 
     
                    
ବିଘ୍ନତାର ବିଘ୍ନ ପ୍ରାଚୀର ମଧ୍ୟରେ
ଜ୍ୱାଳାଶିଳ ଜ୍ବାଳାମୁଖୀର ଗର୍ତ୍ତରେ,
ହଜିଗଲ ପ୍ରିୟା ହଜିଗଲ...
ପ୍ରାଚୁର୍ଯ୍ୟର ଏହି ବକ୍ଷ ବୁକୁରେ
କଉ ବ୍ରହ୍ମାଣ୍ଡକୁ ବାଛିନେଲ,
ହଜିଗଲ ତମେ ହଜିଗଲ... (ଭାଗ ଏକ)
ଧୃବ ଅକାଶର ସୁଗ୍ରୀବ ତୁମେ ଯେ
ଛାତିରେ ପାଷାଣ ଭରି ନେଲ,
ବିଧ୍ୱଂସର ସେହି ବିରଳିକା ସାଜି
ଏ କଉ ଶିଳାଲେଖ ଲେଖି ଗଲ ।।
ହଜିଗଲ ପ୍ରିୟା ହଜିଗଲ...
ହଜିଗଲ ତମେ ହଜିଗଲ... (ଭାଗ ଦୁଇ)
ଶାମୁକାର ସେହି ଧୂସର ଜ୍ୱାଳାକୁ
ପ୍ରେମିକ ମଥାରୁ କାଢିନେଲ,
ନିମିଷକ ତାତି ଛାତିରେ ଛାଟିକି
ଅକାଳେ ଅକଳ୍ପ ଦେଖାଇଲ
ହଜିଗଲ ପ୍ରିୟା ହଜିଗଲ...
ହଜିଗଲ ତମେ ହଜିଗଲ... (ଭାଗ ତିନି)
ସୁନ୍ଦର ଚନ୍ଦ୍ରର ଅସୁନ୍ଦର ରଙ୍ଗ
କାହିଁଯେ ମୁହଁରେ ମାଖିନେଲ,
ପ୍ରେମିକ ମନର ପ୍ରେମିକାକୁ ମାରି
କେଉଁ ସେତୁପଥ ବାଛିନେଲ..
ହଜିଗଲ ପ୍ରିୟା ହଜିଗଲ...
ହଜିଗଲ ତମେ ହଜିଗଲ...... (ଭାଗ ଚାରି)
ବିଗତ ବନ୍ୟାର ଢେଉ ମାଟି ଆଣି
ପୁଣିଯେ କାଈଁ ଭିଜାଇଲ,
ଲାଜ ବି ଲଜ୍ଜା ରେ ଶୋଇଗଲା ପ୍ରିୟା
ଏଠି ଦାସ ବି ଦାସୀ ର ମହକିଲ..
ହଜିଗଲ ପ୍ରିୟା ହଜିଗଲ...
ହଜିଗଲ ତମେ ହଜିଗଲ.... (ଶେଷ ଭାଗ)
କରଞ୍ଜିଆ, ମୟୁରଭଞ୍ଜ, ଓଡ଼ିଶା
କବି-ଅବିନାଶ ମାଟିଆ
mob-8073701902
akmatia28@gmail.com
କରଞ୍ଜିଆ, ମୟୁରଭଞ୍ଜ
ଓଡିଶା
Go Back to Previous Page 
                                               
                            ଅଲୋଡ଼ା କବିଙ୍କ, ଅଜ୍ଞାନବାର୍ତ୍ତା
                            ପଙ୍କଜ 
                            Read Article
                            
 
                                               
                            ଫେରନ୍ତା କି
                            ଅଶୋକ ଦିଗାଳ 
                            Read Article
                            
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା 
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ 
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ