favicon ଆହ୍ବାନ ଓଡ଼ିଆ ବ୍ଲଗ୍
FB TT GG

ଆହ୍ବାନ ଓଡ଼ିଆ ବ୍ଲଗ୍

ଆସ ଓଡ଼ିଆରେ ଲେଖିବା, ପଢ଼ିବା ଓ ପଢ଼ାଇବା

ସୀମା ହୈଦର : ପାକିସ୍ତାନର ଗୁପ୍ତଚର ନୁହନ୍ତି ତ? ସୀମା ହୈଦର : ପାକିସ୍ତାନର ଗୁପ୍ତଚର ନୁହନ୍ତି ତ?

ଚଳିତ ସମୟର ସବୁଠାରୁ ରୋମାଞ୍ଚକର ଖବର ହେଉଛି, ମୋବାଇଲରେ ଖେଳ ଖେଳୁ ଖେଳୁ ଭାରତୀୟ ଯୁବକର ପ୍ରେମରେ ପଡ଼ିବା ପରେ, ଜଣେ ପାକିସ୍ତାନୀ ମହିଳା ନିଜ ଚାରିଜଣ ସନ୍ତାନ ସମେତ ଭାରତ ଚାଲି ଆସିବା୤ ଅବିଶ୍ବାସ ହେଉଥିଲେ ବି ସତ, ଯେ ଏହି ଖବର ଶହେ ପ୍ରତିଶତ ସତ୤ ଦିଲ୍ଲୀର ଗ୍ରେଟର ନୋଏଡ଼ାର ରଘୁବିହାର ଅଞ୍ଚଳରେ ଗୋଟିଏ ଭଡ଼ା ଘରେ ମହିଳା ଜଣକ ନିଜର ଚାରି ସନ୍ତାନଙ୍କ ସହ ବିଗତ ପଚାଶ ଦିନରୁ ଅଧିକ ସମୟ ରହିବା ସତ୍ତ୍ବେ କେହି କେମିତି ଜାଣି ପାରିଲେ ନାହିଁ?  କଣ ଜଣେ ଚାହିଁଲେ, ବିନା କୌଣସି ସରକାରୀ ଦସ୍ତାବେଜରେ ଭାରତରେ ପ୍ରବେଶ କରି ପାରିବ? ଯଦି ହୋଇପାରେ, ତାହେଲେ ଏହି ମହିଳାଙ୍କ ସ୍ଥାନରେ ଯଦି ଜଣେ ଆତଙ୍କବାଦୀ ଥାଆନ୍ତା ତା ହେଲେ ଅବସ୍ଥା କଣ ହୁଅନ୍ତା? ଅର୍ଥାତ ମହିଳା ଜଣକ ଭାରତରେ ପ୍ରବେଶ କରିବା ଆ

Read More ...!
ପାକିସ୍ତାନର ସାମ୍ପ୍ରତିକ ସମସ୍ୟା ଏବଂ ଏହାର କାରଣ ପାକିସ୍ତାନର ସାମ୍ପ୍ରତିକ ସମସ୍ୟା ଏବଂ ଏହାର କାରଣ

ସାମ୍ପ୍ରତିକ ସମୟରେ ବିଶ୍ବକୁ ଅସ୍ଥିର କରୁଥିବା କିଛି ସମସ୍ୟା ମଧ୍ୟରେ ଏସୀୟ ଉପ ମହାଦ୍ବୀପ ଅଞ୍ଚଳରେ ପାକିସ୍ତାନରେ ଦେଖା ଦେଇଥିବା ଅର୍ଥନୈତିକ ଅସ୍ଥିରତା ଚିନ୍ତାର ବିଷୟ ହୋଇଛି୤ ଦୈନିକ ଏହି ଦେଶର ଦୁର୍ଗତିର ଖବର ଗଣମାଧ୍ୟମ ଯେଉଁଭଳି ପ୍ରଚାର କରୁଛନ୍ତି ତାହା ଦେଖିବା ପରେ ଖୁବ୍ ଶୀଘ୍ର ଯେ ପାକିସ୍ତାନ ଶ୍ରୀଲଙ୍କା ଭଳି ଏକ ଦୁଃସ୍ଥିତିରେ ପଡିବ ତାହା ନିଶ୍ଚିତ ହୋଇ ଗଲାଣି୤ଆସନ୍ତୁ ଜାଣିବା ପାକିସ୍ତାନର ସାମ୍ପ୍ରତିକ ସମସ୍ୟା ଏବଂ ଏହାର କାରଣ ବିଷୟରେ୤ଆମର ଏହି ଚର୍ଚ୍ଚାରେ ଆମେ ପାଞ୍ଚଟି ବିଷୟରେ ବୁଝିବାକୁ ଚେଷ୍ଟା କରିବା ଯଥା;୧. ପାକିସ୍ତାନର ବର୍ତ୍ତମାନର ସ୍ଥିତି କଣ?୨. ଏଭଳି ପରିସ୍ଥିତି ପାଇଁ ଦାୟୀ କିଏ?୩. ପାକିସ୍ତାନର ଐତିହାସିକ ସମୟ ରେଖା୤୪. ପାକିସ୍ତାନର ଭବିଷ୍ୟତ କଣ

Read More ...!
କଣ ଡାକ୍ତରମାନେ ଜାଣିଶୁଣି ଖରାପ ଅକ୍ଷର ଲେଖନ୍ତି? କଣ ଡାକ୍ତରମାନେ ଜାଣିଶୁଣି ଖରାପ ଅକ୍ଷର ଲେଖନ୍ତି?

ବିଗତ ଦିନରେ ମୋ ଫେସବୁକରେ ପ୍ରକାଶିତ ଏକ ଆଲେଖ୍ୟ ରେ କମେଣ୍ଟ ଦେଇ ଜଣେ ବନ୍ଧୁ ଅନେକ ପ୍ରଶ୍ନ ଉପସ୍ଥାପନ କରିଛନ୍ତି । ଏହି ପ୍ରଶ୍ନ ସବୁ ଆମ ପାଇଁ ନୂଆ ନୁହେଁ । ଜଣେ ଡାକ୍ତର ହିସାବରେ ଚିହ୍ନା ପରିଚିତ ଙ୍କ ଠାରୁ ଆରମ୍ଭ କରି ଅଜଣା ଲୋକ ମଧ୍ୟ ଏହି ସବୁ ପ୍ରଶ୍ନ ଆମକୁ ଅନେକ ସମୟରେ ପଚାରନ୍ତି । ଆଜି ସେଥିରୁ ଅଳ୍ପ କିଛି ପ୍ରଶ୍ନର ଉତ୍ତର ଏହିଠାରେ ଦେବାକୁ ଚେଷ୍ଟା କରୁଛି । ପ୍ରକୃତ ବୁଦ୍ଧିଜୀବୀ ମାନଙ୍କୁ ଏହି ସବୁ ବିଷୟ ଜଣା, ଆଉ ଯେଉଁମାନେ ଜାଣି ସୁଦ୍ଧା ଅଜଣା ହେଉଛନ୍ତି ସେମାନଙ୍କ ପାଇଁ ଏହି ଉପସ୍ଥାପନ ।  1.କେତେକ ଡାକ୍ତର ଜାଣିଶୁଣି ଖରାପ ଅକ୍ଷର ଓ ଠାର ରେ ଔଷଧ ଲେଖନ୍ତି ତାଙ୍କର ନିର୍ଦ୍ଧିଷ୍ଟ ଦୋକାନୀ କୁ ଆଖିରେ ରଖି ତାହା ସତ୍ୟ ନା ନାହିଁ?? ଉତ୍ତର : ଜଣେ ଡାକ୍ତର ଦୈନିକ ସର୍ବାଧିକ କ

Read More ...!
ଓଡ଼ିଆ ସିନେମାର ଦିନ ସରିଲା!!! ଓଡ଼ିଆ ସିନେମାର ଦିନ ସରିଲା!!!

ଦିନଥିଲା, ବ୍ରହ୍ମପୁର ସହର ରାଜ୍ୟର ରେଶମ ସହର ଭାବରେ ଖ୍ୟାତି ପ୍ରାପ୍ତ ହୋଇଥିଲା୤ ଏଥିପାଇଁ ସହରର ପୁରୁଣା ବ୍ରହ୍ମପୁରରେ ଅଗଣିତ ପାଟ ଓ ମଠା ବିକ୍ରୀ କରୁଥିବା ବ୍ୟବସାୟିକ ପ୍ରତିଷ୍ଠାନ ଗଢ଼ି ଉଠିଥିଲା୤ ରାଜ୍ୟ ତଥା ରାଜ୍ୟ ବାହାରୁ ଲୋକମାନେ ଏହି ପାଟ ମଠା କିଣିବା ପାଇଁ ଆସୁଥିଲେ୤ ବ୍ୟବସାୟକୁ ଦେଖି ଏଠାରେ ଅନେକ ପୋଷାକ ବିକ୍ରୀ କରୁଥିବା ଦୋକାନ ସବୁ ଗଢ଼ି ଉଠିଲା୤ ଶସ୍ତା ଦରରେ ଚମକିଲା ପୋଷାକ ଦେଖି ଲୋକମାନଙ୍କ ପାଟ ମଠା ପ୍ରତି ମୋହ କମ ହେବାକୁ ଲାଗିଲା୤ ଧିରେ ଧିରେ ସେଇ ସବୁ ପ୍ରତିଷ୍ଠାନ ବନ୍ଦ ହେବାକୁ ଲାଗିଲା ଆଊ ସହରରେ ଲୁଗା ଦୋକାନ ଧାଡ଼ିକୁ ଧାଡ଼ି ଗଢ଼ି ଉଠିଲା୤ ଏହାପରେ କିଛି ବ୍ୟବସାୟୀ ଦିଲ୍ଲୀ, କୋଲକାତା ଓ ମୁମ୍ବାଇ ଭଳି ସହରକୁ ଯାଇ ଶସ୍ତାରେ କପଡ଼ା କିଣି ଆଣିଲେ ଏବଂ ରାସ୍ତା କ

Read More ...!
କଣ ଗଞ୍ଜାମବାସୀଙ୍କ କୌଣସି ମାନବାଧିକାର ନାହିଁ? କଣ ଗଞ୍ଜାମବାସୀଙ୍କ କୌଣସି ମାନବାଧିକାର ନାହିଁ?

ଗଞ୍ଜାମ ଜିଲ୍ଲା, ଓଡ଼ିଶାର ଏକ ପ୍ରମୁଖ ଜିଲ୍ଲା୤ ଆୟତନ ବା କ୍ଷେତ୍ରଫଳ ହେଉ ବା ଜନସଂଖ୍ୟା, ସବୁଠି ଆଗୁଆ ଆମ ଜିଲ୍ଲା, ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ବିଧାନସଭା ନିର୍ବାଚନ କ୍ଷେତ୍ର୤ ରାଜ୍ୟର ସାହିତ୍ୟ, ସଂସ୍କୃତି, ଅର୍ଥନୀତି ଆଦି ସବୁଥିରେ ଗଞ୍ଜାମ ଜିଲ୍ଲାର ଅବଦାନ ଅଦ୍ବିତୀୟ୤ କିନ୍ତୁ ଆଜି ଅତ୍ୟନ୍ତ ଦୁଃଖ ଓ କ୍ଷୋଭର ସହ କହିବାକୁ ପଡ଼ୁଛି ଯେ, ଏହି ଜିଲ୍ଲାର ଅଧିବାସୀଙ୍କର ମାନବାଧିକାର ବୋଲି କିଛି ନାହିଁ୤ ଏଭଳି କହିବା ପଛରେ ଥିବା କାରଣ ବିଷୟରେ ଆମେ ସାମାନ୍ୟ ଚର୍ଚ୍ଚା କରିବା୤ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଯେଉଁ ଜିଲ୍ଲାରୁ ନିର୍ବାଚିତ ହୋଇଛନ୍ତି ସେହି ଜିଲ୍ଲାବାସୀଙ୍କୁ ଉପେକ୍ଷିତ କରାଗଲା କେମିତି? କାହିଁକି ଏହି ଜିଲ୍ଲାବାସୀ ନିଜକୁ ଉପେକ୍ଷିତ ମନେ କରୁଛନ୍ତି? ବିଗତ ସପ୍ତାହରେ ଏକ ଘ

Read More ...!
ଚଳିତ ବର୍ଷ ରଥଯାତ୍ରା ହେବ ନାହିଁ !!! ଚଳିତ ବର୍ଷ ରଥଯାତ୍ରା ହେବ ନାହିଁ !!!

ଭାରତର ସର୍ବୋଚ୍ଚ ନ୍ୟାୟାଳୟର ସଦ୍ୟ ପ୍ରକାଶିତ ନିଷ୍ପତ୍ତି ଅନୁସାରେ ଚଳିତ ବର୍ଷ ଓଡ଼ିଶାର ପୁରୀଠାରେ ଆୟୋଜିତ ହେଉଥିବା ବାର୍ଷିକ ରଥଯାତ୍ରାକୁ ବନ୍ଦ କରିବା ପାଇଁ ଘୋଷଣା କରାଯାଇଛି୤ ବର୍ତ୍ତମାନ ସମଗ୍ର ବିଶ୍ବ କରୋନା ରୂପୀ ମହାମାରୀର ପ୍ରଭାବରେ ସ୍ଥାଣୁ ଅବସ୍ଥାରେ ଥିବା ସମୟରେ ଲୋକମାନଙ୍କ ଧାର୍ମିକ ଭାବନା ଏବଂ ଜଗତନାଥଙ୍କ ରଥଯାତ୍ରାକୁ ନେଇଥିବା ଭାବାବେଗକୁ ସମ୍ମାନ ଜଣାଇ ଅନ୍ତତଃ ରଥଯାତ୍ରାକୁ ଅନୁମତି ମିଳିବ ବୋଲି ଅନେକେ ଆଶା କରିଥିଲେ, କିନ୍ତୁ ଅତ୍ୟନ୍ତ ଦୁଃଖର ବିଷୟ ସମୁଦାୟ ଓଡ଼ିଆ ଜାତିର ଆରାଧ୍ୟ ଶ୍ରୀ ଜଗନ୍ନାଥଙ୍କ ବାର୍ଷିକ ଯାତ୍ରାକୁ ନ୍ୟାୟାଳୟ ସ୍ଥଗିତ କରିଦେଲେ୤ ଏହାର ପ୍ରଭାବ ଏବଂ ଦୁଷ୍ପ୍ରଭାବ ବିଷୟରେ ଅନେକ କୁହାଯାଇଛି ଏବଂ ଆଜି ଏହି ନିଷ୍ପତ୍ତି ଆସିବାପରେ ସ

Read More ...!
ଜନତା କର୍ଫ୍ୟୁ କଣ ଏବଂ କାହିଁକି ? ଜନତା କର୍ଫ୍ୟୁ କଣ ଏବଂ କାହିଁକି ?

ଗତ ସନ୍ଧ୍ୟାରେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ଦେଇଥିବା ଏକ ସମ୍ବୋଧନରେ ଆସନ୍ତା ବାଇଶି ତାରିଖ ରବିବାର ଦିନ ସକାଳ ସାତଟାରୁ ରାତି ନଅଟା ପର୍ଯ୍ୟନ୍ତ ଜନତା କର୍ଫ୍ୟୁ ଲାଗୁ କରିବାପାଇଁ ଦେଶବାସୀଙ୍କୁ ନିବେଦନ କରିଥିଲେ୤ ଏହାର ଅର୍ଥ ଏହି ସମୟସୀମା ମଧ୍ୟରେ କୌଣସି ବ୍ୟକ୍ତି ନିଜ ଘରୁ ବାହାରକୁ ବାହାରିବେ ନାହିଁ୤ ଅତି ଜରୂରୀ ନ ହେଲେ ଆପଣ ନିଜ ଘର ଭିତରେ ହିଁ ରହିବେ୤ ଚଉଦ ଘଣ୍ଟାର ଏକ ଅଘୋଷିତ କର୍ଫ୍ୟୁକୁ ନେଇ ଅନେକ କଳ୍ପନାଜଳ୍ପନା ଲାଗି ରହିଛି୤ କେହି କେହି କହୁଛନ୍ତି ଏମିତି ଦିନଟିଏ କର୍ଫ୍ୟୁ କରିଦେଲେ କଣ କରୋନା ଭୂତାଣୁକୁ ନିଷ୍କ୍ରିୟ କରିହେବ କି? ନା ଏହା ଦ୍ବାରା ଭାରତରେ ଅବଶ୍ୟମ୍ଭାବୀ ଭୟାବହ ଦୁଷ୍ପରିଣାମରୁ ବର୍ତ୍ତି ହେବ? ବର୍ତ୍ତମାନ ବିଶ୍ବର ଅନ୍ୟୁ

Read More ...!
ପ୍ରିୟଂକା, ନିର୍ଭୟା ଏବଂ ଆମ ନ୍ୟାୟବ୍ୟବସ୍ଥା ପ୍ରିୟଂକା, ନିର୍ଭୟା ଏବଂ ଆମ ନ୍ୟାୟବ୍ୟବସ୍ଥା

ବିଗତ ଦିନରେ ଭାରତର ଏକ ପ୍ରମୁଖ ଏବଂ ଉନ୍ନତିଶୀଳ ନଗରୀ ହାଇଦ୍ରାବାଦର ଅପେକ୍ଷାକୃତ ଶାନ୍ତ ଅଞ୍ଚଳରେ ଜନୈକା ପଶୁ ଚିକିତ୍ସିକାଙ୍କୁ ଯେଉଁଭଳି ଭାବରେ ଅପରାଧୀମାନେ ଧର୍ଷଣ କରିବାପରେ ଜାଳିଦେଲେ ତାହାକୁ ନେଇ ସମଗ୍ର ଦେଶରେ ଅଶାନ୍ତିର ବହ୍ନି ପ୍ରଜ୍ବଳିତ ହୋଇଛି୤ ଅନେକେ ପୁଣିଥରେ ଅନେକ ବର୍ଷତଳେ ହୋଇଥିବା ଦିଲ୍ଲୀର ନିର୍ଭୟା କାଣ୍ଡକୁ ମନେ ପକାଇବାକୁ ବାଧ୍ୟ ହୋଇଛନ୍ତି୤ ନିର୍ଭୟା ବଳାତ୍କାର ଘଟଣାପରେ ସରକାର କଠୋର ଦଣ୍ଡବିଧାନ କରିବେ ବୋଲି ସମଗ୍ର ଦେଶରେ ଚର୍ଚ୍ଚା ହୋଇଥିବା ସମୟରେ ଘଟଣାକୁ ଅନେକ ବର୍ଷ ବିତିଯାଇଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ସେହି ଘଟଣାର ସଂପୃକ୍ତ ଅପରାଧୀମାନଙ୍କୁ ଦଣ୍ଡବିଧାନ କରାଯାଇନାହିଁ୤ ଏହା କାହିଁକି କରାଯାଇ ନାହିଁ ଆମେ ହୁଏତ ଜାଣି ପାରିବା ନାହିଁ, କିନ

Read More ...!
ଓଡ଼ିଶାରେ ନାହିଁ କି ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ ? ଓଡ଼ିଶାରେ ନାହିଁ କି ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ ?

ନିକଟରେ ପ୍ରକାଶିତ ବିଶ୍ବସ୍ତରୀୟ ପର୍ଯ୍ୟଟନ ସ୍ଥଳୀ (ଆଇକନିକ୍ ଡେଷ୍ଟିନେସନ୍ ସ୍ପଟ୍ ) ତାଲିକାରେ ଓଡ଼ିଶାରୁ ଗୋଟିଏ ବି ସ୍ଥାନ ନ ଥିବା ଖବର ଓଡ଼ିଶାର ସର୍ବସାଧାରଣଙ୍କୁ ଦୁଃଖିତ କରିଛି୤ ସୋସିଆଲ୍ ମିଡ଼ିଆରେ ଏହାକୁ ନେଇ ଅନେକ ଚର୍ଚ୍ଚା ହେଉଥିବା ବେଳେ ଅନେକ ଏହାକୁ କେନ୍ଦ୍ରର ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ବୋଲି କହିଛନ୍ତି୤ ଏଥିରେ କୌଣସି ଆଶ୍ଚର୍ଯ୍ୟ ନାହିଁ ଯେ ବିଗତ ଅନେକ ଦଶନ୍ଧିଧରି ଓଡ଼ିଶାରୁ ଅନ୍ୟୁନ ଗୋଟିଏ ବି ସ୍ଥାନ ଏହି ପର୍ଯ୍ୟଟନସ୍ଥଳୀ ତାଲିକାରେ ମାନ୍ୟତା ପାଇନାହିଁ୤ ଅନେକ ବନ୍ଧୁ ମତ ଦେଇଛନ୍ତି ଯେ ଓଡ଼ିଶାର ଅନେକ ସ୍ଥାନ ଯଥା ପୁରୀ, କୋଣାର୍କ, ଭୁବନେଶ୍ବର, ଚିଲିକା ହ୍ରଦ ବର୍ଷକୁ ଲକ୍ଷ ଲକ୍ଷ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଥିବା ସତ୍ତ୍ବେ ସେହି ସବୁ ସ୍ଥାନକୁ ତାଲିକାଭୂ

Read More ...!
ଆସ ଡାକ୍ତରଙ୍କୁ ପିଟିବା ଆସ ଡାକ୍ତରଙ୍କୁ ପିଟିବା

ବିଗତ ମାସରେ ପଶ୍ଚିମବଙ୍ଗର ଏକ ପ୍ରସିଦ୍ଧ ହାସପାତାଳରେ ଏକ ବୟୋଜ୍ୟେଷ୍ଠ (୮୫ ବର୍ଷୀୟ) ହୃଦ୍‌ଘାତ ରୋଗୀଙ୍କୁ ନେଇ କିଛି ପରିଜନ ପହଞ୍ଚିଲେ୤ ପ୍ରାରମ୍ଭିକ ପର୍ଯ୍ୟାୟର ପରୀକ୍ଷା ନିରୀକ୍ଷାପରେ ଉପସ୍ଥିତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ୤ କିନ୍ତୁ ରୋଗୀଙ୍କ ପରିଜନ ଏଥିରେ ସନ୍ତୁଷ୍ଟ ନଥିଲେ ଏବଂ ସେମାନେ ଉପସ୍ଥିତ ଡାକ୍ତରଙ୍କୁ ରୋଗୀଙ୍କ ଚିକିତ୍ସା କରିବାପାଇଁ ଚାପ ପକାଇଥିଲେ, ଯାହା ଫଳହୀନ ବୋଲି ଜଣାଇବା ପରେ ଉପସ୍ଥିତ ଡାକ୍ତରଙ୍କୁ ଆକ୍ରମଣ କରିବାକୁ ପଛାଇନଥିଲେ୤ ହେଲେ ଏହି ସମୟରେ ହାସପାତାଳରେ ଉପସ୍ଥିତ ଅନେକ ଯୁବଡାକ୍ତର ଏକତ୍ରିତ ହେବାପରେ ରୋଗୀଙ୍କ ପରିଜନ ଧମକ ଦେଇ କହିଥିଲେ ଯେ ଅପେକ୍ଷାକର ଆମେ ପୁଣି ଆସିବୁ ଆଉ ତୁମ ଅବସ୍ଥା ସାଂଘାତିକ କରିଦେବୁ୤ କୌଣସି ଦୁର୍ଘଟଣା

Read More ...!
ମୋଦୀଙ୍କୁ ସ୍ପଷ୍ଟ ବହୁମତ : ଦୁର୍ନୀତି ନା ରଣନୀତି! ମୋଦୀଙ୍କୁ ସ୍ପଷ୍ଟ ବହୁମତ : ଦୁର୍ନୀତି ନା ରଣନୀତି!

ବିଗତ ମାସରେ ଅନେକ ଆକଳନକୁ ଭୂଲ ପ୍ରମାଣିତ କରିଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ପୁଣିଥରେ ଭାରତରେ ସଂଖ୍ୟା ଗରିଷ୍ଠତା ଲାଭ କରିଲା୤ କିନ୍ତୁ ଏମିତି ଏକ ସମୟ ବି ଥିଲା ଯେତେବେଳେ ବିରୋଧୀ ଦଳ ଦୃଢ଼ ଭାବରେ ଦାବୀ କରିଥିଲେ ଯେ ଦେଶରେ ମୋଦୀ ଲହରୀ ନଷ୍ଟ ହୋଇଗଲାଣି ଆଉ ସେ ପୁଣିଥରେ ଜିତିବା ଭଳି ସମ୍ଭାବନା ନାହିଁ୤ ଗଣମାଧ୍ୟମ ମଧ୍ୟ ଭିନ୍ନ ଭିନ୍ନ କଥା କହୁଥିଲେ୤ କିଛି ଗଣମାଧ୍ୟମ ତ ଏମିତି ମଧ୍ୟ କହିଥିଲେ ଯେ ମୋଦୀ ସରକାରଙ୍କୁ ଏକ ଦଶମାଂଶ ଜନମତ ମଧ୍ୟ ମିଳିବ ନାହିଁ, ଅନେକ ଏମିତି ବି କହିଥିଲେ ଯେ ଯଦି ବା ମୋଦୀଙ୍କୁ ଜନମତ ମିଳିବ, ସେ କିନ୍ତୁ ଏକାକୀ ଏହା ପାରିବେ ନାହିଁ, ଏବଂ ସେଥିପାଇଁ ସେ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ମେଣ୍ଟ ଉପରେ ନିର୍ଭର କରିବେ୤ ନିର୍ବାଚନର ଚତୁର୍ଥ

Read More ...!
ଧାନବିଲ ଖସ ଖସଲୋ ବଉଳ ଧାନବିଲ ଖସ ଖସଲୋ ବଉଳ

ଚଳିତ ବର୍ଷ, ସଦ୍ୟସମାପ୍ତ ଭାରତର ସର୍ବସାଧାରଣ ନିର୍ବାଚନରେ ଏକ ଅଦ୍ଭୂତ ଘଟଣା ବର୍ତ୍ତମାନ ସମୁଦାୟ ସୋସିଆଲ୍ ମେଡ଼ିଆକୁ ଉଚ୍ଛନ୍ନ କରି ରଖିଛି ଆଉ ତାହା ଉଣାଅଧିକେ ସମସ୍ତଙ୍କ କଣ୍ଠରେ ଶୁଣିବାକୁ ମିଳୁଛି; “ଧାନବିଲ ଖସ ଖସଲୋ ବଉଳଧାନବିଲ ଖସ ଖସଆସଲୋ ବଉଳ ମକର ଆସଲୋଘରକଣ ଲାଗେ ବିଷ୤” ବର୍ତ୍ତମାନ ଆପଣ ବୁଝି ସାରିଥିବେ ଆମେ କେଉଁ ବିଷୟରେ ବା କାହା ବିଷୟରେ ଚର୍ଚ୍ଚା କରିବାକୁ ଯାଉଛୁ୤ ଓଡ଼ିଶାର ଗଞ୍ଜାମ ଜିଲ୍ଲା ଆସ୍କା ନିର୍ବାଚନ ମଣ୍ଡଳୀରୁ ସଦ୍ୟ ନିର୍ବାଚିତା ସଦସ୍ୟା ଶ୍ରୀମତି ପ୍ରମିଳା ବିଷୋୟୀ୤ ବୟୋଜ୍ୟୋଷ୍ଠା ପ୍ରମିଳା ବିଷୋୟୀ ଗଞ୍ଜାମ ଜିଲ୍ଲାରେ ସ୍ବୟଂ ସହାୟିକା ଗୋଷ୍ଠୀ ସ୍ଥାପନରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ ଏବଂ ଶିକ୍ଷାଗତ ଯୋଗ୍ୟତା ନଥିଲେ ସୁଦ୍ଧା ସେ ସଂଗଠନ

Read More ...!