 
     
                    
ତୁମେ ମୋ ମନର ଫୁଲ
ମୁଁ ତୁମ ପ୍ରେମ ଫଗୁଣ
ତୁମେ ମୋ ପ୍ରେମ ବରଷା
ମୁଁ ତୁମ ଶ୍ରାବଣ
ତୁମେ ମୋ ରଙ୍ଗୀନ ଆକାଶ
ମୁଁ ତୁମ ସୁନେଲି ତାରା
ତୁମରି ପବିତ୍ର ହୃଦୟେ
ଦେଇଛି ଆଜି ମୁଁ ଧରା
ତୁମେ ମୋ ବଞ୍ଚିବାର ଆଶା
ମୁଁ ତୁମ ଆଖିର ନିଶା
ତୁମରି ସେନେହ ପ୍ରେମେ
ଗଢିଛି ବାଇ ଚଢେଇ ବସା
ତୁମେ ମୋ ହୃଦୟ ଦୀପ
ମୁଁ ତୁମ ଦୀପର ଜ୍ୟୋତି
ରହିଥିବି ଜନ୍ମ ଜନ୍ମ ପାଇଁ
ହୋଇ ତୁମ ଜୀବନ ସାଥୀ
ଆମ ଦୁହିଁଙ୍କର ଏ ପବିତ୍ର ପ୍ରେମ
ସ୍ମୃତି ହୋଇ ରହିବ ଜନମ ଜନମ
ଆମ ପ୍ରେମର ଏଇ ବନ୍ଧନ
କରାଇଛି ଦୁଇ ହୃଦୟର ପବିତ୍ର ମିଳନ
{ଆମ ବାହାଘରର ତୃତୀୟ ବାର୍ଷିକୀ (୧୬.୦୧.୨୦୧୮) ଉପଲକ୍ଷେ ମୋ ସ୍ବାମୀ ଦୀପକ ଷଡଙ୍ଗୀଙ୍କ ପାଇଁ ଉତ୍ସର୍ର୍ଗୀ କୃତ}
ମଧୁପାଟଣା
କଟକ – ୧୦
Go Back to Previous Page 
                                               
                            ତୁମେ ସପନେ ସପନେ
                            ଶ୍ରୀମାନ୍ ଆର୍ତ୍ତତ୍ରାଣ ଖୁର୍ଡ଼ିଆ 
                            Read Article
                            
 
                                               
                            ସହଜ ସମାଧାନ
                            ଡା ସୌମ୍ୟରଞ୍ଜନ ମିଶ୍ର 
                            Read Article
                            
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା 
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ 
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ