ଆଜି ପବିତ୍ର ଉତ୍କଳ ଦିବସ, ସ୍ବତନ୍ତ୍ର ଉତ୍କଳ ରାଜ୍ୟ ଗଠନର ଦିନ ବର୍ଷ ୧୯୩୬ରେ ତତ୍କାଳୀନ ବ୍ରିଟିଶ ସରକାରଙ୍କ ଅଧୀନରୁ ସ୍ବାଧୀନତା ପାଇଥିବା ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଦୀର୍ଘ ଅଶିବର୍ଷ ପରେ ବର୍ତ୍ତମାନ କେଉଁପରି ସ୍ଥିତିରେ ପହଞ୍ଚିଛି ତାହା ସମସ୍ତେ ଜାଣୁଛନ୍ତି ସ୍ବାଧୀନତା ପାଇବାର ଅଶିବର୍ଷ ପାଖାପାଖି ସମୟ ବିତିଯାଇଥିଲେ ସୁଦ୍ଧା ଏହି ରାଜ୍ୟର ଜନତାଙ୍କୁ ଟଙ୍କାକିଆ ଚାଉଳ ଆଉ ପାଞ୍ଚଟଙ୍କିଆ ଆହାର ଉପରେ ନିର୍ଭର କରିବାକୁ ପଡୁଛି ସେ ଯା ହେଉ ଆମର ଏହି ଲେଖା କୌଣସି ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ନୁହେଁ, ତେଣୁ ସେ ସବୁକୁ ଭୁଲିଯାଇ ଆମେ କେବଳ ଗର୍ବ କରିବା ଯେ ଆମେ ଓଡ଼ିଆ ଅବଶ୍ୟ ଅତୀତରେ ଆମେ କଣ କରିଥିଲେ ତାହାକୁ ହିଁ ନେଇ ଗର୍ବ କରିବା ଶ୍ରେୟସ୍କର ହେବ ଏହି ପବିତ୍ର ଦିବସ ପାଇଁ କିଛି ୱାଲ୍ପେପର ଉପସ୍ଥାପନ କରୁଛି, ଆପଣ ଚାହିଁଲେ ନିଜେ ବ୍ୟବହାର କରିପାରିବେ କିମ୍ବା ବନ୍ଧୁମାନଙ୍କୁ ଅଭିନନ୍ଦନ ପତ୍ର ଭାବରେ ପଠାଇପାରିବେ
ଧନ୍ୟବାଦ





ଉତ୍କଳ ଦିବସର ପ୍ରକୃତ ଉପହାର
ଏଠାରେ ପଢ଼ନ୍ତୁ !ଆସ ଜାଣିବା ଆମ ଓଡ଼ିଶା ବିଷୟରେ
ଏଠାରେ ପଢ଼ନ୍ତୁ !