, ପ୍ରଥମେ ମାଲ୍ୟାଙ୍କୁ ଧର ମହିଳାଯାତ୍ରୀ କହିଲେ : ଜୋରିମାନା ଦେବିନାହିଁ, ପ୍ରଥମେ ମାଲ୍ୟାଙ୍କୁ ଧର

ମୁମ୍ବାଇ : [ 22-march-2016 ] ବିନା ଟିକେଟରେ ଟ୍ରେନରେ ଯାତ୍ରା କରୁଥିବା ୪୪ ବର୍ଷ ବୟସ୍କା ଜଣେ ସମ୍ଭ୍ରାନ୍ତ ମହିଳା ମାତ୍ର ୨୬୦ ଟଙ୍କାର ଜୋରିମାନା ଦେବାକୁ ମନା କରିଦେଇ ସାତ ଦିନପାଇଁ ଜେଲ ଯାଇଛନ୍ତି୤ ସେ କହିଛନ୍ତି ଯେ ଅଧିକାରୀମାନେ ପ୍ରଥମେ ମଦବ୍ୟାପାରୀ ବିଜୟ ମାଲ୍ୟାଙ୍କୁ ଗିରଫ କରି ସେ ନେଇଥିବା ଋଣ ଆଦାୟ କରନ୍ତୁ୤ ପ୍ରେମଲତା ଭାନସାଳୀ ନାମକ ଏହି ମହିଳା ଜଣକ, ଦୁଇଟି ସନ୍ତାନର ଜନନୀ ହୋଇଥିବା ବେଳେ, ଦକ୍ଷିଣ ମୁମ୍ବାଇ ସ୍ଥିତ ଧନାଢ଼୍ୟ ଭୁଲେଶ୍ବର ଅଞ୍ଚଳରେ ଏକ ବିଶାଳ ଅଟ୍ଟାଳିକାରେ ରହନ୍ତି୤ ଆଜି ସେ ମୁମ୍ବାଇ ଲୋକାଲରେ ଯାତ୍ରା କରୁଥିବା ସମୟରେ ମହାଲକ୍ଷ୍ମୀ ଷ୍ଟେସନରେ ମହିଳା ଟିକେଟ ପରିଦର୍ଶିକାଙ୍କ ଦ୍ବାରା ଧରା ପଡ଼ିଥିଲେ୤୨୬୦ ଟଙ୍କାର ଜୋରିମାନା ଦେବାପାଇଁ କହିବା ପରେ ସେ ମଦ ବ୍ୟ

Read More ...!
ବିଶ୍ବରେ ବ୍ୟାପିଛି ଜିକା ଭୂତାଣୁ ବିଶ୍ବରେ ବ୍ୟାପିଛି ଜିକା ଭୂତାଣୁ

ସଂପ୍ରତି ବିଶ୍ବର ଏକ ବୃହତ ଅଞ୍ଚଳ ଉପରେ ଏକ ଭୂତାଣୁ ଜନିତ ରୋଗର ଆଶଙ୍କା ଘନିଭୂତ ହେବାରେ ଲାଗିଛି୤ ଉତ୍ତର ଆମେରିକା ଏବଂ ତତ୍‌ସଂଲଗ୍ନ ଅଞ୍ଚଳମାନଙ୍କରେ ଜିକା ଭାଇରସ ନାମକ ଭୂତାଣୁ ଜନିତ ସଂକ୍ରମଣ ଦେଖିବାକୁ ମିଳିଛି, ଯାହା ଅନେକଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି୤ ସୂଚନାଯୋଗ୍ୟ ଯେ ଏହି ଭୂତାଣୁଜନିତ ସଂକ୍ରମଣ ପାଇଁ କୌଣସି ପ୍ରତିଷେଧକ ଔଷଧ ବା ଟିକାର ବ୍ୟବସ୍ଥା ନାହିଁ, ଏବଂ ଚିକିତ୍ସାପରେ ମଧ୍ୟ ଏହାକୁ ପ୍ରତିରୋଧ କରିବା ଭଳି କ୍ଷମତା ଦେଖାଯାଉନାହିଁ୤ ମଶା କାମୁଡ଼ିବା ଯୋଗୁଁ ବ୍ୟାପୁଥିବା ହେତୁ ଏହା ସହଜରେ ଅନ୍ୟକୁ ସଂକ୍ରମିତ କରିବାର କ୍ଷମତା ରଖୁଛି ଏବଂ ଏହାଦ୍ବାରା କୌଣସି ସ୍ବତନ୍ତ୍ର ଲକ୍ଷଣ ଦେଖାଯାଉନଥିବା ହେତୁ ଏହାଦ୍ବାରା ହେଉଥିବା ସଂକ୍ରମଣ ବିଷୟରେ ସହଜରେ ଜାଣି ହେଉନ

Read More ...!
ଓଡ଼ିଶାରେ ସନ୍ଦିଗ୍ଧ ଆତଙ୍କବାଦୀ କାର୍ଯ୍ୟକଳାପ !!! ଓଡ଼ିଶାରେ ସନ୍ଦିଗ୍ଧ ଆତଙ୍କବାଦୀ କାର୍ଯ୍ୟକଳାପ !!!

ଦେଶ ସ୍ବାଧୀନ ହେବା ପରଠାରୁ ଆମେ ଆତଙ୍କବାଦର ବିଭିନ୍ନ ସୋପାନ ଦେଇ ଗତି କରିଛୁ, ପଞ୍ଜାବର ଆତଙ୍କବାଦ ପରେ ପରେ କାଶ୍ମୀରରେ ଆତଙ୍କବାଦୀ ଗୋଷ୍ଠୀମାନେ ଆମ ଦେଶକୁ ଅଶାନ୍ତ କରିବାକୁ କୌଣସି ପଦକ୍ଷେପ ଛାଡ଼ି ନାହାନ୍ତି୤ ଶାନ୍ତିପ୍ରିୟ ଭାରତରେ ଅନୁପ୍ରବେଶ କରି ଭିନ୍ନ ଭିନ୍ନ ରାଜ୍ୟରେ ଅଶାନ୍ତର ବାତାବରଣ ସୃଷ୍ଟି କରିଛନ୍ତି୤ ଅବଶ୍ୟ ଆଜିପର୍ଯ୍ୟନ୍ତ ଏହାର ପ୍ରଭାବରୁ ଉଣାଅଧିକେ ଓଡ଼ିଶା ସମେତ ଅନେକ ଦକ୍ଷିଣର ରାଜ୍ୟ ଅଣପ୍ରଭାବିତ ହୋଇ ରହିଥିଲେ୤ କିନ୍ତୁ ବିଗତ କିଛି ଦିନର ଘଟଣା ଆମ ପାଇଁ ଚିନ୍ତାର କାରଣ ହୋଇଛି୤ ଆମ ରାଜ୍ୟର କଟକ ଜିଲ୍ଲାରୁ ଜଣେ ସନ୍ଦିଗ୍ଧ ଅଲକାଏଦାର ବ୍ୟକ୍ତି ଗିରଫ ହେବାପରେ ସମସ୍ତେ ସଚେତନ ହୋଇପଡ଼ିଛନ୍ତି୤ ଦେଶର ପୂର୍ବରେ ଥିବା ଆମ ରାଜ୍ୟରେ କେହି ଆତଙ୍କବାଦୀ କାର୍ଯ

Read More ...!
ଯୁଗଜନ୍ମା ବ୍ୟାସକବି ଫକୀରମୋହନ ସେନାପତି ଯୁଗଜନ୍ମା ବ୍ୟାସକବି ଫକୀରମୋହନ ସେନାପତି

ଆଧୁନିକ ଓଡ଼ିଆ ଗଳ୍ପ ଜଗତର ଔଜଲ୍ୟତମ ତାରକା ଥିଲେ ଶ୍ରୀ ଫକୀର ମୋହନ ସେନାପତି ୤ ଜନ୍ମ ସମୟରେ ବ୍ରଜମୋହନ ଭାବରେ ନାମିତ ଏହି ମହାନ ବ୍ୟକ୍ତି ନିଜର ବାଲ୍ୟକାଳରେ ଅନେକ ବ୍ୟଧି ହେତୁ ଦୁର୍ବଳ ରହୁଥିଲେ ଏବଂ ତାଙ୍କୁ ବାରମ୍ବାର ତତ୍କାଳୀନ ଚିକିତ୍ସକ ବା ଫକୀର ମାନଙ୍କ ପାଖକୁ ନିଆଯାଉଥିବା ହେତୁ ପ୍ରକାରାନ୍ତରେ ତାଙ୍କ ନାମ ଫକୀରମୋହନ ବୋଲି କରି ଦିଆଯାଇଥିଲା୤ ୧୮୪୩ ମସିହା ଜାନୁଆରୀ ମାସର ୧୩ ତାରିଖ ଦିନ ଏହି ମହାନ ଗଣନାୟକ, ଲେଖକ, ଯୁଗପ୍ରବର୍ତ୍ତକ, ଔପନ୍ୟାସିକ, କବି ତଥା ଓଡ଼ିଆ ଭାଷା ଆନ୍ଦୋଳନର ପ୍ରମୁଖ ପୁରୋଧାମାନଙ୍କ ମଧ୍ୟରୁ ଜଣେ ଶ୍ରୀ ଫକୀର ମୋହନ ସେନାପତିଙ୍କ ଜନ୍ମ ଅବିଭକ୍ତ ବାଲେଶ୍ବର ଜିଲ୍ଲା ମଲ୍ଲିକାଶପୁର ଗ୍ରାମରେ ପିତା ଲକ୍ଷ୍ମଣ ଚରଣ ସେନାପତି ଓ ମାଆ ତୁଳସୀ ଦେବୀଙ୍କ ଔରସରୁ

Read More ...!
ଓଡିଶା ବିଷୟରେ କିଛି ଅବିଶ୍ବସନୀୟ ତଥ୍ୟ ଓଡିଶା ବିଷୟରେ କିଛି  ଅବିଶ୍ବସନୀୟ ତଥ୍ୟ

୧. ଓଡ଼ିଶାର ଇତିହାସ ପ୍ରାଗଐତିହାସିକ ଯୁଗରୁ ମଧ୍ୟ ପୁରୁଣା ୤ ମୟୁରଭଞ୍ଜ ଜିଲ୍ଲାରେ ମିଳିଥିବା କିଛି ପ୍ରସ୍ତର ଜୀବାଶ୍ମ ୩ ନିୟୁତ କୋଟି ବର୍ଷ ତଳର ବୋଲି ପ୍ରମାଣିତ ହୋଇଛି ୤ ( ଆମ ଗ୍ରହର ବୟସ ସାଢ଼େ ଚାରି କୋଟି ବୋଲି କୁହାଯାଏ)୨. ବିଖ୍ୟାତ ସମ୍ରାଟ ଚନ୍ଦ୍ରଗୁପ୍ତମୌର୍ଯ୍ୟ ତତ୍କାଳୀନ କଳିଙ୍ଗ ଉପରେ ଆକ୍ରମଣ କରିବାର ସାହାସ କରିପାରି ନଥିଲେ୤ କୁହାଯାଏ କଳିଙ୍ଗ ସେନାକୁ ପରାସ୍ତ କରିବା ଭଳି କ୍ଷମତା କୌଣସି ସେନାବାହିନୀରେ ନଥିଲା୤୩. ଓଡ଼ିଶାରେ ପାଖାପାଖି ୬୨ ପ୍ରକାରର ଆଦିବାସୀ ଜନଜାତି ବସବାସ କରନ୍ତି, ଏବଂ ପ୍ରତ୍ୟେକ ଜନଜାତିର ରୀତିନୀତି ଅଲଗା ଅଲଗା ଅଟେ୤୪. ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରର ରୋଷଘରେ ଗୋଟିଏ ଉପରେ ଗୋଟିଏ କରି ସାତଗୋଟି ମାଟି କୁଡ଼ୁଆରେ ଚାଉଳ ଏବଂ ପନିପରିବା ରଖି ରୋଷେଇ କ

Read More ...!
ଚାରି ପାଞ୍ଚଟି ଦୁର୍ଘଟଣାପାଇଁ ୧୩୦ କୋଟି ଲୋକଙ୍କୁ ଦୋଷ ଦେଇହେବନି!!! ଚାରି ପାଞ୍ଚଟି ଦୁର୍ଘଟଣାପାଇଁ ୧୩୦ କୋଟି ଲୋକଙ୍କୁ ଦୋଷ ଦେଇହେବନି!!!

ଗୋଟିଏ କାହାଣୀ କହୁଛି୤ ବିଶ୍ବର ଏକ ଉନ୍ନତ ଦେଶର ଏକ ଜନପଦରେ କିଛି ଲୋକ ଏକତ୍ର ରହୁଥିଲେ୤ ପରସ୍ପର ବନ୍ଧୁତ୍ବପୂର୍ଣ୍ଣ ଭାବରେ ଥିଲେ୤ ସେହି ଜନପଦରେ ଥିଲେ ଦୁଇଜଣ ବ୍ୟକ୍ତି, ଜଣଙ୍କର ନାମ ଜନ୍ ଆଉ ଜଣଙ୍କର ନାମ ଆବ୍ରାହମ୍୤ ଜନ ନିଜ ଘରେ ଗୋଟିଏ କୁକୁର ପାଳିଥିଲେ୤ ଦିନେ ସକାଳୁ ସେ କୁକୁର କୁଆଡ଼େ ଚାଲିଗଲା ଆଉ ମିଳିଲା ନାହିଁ୤ ସମୁଦାୟ ଜନପଦ ଜନଙ୍କ ଘରେ ଗହଳି କରି ସମବେଦନା ଜଣାଉଥିଲା ବେଳେ ଆବ୍ରାହନଙ୍କ ଘର ସାମନାରେ ଜନଙ୍କ କୁକୁରର ବେକରେ ପିନ୍ଧୁଥିବା ଫିତାଟି ପଡ଼ିଥିବାର ଦେଖାଗଲା୤ ଏହାକୁ ଦେଖି ଉପସ୍ଥିତ ଜନତା ମାନଙ୍କ ମଧ୍ୟରୁ ଜଣେ କେହି କହିଲା, ମୋତେ ଲାଗୁଛି ଆବ୍ରାହମ୍ କୁକୁରକୁ ମାରି ତାର ମାଂସ ଖାଇଛି୤ ନହେଲେ ତା ଘର ସାମନାରେ ଫିତା ମିଳିଲା କେମିତି୤ କୁକୁରକୁ ତ କେହି ମାରି ଖାଆ

Read More ...!
ନର୍ସଦିଦି ତୁମେ କୁଆଡ଼େ ଗଲ ? ନର୍ସଦିଦି ତୁମେ କୁଆଡ଼େ ଗଲ ?

ଜଣେ ପ୍ରବୀଣ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଧ୍ୟାନ ଅନୁଯାୟୀ ଆଗାମୀ ପାଞ୍ଚବର୍ଷରେ ଆମ ଦେଶରେ ନର୍ସମାନଙ୍କ ସଂଖ୍ୟା ଏତେ ପରିମାଣରେ କମ ହୋଇଯିବ ଯେ ଅଧାରୁ ଅଧିକ ବେସରକାରୀ ଓ ପ୍ରାୟ ଅଧିକାଂଶ ସରକାରୀ ହସପିଟାଲରେ କାମ ବନ୍ଦ ହୋଇଯିବ୤ ଏକ ସୂଚନା ଅନୁଯାୟୀ ଭାରତରେ ଦିନକୁ ଦିନ ନର୍ସମାନଙ୍କ ସଂଖ୍ୟାକମ ହେବାରେ ଲାଗିଛି୤ ଏହାର ଅନେକ କାରଣ ରହିଛି, ସେମାନଙ୍କ ମଧ୍ୟରୁ ଗୋଟିଏ ହେଲା ନର୍ସିଂ ପାଠ୍ୟକ୍ରମପ୍ରତି ଶିକ୍ଷାର୍ଥୀମାନଙ୍କ ଅରୁଚି୤ କାରଣ ଏହି ପେଷାରେ ପରିଶ୍ରମ ତୁଳନାରେ ପ୍ରାପ୍ୟ ବହୁତ କମ ଏବଂ ସରକାରୀ ସ୍ତରରେ ଏହି ଶିକ୍ଷା ସମାପ୍ତ କରିଥିବା ନର୍ସମାନଙ୍କୁ ଉଚିତ କାର୍ଯ୍ୟନିଯୁକ୍ତି ଓ ପାଉଣା ନ ଦିଆଯିବା ମଧ୍ୟ ସାମିଲ୤ ଏହାପରେ ଚଳିତ ବର୍ଷ ବିଭିନ୍ନ ଦେଶର ସରକାରମାନେ ନିଜ

Read More ...!
ମୁଁ କାହିଁକି ପୁରସ୍କାର ଫେରେଇବି ନାହିଁ!!! ମୁଁ କାହିଁକି ପୁରସ୍କାର ଫେରେଇବି ନାହିଁ!!!

‘ସତ କହ ବାପ, ମୁଁ ପୁରସ୍କାର ଫେରେଇ ଦେଲେ କଣ ଭଲ ଦିନ ଆସିଯିବ ? ମୁଁ କେବେ କଣ ପୁରସ୍କାର ପାଇଥିଲି ସେ କଥା କିଏ ମନେ ରଖିଛି ? ତୋର ମନେ ଅଛି କି ? କେବେ ଆଉ କୋଉ ଦିନ ସେ ପୁରସ୍କାର ପାଇଥିଲି ? କିଏ ଦେଇଥିଲେ ? ପୁରସ୍କାର ସହ ମୋତେ କଣ କଣ ମିଳିଥିଲା ? କେଉଁ ଖବର କାଗଜରେ ଫଟୋ ଆସିଥିଲା ? ପୁରସ୍କାର ପାଇବା ପରେ କେତେଜଣ ଲୋକ ମୋତେ ଅଭିନନ୍ଦନ ବାର୍ତ୍ତା ଦେଇଥିଲେ? ସତ କହୁଛିରେ ଟୁକୁନା, ମୋର କିଛି ବି ମନେ ନାହିଁ୤’ ହସି ହସି କହୁଥିଲେ ଆମ ସାହିରେ ରହୁଥିବା ଜଣେ ବରିଷ୍ଠ ଲେଖକ୤ ତଥାପି ମନ ମାନୁନଥିଲା, କହିଲି, ‘ମଉସା, ସମସ୍ତେ ଯେତେବେଳେ ପୁରସ୍କାର ଫେରେଇ ନିଜର ଅଭିଯୋଗ ବୟାନ କଲେଣି, ତୁମର କଣ ମନ ହେଉନି ଏମିତି କରିବା ପାଇଁ ? ସତରେ କଣ ସମାଜରେ ଅସହିଷ୍ଣୁତା ବୃଦ୍ଧି ପାଉନାହିଁ? ଛୋଟ ଛୋଟ କଥାରେ ଲୋକମ

Read More ...!