ସହରଠୁ ଦୂରରେ ଥାଏ
ସତେ ଯେମିତି ନିଆଁ ପାଣି ବାସନ୍ଦ ତା’ ପାଇଁ
କିନ୍ତୁ ସେ ମନେ ପଡିଲେ,
ଚେନାଏ ହସ ଖେଳିଯାଏ ମୁହଁରେ
ଆଉ ଆଖିରେ ,ଦି ଧାର ଲୁହ ।
ସବୁ ଦେଇ ଦେଇ ସେ ଶୂନ୍ୟ
ଅନ୍ୟର ସ୍ବାର୍ଥ ପାଇଁ ନିଜ ଦେହ ଚିରି
ଦେଇଛି ରାସ୍ତା ,
ବୁହେଇଛି ଶିରା ପ୍ରଶିରାର ସବୁ ଯାକ ରକ୍ତ ,
ମୁଣ୍ଡେଇଛି , ସେଇ ସ୍ବାର୍ଥୀ ଲୋକ ମାନଙ୍କ
ବିଶ୍ବାସର ଦେବତାକୁ ତା’ ଚୂଡାରେ ।
ତା’ ରି କୋଳରୁ ଆରମ୍ଭ ହେଇଛି
ସବୁ କାହାଣୀର ପ୍ରଥମ ଅଧ୍ୟାୟ,
ମନେରଖିଛି ଶୁଣିଥିବା,ଦେଖିଥିବା
ସବୁ ପ୍ରତିଜ୍ଞା ମାନଙ୍କୁ
ଜାବୁଡି ଧରିଛି ବର୍ଷ ବର୍ଷର ହାଡ-କଙ୍କାଳ
ସାଇତିଛି ଛିଣ୍ଡା ଶାଢି,ଶାୟା ଆଉ ବ୍ଲାଉଜ୍ ।
କିଏ କେତେ କ’ଣ ମାଗିଛି ତାକୁ
କିଏ କେତେ କ’ଣ ବୋହି ନେଇଛି
କେହି କେହି ଲୁଟି ଛନ୍ତି ମଧ୍ୟ !
ସେ କିନ୍ତୁ ସହିଛି
ଚୁପ୍ ହେଇଛି
ଲୁହ ଗଡେଇଛି
କିନ୍ତୁ ସବୁ ଭିତରେ ଭିତରେ ।
ସବୁ କହନ୍ତି ପାହାଡଟେ କ’ଣ ବୁଝିପାରିବ ?
ନେଇଯାଅ ସବୁ ,ଉପାଡି ଦିଅ ତା ହାତ
ଧମନୀ ଚିପୁଡି ଚାଟିଦିଅ
ଶେଷ ବୁନ୍ଦା ରକ୍ତ ଟିକକ ବି !
କିନ୍ତୁ ସବୁ ପାହାଡ କ’ଣ ପଥର ?
କିଛି ପାହାଡ ନିଶ୍ବାସ ନିଏ,
ଅନୁଭବ କରେ
ଅଫିସ୍ ଯାଏ
ଆଉ ସବୁ ବୁଝି , ନ' ବୁଝିଲା ପରି ରୁହେ।
Go Back to Previous Page
ସମୟ ପ୍ରହେଳିକା
ମୃତ୍ୟୁଞ୍ଜୟ ହୋତା - ଆଲୋକ
Read Article
ତଟିନୀର ଦୁଇତଟ
ଚିତ୍ତରଞ୍ଜନ ସାହୁ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ