favicon ଆହ୍ବାନ ଓଡ଼ିଆ ବ୍ଲଗ୍
FB TT GG

ଆହ୍ବାନ ଓଡ଼ିଆ ବ୍ଲଗ୍

ଆସ ଓଡ଼ିଆରେ ଲେଖିବା, ପଢ଼ିବା ଓ ପଢ଼ାଇବା

ଆୟକର ଦେବାକୁ ଅମଙ୍ଗ କାହିଁକି ? ଆୟକର ଦେବାକୁ ଅମଙ୍ଗ କାହିଁକି ?

“କିଛି ଲୋକ ସମ୍ପୂର୍ଣ୍ଣ ନିଶ୍ଚିନ୍ତ ହୋଇ ନିଜର ସର୍ବନିମ୍ନ ଆବଶ୍ୟକତା ପାଇଁ ସରକାରଙ୍କୁ ଧମକାଉଥିବେ ଏବଂ ସେମାନଙ୍କୁ ସନ୍ତୁଷ୍ଟି ଦେବାପାଇଁ ସରକାର ଆମକୁ ଚିପି ଚିପି ଆୟକର ନେଉଥିବେ୤” ପରିବା ବ୍ୟାଗ ଧରି ବଜାରରେ ବୁଲି ଆସୁଥିବା ବେଳେ ଚା ଦୋକାନରେ ଦେଖାହୋଇଗଲେ ଆମର ପ୍ରତିଦିନିଆ ସକାଳୁଆ ବନ୍ଧୁଗୋଷ୍ଠୀ୤ ଦିନ ଆରମ୍ଭରୁ ଏହି ଗୋଷ୍ଠୀ କିଛି ନା କିଛି ବିଷୟରେ ଚର୍ଚ୍ଚା କରନ୍ତି ଆଉ ସେ ଚର୍ଚ୍ଚାରେ ଆମେ ବି ଅଂଶ ଗ୍ରହଣ କରୁ୤ ଆଜି ବିଷୟ ଥିଲା ଆୟକର ଦେବା କି ନ ଦେବା୤ ପ୍ରତିବର୍ଷ ଆମ ଆୟର ୧୦-୨୦ ପ୍ରତିଶତ ଆମେ ଆୟକର ଭାବରେ ସରକାରଙ୍କୁ ଦେଉଛୁ୤ ଅଥଚ କିଛି କର୍ମକୋଢ଼ିଆ ଅଣଆୟକାରୀ ଗୋଷ୍ଠୀଙ୍କୁ ସରକାର ଗରୀବ ବୋଲି ଦର୍ଶାଇ ମାଗଣାରେ ଘର, ଜମିପଟା, ବିଜୁଳୀ, ସାଇକେଲ୍, ମୋବାଇଲ୍ ଫୋନ୍, ପ

Read More ...!
ନିରାଶାଜନକ ପରୀକ୍ଷାଫଳ ପାଇଁ ଦାୟୀ କିଏ? ନିରାଶାଜନକ ପରୀକ୍ଷାଫଳ ପାଇଁ ଦାୟୀ କିଏ?

ବିଗତ ଅନେକ ବର୍ଷରୁ ଏକ ଚଳିତ ପ୍ରଥା ହିସାବରେ ପ୍ରତିବର୍ଷ ଓଡ଼ିଶାରେ ଶିକ୍ଷା ବ୍ୟବସ୍ଥା ଦୂର୍ବଳରୁ ଦୂର୍ବଳତର ହେବାର ଦେଖାଯାଉଛି୤ ଏହାର ଅନେକ କାରଣ ଥାଇପାରେ ଯାହା ଆମେ ସମସ୍ତେ ଉଣାଅଧିକେ ଜାଣିଥିବା ମଧ୍ୟ୤ କିନ୍ତୁ ଚଳିତ ବର୍ଷର ମ୍ୟାଟ୍ରିକ୍ ପରୀକ୍ଷାଫଳ ଦେଖିବାପରେ ପୁଣିଥରେ ଗଭୀର ଚିନ୍ତନର ସମୟ ଆସିଛି ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ୤ ଓଡ଼ିଶାର ୮୨ଟି ଉଚ୍ଚବିଦ୍ୟାଳୟ ଏମିତି ଅଛନ୍ତି ଯେଉଁଠି ଜଣେ ବି ଛାତ୍ର/ଛାତ୍ରୀ ମ୍ୟାଟ୍ରିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇନାହାନ୍ତି୤ ଏହା ନିଶ୍ଚୟ ଭାବରେ ଏକ ଗମ୍ଭୀର ସମସ୍ୟା୤ ପୁଣି ଉଚ୍ଚ ଶିକ୍ଷାବିଭାଗ ତରଫରୁ ପ୍ରଚଳିତ ଏକ ନିୟମ ‘ଜଣେ ଛାତ୍ର ଅନ୍ୟୁନ ୧୫ ଅଙ୍କ ଉଭୟ ସବଜେକ୍ଟିଭ୍ ଓ ଅବଜେକ୍ଟିଭ୍ ପ୍ରଶ୍ନରେ ରଖିଲେ ହିଁ ପାସ ବୋଲି

Read More ...!
ଏଇ ଦେଶର କଣ ହେବ କେଜାଣି ଏଇ ଦେଶର କଣ ହେବ କେଜାଣି

ବିଦେଶରୁ ଭ୍ରମଣ ସାରି ଘରକୁ ଫେରିବା ପରେ ରମେଶ ଚାରିପାଖରେ ପୁରା ପରିବାର ଏକତ୍ରିତ ହୋଇଗଲେ୤ କାହାପାଇଁ କଣ କଣ ସବୁ ଉପହାର ଅଣାଯାଇଛି ଦେଖିବା ପାଇଁ ସମସ୍ତେ ଉତ୍ସୁକ୤ ସମସ୍ତଙ୍କ ମନ ଜାଣି ରମେଶ ଘରର ମୁରବୀ ଭଳି ସବୁ କଥା ବୁଝେ୤ ଘରର ଭଲମନ୍ଦ ସୁଖଦୁଃଖରେ କାହାକୁ ଅଭାବ ଅନୁଭବ କରାଇ ଦିଏନାହିଁ୤ ସୁଟକେଶ୍ ଖୋଲିଦେଇ ରମେଶ ପିଲାମାନଙ୍କୁ ଖେଳନା, ବାପାଙ୍କୁ ହାତଘଣ୍ଟା ଆଉ ବୋଉଙ୍କୁ ସୁନାମୁଦିଟିଏ ଦେବାପରେ, ସୁଟ୍ ପିସ୍ କନା ପକେଟ ଧରେଇ ଦେଲେ ବଡ଼ ଭାଇକୁ୤ ଭାଇ ଖୁସିରେ ଆତ୍ମହରା ହୋଇଗଲେ୤ ତାଙ୍କ ପରେ ପାଳି ଭାଉଜଙ୍କର୤ ରମେଶ ପୁଣି ଏକ ସମାନ ପ୍ୟାକେଟ୍ ଖୋଲି ଦେଲା୤ ଜିନ୍ ପ୍ୟାଣ୍ଟ୍ ଆଉ ଟପ୍୤ ଭାଉଜ ଆଁ କରି ଚାହିଁଛନ୍ତି ଭାଇ କହିଲେ, “କିରେ ତୁ ପାଗଳ ହେଲୁ ନା କଣ? ତୋ ଭାଉଜ ଏ ସବୁ ପିନ୍ଧି

Read More ...!
୧୮୨ ମିଟର ଉଚ୍ଚ ସର୍ଦ୍ଦାରଙ୍କ ମୂର୍ତ୍ତୀ : କେତେ ଆବଶ୍ୟକ ୧୮୨ ମିଟର ଉଚ୍ଚ ସର୍ଦ୍ଦାରଙ୍କ ମୂର୍ତ୍ତୀ : କେତେ ଆବଶ୍ୟକ

ଅକ୍ଟୋବର ୩୧ ତାରିଖରେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ଦାମୋଦର ଦାସ ଭାଇ ମୋଦୀ ଗୁଜୁରାତର ସର୍ଦ୍ଦାର ସରୋବର ବନ୍ଧ ଉପରେ ଏକ ଭବ୍ୟ ସୁଉଚ୍ଚ ମୂର୍ତ୍ତୀର ଉଦଘାଟନ କରିଲେ୤ ଏହା ଭାରତର ପ୍ରଥମ ଗୃହମନ୍ତ୍ରୀ ଶ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ହେବା ସହ ବିଶ୍ବର ସର୍ବୋଚ୍ଚ ମୂର୍ତ୍ତୀ ହେବାର ଗୌରବ ବହନ କରୁଛି୤ ଏଥିପାଇଁ ପାଖାପାଖି ୩ ହଜାର କୋଟି ଟଙ୍କା ବ୍ୟୟ କରାଗଲା୤ ଏହି ସଂଖ୍ୟା ଭାରତ ପାଇଁ ଅନେକ ମୂଲ୍ୟ ରଖେ୤ ଯେତେବେଳେ ଭାରତରେ ଅର୍ଦ୍ଧାଧିକ ଲୋକ ନିଜକୁ ଗରୀବ ରେଖା ତଳେ ରଖିବା ପାଇଁ ଏକ ପ୍ରକାର ପ୍ରତିଯୋଗିତାରେ ଲିପ୍ତ ଅଛନ୍ତି ସେହି ସମୟରେ ଏହି ମୂର୍ତ୍ତୀପାଇଁ ତିନି ହଜାର କୋଟି ଟଙ୍କା ଖର୍ଚ୍ଚ କରିବା କେତେଦୂର ଯଥାର୍ଥ ବୋଲି ମୋର ଅନେକ ବନ୍ଧୁ ପ୍ରଶ୍ନ କରିଥିଲେ୤ ସ

Read More ...!
ଅନଧିକୃତ ଅନୁପ୍ରବେଶ ଓ ଭାରତ ଅନଧିକୃତ ଅନୁପ୍ରବେଶ ଓ ଭାରତ

ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକବିଗତ ଦିନରେ କେନ୍ଦ୍ର ସରକାରଙ୍କ ଦ୍ବାରା ଆସାମ ରାଜ୍ୟରେ ହୋଇଥିବା ଏନ୍‌ଆର୍‌ସି କାର୍ଯ୍ୟକ୍ରମରେ ଅନ୍ୟୁନ ଚାଳିଶି ଲକ୍ଷ ବାସିନ୍ଦା ଅନଧିକୃତ ଭାବରେ ଆସାମରେ ରହି ଆସୁଥିବା କଥା ଜଣାପଡ଼ିବାପରେ ଏହାକୁ ନେଇ ରାଜନୀତି ତୀବ୍ର ହୋଇଛି୤ ପ୍ରଥମତଃ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ବାନାର୍ଜୀ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ଦର୍ଶାଇ କହିଛନ୍ତି ଯେ ଯଦି ସେହି ଚାଳିଶି ଲକ୍ଷ ଲୋକଙ୍କୁ ବିତାଡ଼ିତ କରାଯାଏ ତେବେ ଦେଶରେ ଗୃହଯୁଦ୍ଧର ଆଶଂକା ରହିଛି୤ ଏହା କୌଣସି ଛୋଟ କଥା ନୁହେଁ୤ ଚାଳିଶି ଲକ୍ଷ ଅନୁପ୍ରବେଶକାରୀ ଏକ ଛୋଟ ସଂଖ୍ୟା ବି ନୁହେଁ୤ ଚିନ୍ତା କରି ଦେଖନ୍ତୁ ସେହି ଚାଳିଶି ଲକ୍ଷ ଲୋକ ଭାରତରେ ଅନଧିକୃତ ଭାବରେ ପ୍ରବେଶ କରିବା ସହ ଆମ ସରକା

Read More ...!
ବିଶ୍ବ ପଖାଳ ଦିବସ (ମାର୍ଚ୍ଚ ୨୦ ତାରିଖ) ଅନୁଚିନ୍ତା ବିଶ୍ବ ପଖାଳ ଦିବସ (ମାର୍ଚ୍ଚ ୨୦ ତାରିଖ) ଅନୁଚିନ୍ତା

ବ୍ରହ୍ମପୁର, ୧୮-୩-୨୦୧୮ : କିଛି ବର୍ଷତଳେ ଅନ୍‌ଲାଇନ୍‌ରେ ସକ୍ରିୟ ଥିବା କିଛି ବନ୍ଧୁ ହଠାତ ପ୍ରସ୍ତାବ ଦେଲେ ଯେ ଓଡ଼ିଆ ହୋଇ ଆମେ ଯଦି ସବୁବେଳେ ପଖାଳର ଆଦର କରି ଆସୁଛେ ତା ହେଲେ ଏଥିପାଇଁ ଦିନଟିଏ ପାଳନ କରିବା ନାହିଁ କାହିଁକି? ସେଇ ଭାବନାରୁ ଜାତ ହୋଇଥିଲା ବିଶ୍ବ ପଖାଳ ଦିବସ୤ ପ୍ରତିବର୍ଷ ମାର୍ଚ୍ଚ ମାସ କୋଡ଼ିଏ ତାରିଖ ଦିନକୁ ବିଶ୍ବ ପଖାଳ ଦିବସ ଭାବରେ ପାଳନ କରିବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇ ଏହାକୁ ବିଭିନ୍ନ ଗଣମାଧ୍ୟମ ଦ୍ବାରା ପ୍ରସାରିତ କରାଯାଇଥିଲା୤ ଏବଂ ଏହାକୁ ଅନେକ ଓଡ଼ିଆ ଲୋକ ଉତ୍ସାହର ସହ ପାଳନ କରିଥିଲେ୤ ପରେ ପରେ ଏହା ସୋସିଆଲ୍ ଗଣମାଧ୍ୟମରେ ବହୁଳ ଭାବରେ ଟ୍ରେଣ୍ଡ୍ କରିବା ଦ୍ବାରା ଏହାର ଲୋକପ୍ରିୟତା ଧିରେ ଧିରେ ବୃଦ୍ଧି ପାଇବାକୁ ଲାଗିଲା୤   ପ

Read More ...!
ସିରିଆ : କାହିଁକି ଏକ ଯୁଦ୍ଧକ୍ଷେତ୍ରରେ ପରିଣତ ହେଲା ସିରିଆ : କାହିଁକି ଏକ ଯୁଦ୍ଧକ୍ଷେତ୍ରରେ ପରିଣତ ହେଲା

ବିଶ୍ବର ଅନେକ ଦେଶକୁ ଅସୁରକ୍ଷିତ ବୋଲି ସଂଯୁକ୍ତରାଷ୍ଟ୍ର (ୟୁନାଇଟେଡ୍ ନେସନ୍‌ସ) ଘୋଷଣା କରିଥାଏ୤ ବିଗତ ପାଞ୍ଚବର୍ଷ ହେବ ସିରିଆକୁ ବିଶ୍ବର ସବୁଠାରୁ ବିପଦସଂକୁଳ ରାଷ୍ଟ୍ର ଭାବରେ ଲଗାତାର ଘୋଷଣା କରାଯାଇଛି୤ ଆଗାମୀ ମାର୍ଚ୍ଚ ପନ୍ଦର ତାରିଖରେ ସିରିଆରେ ଲାଗି ରହିଥିବା ଗୃହଯୁଦ୍ଧ ଏହାର ଅଷ୍ଟମବର୍ଷ ପୂର୍ତ୍ତି କରିବ୤ ଆଜିକାଲି ସୋସିଆଲ୍ ମିଡ଼ିଆରେ ସିରିଆକୁ ନେଇ ଅନେକ ପୋଷ୍ଟିଂ ଆସୁଛି୤ ସିରିଆରେ ଦିନକୁ ଦିନ ଅସ୍ଥିର ହେଉଥିବା ମାନବିକ ଅଧିକାର ଉଲ୍ଲଂଘନର ଦୃଶ୍ୟ ଓ ଭିଡ଼ିଓ ପ୍ରସାରିତ ହେଉଛି୤ ଏକ ସମୟରେ ବିଶ୍ବର ଶାନ୍ତିପ୍ରିୟ ଦେଶ ଭାବରେ ଜଣାଯାଉଥିବା ସିରିଆରେ ଏହିପ୍ରକାରର ଧ୍ବଂସଲୀଳା ହେଉଛି କାହିଁକି? ଏହା ଦ୍ବାରା କାହାର କଣ ଲାଭ ହେଉଛି? କିଏ ଏହି ଯୁଦ୍ଧର ଆହ୍ବାନ ଦେଇଛି?

Read More ...!
ଆମ ପିଲାମାନେ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପଢ଼ନ୍ତି କାହିଁକି? ଆମ ପିଲାମାନେ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପଢ଼ନ୍ତି କାହିଁକି?

ବିଶ୍ବ ମାତୃଭାଷା ଦିବସର ଅନୁଚିନ୍ତା ଆମ ପିଲାମାନେ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପଢ଼ନ୍ତି କାହିଁକି? ଅନେକ ସମୟରେ ସାମାଜିକ ଗଣମାଧ୍ୟମରେ ଏହି ପ୍ରଶ୍ନ ଉପସ୍ଥାପିତ ହୋଇଛି ଏବଂ ବ୍ୟଙ୍ଗ ଛଳରେ ହେଉ ବା ଯୁକ୍ତି ମାଧ୍ୟମରେ ହେଉ ଅନେକ ବନ୍ଧୁ ପ୍ରଶ୍ନ କରନ୍ତି, “ଭାଇ, ତମେ ମିଛଟାରେ ଓଡ଼ିଆ ଓଡ଼ିଆ ହେଉଛ? ଯଦି ଓଡ଼ିଆ ଭାଷା ପାଇଁ ତମର ଏତେ ଦରଦ ଅଛି ତା ହେଲେ ତମ ପିଲାମାନଙ୍କୁ ଓଡ଼ିଆ ମାଧ୍ୟମ ବିଦ୍ୟାଳୟରେ ନ ପଢ଼ାଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ କାହିଁକି ପଢ଼ାଉଛ?”ପ୍ରଶ୍ନଟି ବାସ୍ତବିକ ଯୁକ୍ତିଯୁକ୍ତ୤ ଆମେ ସତରେ ଯଦି ଆମ ମାତୃଭାଷା ପାଇଁ ଏତେ ଚିନ୍ତିତ ତା ହେଲେ ଆମେ ଆମ ସନ୍ତାନମାନଙ୍କୁ ଓଡ଼ିଆ ମାଧ୍ୟମରେ ପାଠ ନ ପଢ଼ାଇ ଇଂରାଜୀ ମାଧ୍ୟମରେ ପଢ଼ାଇବାକୁ କାହିଁକି ଚାହୁଁଛୁ? ଅବଶ୍ୟ ଏହା ଇଚ୍ଛା ନ

Read More ...!
ଇଂରାଜୀ ନବବର୍ଷକୁ ବିରୋଧ କାହିଁକି ? ଇଂରାଜୀ ନବବର୍ଷକୁ ବିରୋଧ କାହିଁକି ?

‘ବସୁଦେବ କୁଟୁମ୍ବକମ୍’ର ବାର୍ତ୍ତା ଦେଉଥିବା ମହାନ ଭାରତଭୂମିରେ ଅସହିଷ୍ଣୁତା କାହିଁକି? ଜାଣିଛି ମୋର ଏହି କଥା ପଢ଼ିବାପରେ ଅନେକେ ଭାବିଥିବେ ଭାଇଙ୍କ ମୁଣ୍ଡ ଖରାପ ହେଇଗଲାଣି ନା କଣ? ନା ଭାଇ ମୋଦୀ ବିରୋଧୀଙ୍କ ସହ ସଲାସୁତରା କରି ପକାଇଲେ? କଂଗ୍ରେସିଆଙ୍କୁ ଆପଣେଇ ନେଲେ କି? ଅନେକ ପ୍ରଶ୍ନ ଆସୁଥିବ କିନ୍ତୁ ସେ ସବୁ କିଛି ନୁହେଁ୤ କିଛି ଦିନ ହେଲା ଫେସବୁକରେ ଇଂରାଜୀ ନବବର୍ଷ ପାଇଁ ଅଭିନନ୍ଦନର ଦିଆନିଆ ଆରମ୍ଭ ହୋଇଗଲାଣି, ଏହା ସହିତ ଏହାକୁ ବିରୋଧ କରୁଥିବା ଗୋଷ୍ଠୀ ମଧ୍ୟ ସକ୍ରିୟ ହୋଇଗଲେଣି୤ ଆମ ପରମ୍ପରାରେ ନବବର୍ଷ ଅପ୍ରେଲ ମାସରେ ବିଷୁବ / ପଣା ସଂକ୍ରାନ୍ତିରେ ହୁଏ, କିନ୍ତୁ ବିଶ୍ବସାରା ଯେଉଁ କ୍ୟାଲେଣ୍ଡରର ପ୍ରଚଳନ ହେଉଛି ସେଇ ହିସାବରେ ବର୍ଷର ପ୍ରଥମ ଦିନ ହେଉଛି ଜାନୁଆରୀ ପ

Read More ...!
ପଦ୍ମାବତୀକୁ ନେଇ ଉପୁଜିଥିବା ବିବାଦ କାହିଁକି ? ପଦ୍ମାବତୀକୁ ନେଇ ଉପୁଜିଥିବା ବିବାଦ କାହିଁକି ?

କ୍ରିଏଟିଭ୍ ଫ୍ରିଡମ୍ ବା ସ୍ବାଧିନତାକୁ ପ୍ରତ୍ୟେକ କଳାକାର ଏବଂ କଳା ସହ ସଂଶ୍ଳିଷ୍ଟ ବ୍ୟକ୍ତିଙ୍କର ରହିଛି୤ ଏହି ସ୍ବାଧିନତା ହେତୁ ଅନେକ ପ୍ରୟୋଗାତ୍ମକ ଚଳଚ୍ଚିତ୍ର ଆମେ ଦେଖିବାକୁ ପାଉଛୁ୤ କିଛି ଗ୍ରହଣୀୟ ଏବଂ କିଛି ଅଗ୍ରାହ୍ୟ ହେଲେ ବି ଯେ ହେତୁ ଏହା କୌଣସି କଳାତ୍ମକ ବ୍ୟକ୍ତିତ୍ବର ମାନସକଥନର ପରିପ୍ରକାଶ ବୋଲି ମନେ କରି ଆମେ ସେ ସବୁକୁ ଗ୍ରହଣ କରି ନେଉଛୁ୤ ଅତୀତ ବା ଇତିହାସର ବିଷୟବସ୍ତୁକୁ ନେଇ ନିର୍ମିତ ଅନେକ ଚଳଚ୍ଚିତ୍ରର ଉଦାହରଣ ଦେଇ ହେବ ଯେଉଁଠି ଚଳଚ୍ଚିତ୍ରର ନିର୍ଦ୍ଦେଶକ ବା ପ୍ରଯୋଜକ ନିଜର ଏହି ସ୍ବାଧିନତାକୁ ବ୍ୟବହାର କରି ଅନେକ ଏମିତି ଦୃଶ୍ୟର ଅବତାରଣା କରିଛନ୍ତି ଯାହା ହୁଏତ ସମ୍ଭବ ହୋଇନଥିବ୤ ମୁଗଲ୍-ଏ-ଆଜମ୍ ଚଳଚ୍ଚିତ୍ରରେ ଦାସୀ ଅନାରକଲି ଶହନସାହ ଆକବରଙ୍କ ସମ୍ମ

Read More ...!
ଆ କା ମା ବୈ ର ତାତ୍ପର୍ଯ୍ୟ କଣ ? କାର୍ତ୍ତିକରେ ଆମିଷ ଖାଆନ୍ତି ନାହିଁ କାହିଁକି? ଆ କା ମା ବୈ ର ତାତ୍ପର୍ଯ୍ୟ କଣ ? କାର୍ତ୍ତିକରେ ଆମିଷ ଖାଆନ୍ତି ନାହିଁ କାହିଁକି?

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଏବଂ ଏହି ଦିନ ପ୍ରାତଃକାଳରୁ ଶଯ୍ୟା ତ୍ୟାଗକରି ଓଡ଼ିଆମାନେ ସହର ଏବଂ ଗ୍ରାମାଞ୍ଚଳର ପ୍ରମୁଖ ଜଳାଶୟ ମାନଙ୍କ ତଟରେ ଏକତ୍ରିତ ହୋଇ ସ୍ନାନ କରି କଦଳୀ ପଟୁକାରେ ନିର୍ମିତ ଡଙ୍ଗାରେ ପାନ, ଗୁଆ, ଆଉ ଅନ୍ୟାନ୍ୟ ପୂଜା ସାମଗ୍ରୀ ଥୋଇ ଭସାଇବାର ପ୍ରଥା ରହିଛି୤ ଏହି ସମୟରେ ଲୋକମୁଖରେ ଗୋଟିଏ କ୍ଷୁଦ୍ର ପଦ୍ୟ ରହିଥାଏ, ଆ, କା, ମା, ବୈ / ଗୁଆ ପାନ ଥୋଇଗୁଆ ପାନ ତୋର / ମାସକ ଧର୍ମ ମୋର୤ ଏହାର ତାତ୍ପର୍ଯ୍ୟ କଣ? ମୁଁ ଯାହା ବୁଝିଛି ବା ଜାଣିଛି ସେହି ମତରେ ଏହି ପଦ୍ୟାବଳୀରେ କୁହାଯାଉଥିବା ଆ, କା, ମା ଏବଂ ବୈ ଓଡ଼ିଆ ମାସ ଆଶ୍ବିନ, କାର୍ତ୍ତିକ, ମାର୍ଗଶୀର ଏବଂ ବୈଶାଖକୁ ସୂଚାଏ୤ ଏହି ସବୁ ମାସରେ ପବନର ଦିଗ ଅନୁକୂଳ ରହୁଥିବା ହେତୁ ଅତୀତରେ ଏହି ସବୁ ମାସରେ ଓଡ଼ିଆ ସାଧବପୁଅ

Read More ...!
ଗୋଲମାଲ୍ ଏଗେନ୍ : କାହିଁକି ଏହାକୁ ନିଶ୍ଚୟ ଦେଖିବେ? ଗୋଲମାଲ୍ ଏଗେନ୍ : କାହିଁକି ଏହାକୁ ନିଶ୍ଚୟ ଦେଖିବେ?

ଭୂତ କାହାଣୀକୁ ନେଇ ଅନେକ ଚଳଚ୍ଚିତ୍ର ହିନ୍ଦୀ ସିନେମା ଜଗତରେ ନିର୍ମାଣ ହୋଇଛି ଏବଂ ସେ ସବୁ ଉଣାଅଧିକେ ସଫଳ ମଧ୍ୟ ହୋଇଛି୤ କିନ୍ତୁ ଭୂତପ୍ରେତ କାହାଣୀକୁ ବ୍ୟଙ୍ଗାତ୍ମକ ଶୈଳୀରେ ଉପସ୍ଥାପନ କରିବାରେ ଅନେକ ନିର୍ଦ୍ଦେଶକ ଚେଷ୍ଟା କରିନାହାନ୍ତି ଏବଂ ଯେଉଁମାନେ କରିଛନ୍ତି ସେମାନେ ଏତେ ମାତ୍ରାରେ ସଫଳ ହୋଇନାହାନ୍ତି୤ ହଲିଉଡ଼ରେ ଏହି ବିଷୟଧର୍ମୀ ଅନେକ ଚଳଚ୍ଚିତ୍ର ନିର୍ମାଣ ହୋଇ ସଫଳ ହୋଇଥିବାର ନଜିର ରହିଛି, ବୋଧହୁଏ ସେଇଥିପାଇଁ ଏହି ଚଳଚ୍ଚିତ୍ରକୁ ନିର୍ମାଣ କରିବାପାଇଁ ନିର୍ଦ୍ଦେଶକ ରୋହିତ୍ ସେଟ୍ଟି ଆଗଭର ହୋଇଥିବେ୤ ଆଗରୁ ଏହିପରି ବିଷୟ ଧର୍ମୀ ଅନେକ ଚଳଚ୍ଚିତ୍ର ନିର୍ମାଣ ହୋଇଥିବା ବେଳେ ବିଗତ ବର୍ଷ ନିର୍ମିତ ‘ଗ୍ରେଟ୍ ଗ୍ରାଣ୍ଡ୍ ମସ୍ତି’ ବିଫଳ ହୋଇଥିବା ବେଳେ ଅନେକ ବର୍ଷ

Read More ...!