ସବୁ କିଛି ହାତ ପାହାନ୍ତାରେ
କିନ୍ତୁ ତାକୁ ଛୁଇଁବାକୁ ମନା...
ନାନା ଜାତି ଫୁଲର ମହଣ ମହଣ ସମ୍ଭାର
ତାକୁ କିନ୍ତୁ ଗୁନ୍ଥିବାକୁ ମନା...
ସ୍ମୃତିର ସୁରାରେ ଛଳ ଛଳ
ପ୍ରୀତିର ପିଆଲା
ତାକୁ କିନ୍ତୁ ମତୁଆଲା ହେବା ମନା...
ବାଟସାରା ଶୋଭାଯାତ୍ରା
ଇପ୍ସିତ ଶବ୍ଦ ମାନଙ୍କର,
ତାଙ୍କୁ କିନ୍ତୁ ବାନ୍ଧିବାକୁ ମନା...
ନିଦର କବଜାରେ ଆଖିର ଇଲାକା
ତଥାପି ତାକୁ ସ୍ବପ୍ନ ଦେଖିବା ମନା...
ଭାବନାର ଉତ୍ତାଳ ତରଙ୍ଗ
ବାରମ୍ବାର ହୁଏ ଆନମନା
ତାକୁ କିନ୍ତୁ ବେଳାଭୂମି ଛୁଇଁବାକୁ ମନା..
ଅବ୍ୟକ୍ତ ଇଲାକାରେ ବନ୍ଦୀ ପ୍ରେମିକ ମନଟି
ସବୁ କିଛିର ଆସ୍ତରଣ ତଳେ
ଅନ୍ତର୍ଦ୍ବନ୍ଦର ଚଉହଦୀ ଭିତରେ
ଅହର୍ନିଶି ଜଳିବା ତା ଭାଗ୍ୟ
ତାକୁ କିନ୍ତୁ.......
ଜଳିବାକୁ ମନା...
ବ୍ରହ୍ମପୁର, ଗଞ୍ଜାମ, ଓଡ଼ିଶା
Go Back to Previous Page
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ