 
     
                    
ଶୂନ୍ୟତାରେ ଭରା ହୃଦୟରେ ମୋର ସ୍ନେହ ପ୍ରେମ ଭରିଦେଲ
ମୋର ଅସହାୟ ମନେ ପ୍ରତି ମୁହୂର୍ତ୍ତରେ ଅନୁକମ୍ପା ଯୋଗାଇଲ
ସଂସାରଟା ଯେବେ ମିଛ ଲାଗୁଥିଲା ତୁମେ ବିଶ୍ବାସ ବୁଣିଦେଲ
ଶବ୍ଦରେ ପ୍ରକାଶ ହୋଇବା ଆଗରୁ ହୃଦୟର ଭାଷା ପଢ଼ିନେଲ
ମୋ ଜୀବନ ରାଜରାସ୍ତାରେ ତୁମେ ଚଲାପଥ ଦେଖାଇଲ
ପ୍ରଶ୍ନବାଚୀ ଭରା କଣ୍ଟକିତ ପଥେ ସବୁ ଉତ୍ତର ଖୋଜିଦେଲ
ପତ୍ରଝଡ଼ା ଦେଲା ଯେବେ ସପନର ବୃକ୍ଷ ଯତନେ ସାଉଁଟିଲ
ସପନ ସୋପାନେ ମୋର ହାତଧରି ସଫଳତା ଆଣିଦେଲ
ତୁମ ସାଥେ ନିତି ଚାଲିଚାଲି ପଥ ପହଞ୍ଚିଲି ସେ କୂଳରେ
ସେ କୂଳରୁ ଯେବେ ଫେରି ମୁଁ ଚାହିଁଲି ତୁମେ ଥିଲ ବହୁଦୂରେ
ଝାପସା ଝାପସା ଦିଶୁଥିଲା ଏବେ ସ୍ମୃତି ଗ୍ରନ୍ଥର ପ୍ରତି ଫର୍ଦ୍ଦ
ଚେଷ୍ଟା ବି କରିନି ପଢ଼ିବାକୁ କେବେ ଗୋଟିଏ ହେଲେ ଶବ୍ଦ
ବଦଳି ଯାଇଛି ମୋର ଚଲାପଥ ସହ ବର୍ଣ୍ଣମାଳା ଜୀବନର
ବଦଳି ଯାଇଛି ପୁଣି ସମ୍ପର୍କର ଡୋରୀ ବ୍ୟାକରଣ ଜୀଇଁବାର
ଇମେଲ୍ : editor.bijayagatha@gmail.com
Go Back to Previous Page 
                                               
                            ନାରୀ
                            ମୌସୁମୀ ସଞ୍ଜୟ ପଟ୍ଟନାୟକ 
                            Read Article
                            
 
                                               
                            ମୃତ୍ୟୁ
                            ମୀନାକ୍ଷୀ ଦାଶ 
                            Read Article
                            
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା 
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ 
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ