 
     
                    
ଲେଖିବାର ମାନେ ବି କିଛି ହୁଏନା
ଯଦି ନଥାଏ କେହି ପାଖରେ ଶୁଣିବାପାଇଁ
ଆଉ ଦେବାକୁ ମତାମତ
ନ ସାଜି ମୁକ ନିରନ୍ତର
ନ ରଖି ଆଶା ପ୍ରତ୍ୟୁତ୍ତରର
ଶୁଣିବାର ବି ନଥାଏ ଅର୍ଥ କିଛି
ଯଦି ଭରି ନ ହୁଏ ମୋ ଆତ୍ମାର ବିଭୋରତା
ଆଉ ବାରିବାକୁ ଫରକ
ଅବରୁଦ୍ଧ ପୋଖରୀ ଓ ଶୀତଳ ଝରଣାର
ଯାହା ଅବିରତ ଚଳଚଞ୍ଚଳ ଆବାହମାନ କାଳରୁ
ସେ ସ୍ବାଦ ବି ମୋ' ପାଖରେ ଅର୍ଥହୀନ
ଯଦି ନ ହୁଅନ୍ତି ତୃପ୍ତ ମୋ' ଆତ୍ମ-ପରିଜନ
ଯାହାଙ୍କ ପାଇଁ
ମୁଁ ହିଁ ସବୁକିଛି
ଆଉ କଳ୍ପନାର ଅଦୂରରେ ମୋର ସର୍ବସ୍ବ ସେମାନେ
ଆଘ୍ରାଣର ସଂଗ୍ୟାଁ କିବା ସଂଗ୍ୟାଁହୀନ ମୋ’ ପାଇଁ
ଯାହା ପାରେ ନା ଫରକ
କରିବାକୁ ଅଧିକାଂଶତଃ
ଘୁରୁଥିବା ଦୁର୍ଜନ ଓ ସ୍ବଜନମାନଙ୍କୁ ମୋ’ ଚତୁଃପାର୍ଶ୍ବେ
ଲୋଡା ପଡେ ଶକ୍ତି ସେବେ ମୋ’ ନୟନଯୁଗଳର
ଦେଖିବାର ନିରର୍ଥକତା ବି ହୁଏ ପ୍ରମାଣିତ ବାରମ୍ବାର
ଯଦି ମୁଁ ହୁଏ ଲାଚାର
ଏ ବ୍ୟବସ୍ଥା ପାଇଁ
ଯେଉଁଠି କରିପାରେନା ମୁଁ କିଛି ଆଉ ପାଲଟି ଯାଏ
ବହ୍ୟମାନ ନିର୍ଝରିଣୀରୁ ଆବଦ୍ଧ ପୁଷ୍କରିଣୀ
Go Back to Previous Page 
                                               
                            ଦଣ୍ଡନାଟ
                            ସନ୍ତୋଷ ପଟ୍ଟନାୟକ 
                            Read Article
                            
 
                                               
                            ଅଫେରା ପଥିକ
                            ସସ୍ମିତା ସାହୁ 
                            Read Article
                            
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା 
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ 
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ