“କୁହାଯାଏ ଧର୍ମ ତ ଈଶ୍ବର କୈନ୍ଦ୍ରିକ ଧର୍ମର ସଂସ୍କାର ଯେବେ ଅସମ୍ଭବ, ଧର୍ମର ବିଲୁପ୍ତି କାମ୍ୟ ଠିକ୍ କଥା, ଯଦି ସଫା କରି ନ ହେବ, ନଷ୍ଟ କରିଦେଲେ ଅସୁବିଧା କ’ଣ? ସମାନ ନ୍ୟାୟରେ ପୁଣି କୁହାଯାଏ ଈଶ୍ବର କଳ୍ପନା ଭୟରୁ ଜାତ ମାନି ନିଆଯାଉ ତେବେ, ଧର୍ମର ମୂଳ ଈଶ୍ବର ଈଶ୍ବର ମୂଳ ଭୟ ତେବେ ସମାଧାନ ଈଶ୍ବର ନଷ୍ଟରେ ନାହିଁ ଅଧିକନ୍ତୁ ଭୟ ନଷ୍ଟରେ ରହିଛି ଭୟ ଜ୍ୟେଷ୍ଠ ଆଉ ଈଶ୍ବର କନିଷ୍ଠ ତ ଭୟ ତେଣୁ ଉଭୟ ଈଶ୍ବର ଓ ଧର୍ମର ଉତ୍ସ ମୂଳୁ ମାରିଲେ ଯିବ ସରି, ଦେବଙ୍କ ସଙ୍ଗେ କିମ୍ପା କଳି ଭୟର ନଷ୍ଟ ଓ ନିର୍ଭୟ ସମାଜ ଗଠନରେ ହେତୁବାଦୀ ବା Rationalist ଦର୍ଶନ କ’ଣ କହୁଛି?
ଫେସବୁକରେ ଏହା ଈଶ୍ବର ଓ ଧର୍ମ ପ୍ରତି ସଚେତନ ଓ ମୁକ୍ତମନା ଜଣେ ଲେଖକଙ୍କ ମତ ତାଙ୍କର ପ୍ରଶ୍ନର ହେତୁବାଦୀ ଉତ୍ତର ଦେବାକୁ ମୁଁ ପ୍ରୟାସ କରୁଛି
ଆତ୍ମରକ୍ଷା କରିବା କିମ୍ବା ମୃତ୍ୟୁକୁ ଭୟ କରିବା କେବଳ ମଣିଷ ନୁହେଁ, ପ୍ରତ୍ୟେକ ପ୍ରାଣୀର ଏକ ସହଜାତ ପ୍ରବୃତ୍ତି ପ୍ରାଣୀ ଜନ୍ମ ହେବାଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଏହି ଭୟରୁ ମୁକ୍ତି ନାହିଁ ମଣିଷ ଓ ଅନ୍ୟାନ୍ୟ ପ୍ରାଣୀ ଭିତରେ ଆତ୍ମରକ୍ଷା ପାଇଁ ପ୍ରଭେଦ ରହିଛି ଅନ୍ୟାନ୍ୟ ପ୍ରାଣୀ କେବଳ ନିଜର ଶାରୀରିକ ଶକ୍ତି ସହ ଯୁଦ୍ଧ କରି କିମ୍ବା ବିପଦ ସ୍ଥାନରୁ ପଳାୟନ କରି ଶତୃ ବା ପ୍ରାକୃତିକ ବିପଦରୁ ନିଜକୁ ରକ୍ଷା କରିବାକୁ ଚେଷ୍ଟା କରିଥାଏ ମଣିଷ ମଧ୍ୟ ଆଦିମ ଅବସ୍ଥାରେ ଠିକ୍ ସେଇୟା ହିଁ କରୁଥିଲା କାଳକ୍ରମେ ତା’ର ମାନସିକ ବିକାଶ ହେବାରୁ ସେ ଭୌତିକ ଜଗତରୁ ନିଜକୁ ରକ୍ଷା କରିବାର ଅନେକ ଉପାର ଖୋଜିବାଉ ଚେଷ୍ଟା କଲା ତଥାପି ପ୍ରକୃତିର ରହସ୍ୟ ବୁଝିବାରେ ଅସମର୍ଥ ଥିଲା ଅତି ବର୍ଷା, ଝଡ଼, ବିଜୁଳୀ, ଘଡ଼ଘଡ଼ି, ଭୀଷଣ ଶୀତ, ଭୀଷଣ ଗ୍ରୀଷ୍ମ ଇତ୍ୟାଦିର କାରଣ କ’ଣ ଏବଂ ନିଜକୁ ରକ୍ଷା ପାଇବାର ଉପାୟ ଜାଣି ପାରୁନଥିଲା ସେହି ସମୟରେ କେତେକ ବୁଦ୍ଧିଆ ବ୍ୟକ୍ତି ଭାବିଲେ, “ଏ ସବୁ ନିଶ୍ଚୟ କୌଣସି ଅଦୃଶ୍ୟ ମହାଶକ୍ତି ଦ୍ବାରା ଘଟୁଛି”
ପ୍ରଶ୍ନ ଉଠିଲା - ଏଥିରୁ ରକ୍ଷା ପାଇବାର ଉପାୟ କ’ଣ ହୋଇପାରେ?
ଗୋଟିଏ ହେଉଛି - ନିଜର ବୁଦ୍ଧି ଓ ବଳ ଅନୁସାରେ ଆତ୍ମରକ୍ଷା କରିବା
ଅନ୍ୟଟି ହେଉଛି - ଯଦି ତାହା ସମ୍ଭବ ନୁହେଁ, ନିଜକୁ ସେହି ମହାଶକ୍ତି ଆଗରେ ସମର୍ପଣ କରିଦେବା
ଦ୍ବିତୀୟ ପନ୍ଥାଟି ସମସ୍ତଙ୍କୁ ସହଜ ଲାଗିଲା ସମର୍ପଣ କରିବା ଅର୍ଥ ସେହି ଶକ୍ତିକୁ ନିଜର ବିନମ୍ର ଭାବ ଦେଖାଇ ନିବେଦନ କରିବା ‘ମୁଁ ଅସହାୟ, ମୋତେ ତୁମେ ରକ୍ଷାକର’
ସେହି ଅସହାୟ ବୋଧରୁ ଜାତ କାଳ୍ପନିକ ମହାନ ଶକ୍ତିକୁ ‘ଈଶ୍ବର’ ନାମ ଦେଇ ସାରା ଦୁନିଆରେ ‘ଈଶ୍ବର’ ହିଁ ସୃଷ୍ଟିକର୍ତ୍ତା ଓ ସେ ହିଁ ରକ୍ଷା କର୍ତ୍ତା ବୋଲି ଏକ ଭ୍ରମ ଦୃଢ଼ୀଭୂତ ହୋଇ ରହିଛି
ଲେଖକଙ୍କ ମତ - ଈଶ୍ବର ପରିବର୍ତ୍ତେ ଭୟକୁ ମାରିଦେଲେ ସବୁ ସମାଧାନ ହୋଇଯିବ ମୋ ମତରେ ଏହା ଆଦୌ ସମ୍ଭବ ନୁହେଁ ପ୍ରାଣୀର ଗୋଟିଏ ସହଜାତ ପ୍ରବୃତ୍ତିକୁ କେମିତି ଦୂର କରି ଦେଇହେବ? ମନରୁ ଭୟ ଦୂରେଇଗଲେ ସେ ଆତ୍ମରକ୍ଷା କରିବାକୁ ଚେଷ୍ଟା କରିବ କାହିଁକି? ଗୋଟିଏ ଛୋଟ ପିଲା ଯିଏ ନାଗ ସାପକୁ ଜାଣିନାହିଁ, ସେ ଯଦି ତା’ସହ ଖେଳିବାକୁ ନିର୍ଭୟରେ ସାପକୁ ଧରି ଟାଣିବ, ସାପ କ’ଣ ଛୋଟ ପିଲା ଜାଣିନାହିଁ ଭାବି ଦଂଶନ ନ କରି ଛାଡ଼ିଦେବ?
ଦ୍ବିତୀୟ କଥା ହେଉଛି, ଯେଉଁ ଈଶ୍ବରର ଅସ୍ତିତ୍ବ ନାହିଁ ତାକୁ ମଧ୍ୟ ମାରିବାର ପ୍ରଶ୍ନ ଉଠୁନାହିଁ ଏହି ସମସ୍ୟାର ଗୋଟିଏ ସହଜ ଉପାୟ ହେଉଛି - ନିଜର ବୈଜ୍ଞାନିକ ଦୃଷ୍ଟିକୋଣରୁ ବିଚାରପୂର୍ବକ ମନରୁ ପୂର୍ବାଗ୍ରହ ତ୍ୟାଗକରି ଈଶ୍ବର ବା ଧର୍ମର ଭ୍ରମକୁ ଦୂର କରି ହେବ ଏଥିପାଇଁ ଆବଶ୍ୟକ ଜ୍ଞାନ ଓ ବିଜ୍ଞାନର ବିକାଶ
ମଣିଷର ଚିନ୍ତନ ଶକ୍ତି ଯଥେଷ୍ଟ ବିକାଶ ହେବାପରେ ସେ ପ୍ରକୃତିର ଅନେକ ରହସ୍ୟ ଜାଣି ପାରିଲା ପ୍ରାକୃତିକ ବିପର୍ଯ୍ୟୟ ଗୁଡ଼ିକରୁ ନିଜକୁ ରକ୍ଷା କରିବାର ଅନେକ ଉପାୟ ମଧ୍ୟ ଖୋଜି ପାଇଲା ଖାଲି ସେତିକି ନୁହେଁ, ପ୍ରାକୃତିକ ବିପର୍ଯ୍ୟୟ ଗୁଡ଼ିକରୁ ରକ୍ଷା ପାଇବା ପାଇଁ ତଥାକଥିତ ଈଶ୍ବରକୁ ଯେତେ ପ୍ରକାର ପୂଜାପାଠ ଆରାଧନା କଲେ ମଧ୍ୟ କିଛି ସୁଫଳ ପାଇବା ସେ ଅନୁଭବ କଲାନାହିଁ ଧିରେ ଧିରେ ଈଶ୍ବର ଉପରୁ ବିଶ୍ବାସ କୋହଳ ହେବାକୁ ଲାଗିଛି ଆଜି ସମସ୍ତେ ରୋଗହେଲେ ଘରେବସି ହାତଯୋଡ଼ି କେବଳ ଈଶ୍ବରଙ୍କୁ ପ୍ରାର୍ଥନା କରୁନାହାନ୍ତି ବରଂ ତୁରନ୍ତ ଆଧୁନିକ ଡାକ୍ତରଙ୍କ ପାଖକୁ ଦୌଡ଼ି ଯାଉଛନ୍ତି ସେହିଭଳି ପ୍ରାକୃତିକ ବିପର୍ଯ୍ୟୟ ବେଳେ ମଧ୍ୟ କେହି ଶୂନ୍ୟକୁ ଚାହିଁ ବସି ଈଶ୍ବର ଅବତରଣ କରି ବଞ୍ଚେଇବା ପାଇଁ ପ୍ରାର୍ଥନା କରୁନାହାନ୍ତି ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାଦ୍ବାରା ନିର୍ମିତ ସାଧନ ଗୁଡ଼ିକୁ ବ୍ୟବହାର କରି ନିଜକୁ ସୁରକ୍ଷିତ ରଖିବାକୁ ଆପ୍ରାଣ ଚେଷ୍ଟା କରୁଛନ୍ତି
ଈଶ୍ବରର ଅସ୍ତିତ୍ବ ଉପରେ ସନ୍ଦେହ ସୃଷ୍ଟି କରୁଥିବା ଆଉ ଏକ ଉଦାହରଣ ହେଉଛି - ଈଶ୍ବର ଓ ଧର୍ମ ନାଁରେ ଲୋକମାନଙ୍କୁ ଶାରୀରିକ, ମାନସିକ ଓ ଆର୍ଥିକ ଶୋଷଣ କରୁଥିବା ତଥାକଥିତ ସ୍ବୟଂଭୂ ଭଗବାନରୂପୀ ବାବାମାନେ ଈଶ୍ବର ସେମାନଙ୍କୁ ବ୍ୟଭିଚାର କରିବା ପଥରୁ ଦୂରେଇ ରଖି ପାରିନାହିଁ କିମ୍ବା ଶୋଷିତ ହେଉଥିବା ନାରୀଙ୍କୁ ତାଙ୍କ କବଳରୁ ରକ୍ଷା କରି ପାରୁନାହିଁ ତେଣୁ ପ୍ରଶ୍ନ ଉଠୁଛି - ଈଶ୍ବର ଶକ୍ତିହୀନ ନା ଏକ ଭ୍ରମ ମାତ୍ର!
ଶେଷରେ ଏତିକି କୁହାଯାଇ ପାରିବ - ଗୋଟିଏ ସୁସ୍ଥ, ସଭ୍ୟ ଓ ମାନବବାଦୀ ସମାଜ ଗଠନ ପାଇଁ ଧର୍ମ ରହିତ ଦୁନିଆର ନିର୍ମାଣ ଅତି ଆବଶ୍ୟକ ପ୍ରତ୍ୟେକ ମଣିଷକୁ ପିଲା ଦିନରୁ ହିଁ ଉପଯୁକ୍ତ ଆଧୁନିକ ଶିକ୍ଷା ପ୍ରଣାଳୀରେ ଶିକ୍ଷା ଦେବାକୁ ହେବ, ଯାହା ଦ୍ବାରା ମଣିଷ ଭିତରେ ନୈତିକତା, ସ୍ନେହ, ଭାତୃତ୍ବଭାବ ଓ ବୈଜ୍ଞାନିକ ଦୃଷ୍ଟିକୋଣର ବିକାଶ ହୋଇପାରିବ ସେଥିପାଇଁ ଆଧ୍ୟାତ୍ମିକବାଦର କୌଣସି ଆବଶ୍ୟକତା ନାହିଁ ଆଧ୍ୟାତ୍ମିକବାଦ ସାରା ଦୁନିଆରେ କେତେ କୋଟି ନରସଂହାର କରି ସାରିଲାଣି ତାହା ପ୍ରତ୍ୟେକ ଇତିହାସ ପାଠକ ଜାଣିଛନ୍ତି ଆଜି ବି ସେ ତାଣ୍ଡବଲୀଳା ଚାଲିଛି କୌଣସି ଧର୍ମର ତଥାକଥିତ ଈଶ୍ବର କୌଣସି ଭକ୍ତମାନଙ୍କୁ ରକ୍ଷା କରି ପାରିନାହାନ୍ତି ପ୍ରତ୍ୟେକ ଧର୍ମରେ ଅନେକ ଧର୍ମ ରକ୍ଷକ - ପାଗଳ ଭକ୍ତଗଣ, ସରଳ ବିଶ୍ବାସୀ ମଣିଷ ମାନଙ୍କର ଭକ୍ଷକ ସାଜି ବସିଛନ୍ତି
ବେଙ୍ଗାଲୁରୁ, କର୍ଣ୍ଣାଟକ
ଭ୍ରାମ୍ୟଭାଷ : ୦୯୪୮୨୦୧୬୨୬୦
Go Back to Previous Page
ଓଡ଼ିଶା ଅବହେଳିତ କାହିଁକି?
ବନଜ କୁମାର ପାଣିଗ୍ରାହୀ
Read Article
ସଂସାର
ଶ୍ରଦ୍ଧାଞ୍ଜଳୀ ମିଶ୍ର
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ