ବଡ଼ ହେଲେ ମୁହିଁ ସୈନିକ ହେବି
ଦେଶପାଇଁ ମୁଁ ଜୀବନ ଦେବି
ରଖିବି ଏ ମାଟି ମା’ର ମାନ
ଗର୍ବରେ ଗାଇବି ତାହାରି ନାମ
ଆମେ ଅଟୁ ଏ ମାଟି ମା’ର ସନ୍ତାନ
ଆମେ ତାକୁ କରିବା ଧନ୍ୟ,
ସର୍ବେ ହେବା ଜାଗ୍ରତ
ନିଜକୁ ସଜାଇ ବୀର ସୈନିକ
ବୀରତ୍ବରେ ଗଣା ହେବାପାଇଁ ହେଲେ
ବୀର ପରି କାର୍ଯ୍ୟ କରିବା ଭଲେ,
ଦେଶ ଜାତିର ମାନ ମହତ ରଖିବା ପାଇଁ
ଆଗେଇ ଯିବା ସର୍ବେ ଏକତ୍ର ହୋଇ
କାହାକୁ ନ କରି ପର ଆପଣା
ବୀରତ୍ବରେ ସର୍ବେ ହୋଇବେ ଗଣା,
ଦେଶ ଜାତିର ଉନ୍ନତି ପାଇଁ
ନିଜ ଜୀବନକୁ ଦେବା ବାଜି ଲଗାଇ
ଶତ୍ରୁ ଆକ୍ରମଣରୁ ଦେଶକୁ ରକ୍ଷା କରିବା
ଅମର ଅକ୍ଷରେ ନାମ ଲେଖିଯୀବା ଶହିଦ୍ ଭିତରେ
ଦେଶବାସୀ ରହିଲେ ସୁଖେ
ଶହୀଦ ମାନଙ୍କ ବୀରତ୍ବ ଗାଇବେ ମୁଖେ,
ସମସ୍ତେ କହିବେ ବୀର ସୈନିକ, ଦେଇଛି ଜୀବନ
ନିଜ ମାଟି ମା’ର ରଖିବାକୁ ଯାଇ ସମ୍ମାନ
ଆମେ ତ ଟୁ ଏ ମାଟି ମା’ର ସନ୍ତାନ
ଆସ ସର୍ବେ ମିଶି କରିବା ତାକୁ ଧନ୍ୟ
Go Back to Previous Page
ମାଆର ପଣତ ତଳେ
ଶୈବାଳିନୀ ସାହୁ
Read Article
ସାବିତ୍ରୀ
ପ୍ରତିଭା ପରିଡ଼ା
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ