ମୋ ମତରେ ତୀର୍ଥ ତାହାକୁ ହିଁ କୁହାଯାଇପାରେ, ଯେଉଁଠିକୁ ଗଲେ ମନର ଗ୍ରନ୍ଥିର ମୋଚନ ବା ସମାଧାନ ହୁଏ ଆଉ ଏହି ତୀର୍ଥଟିଏ କରିବାକୁ ଆଜିର ସାମାଜିକ ସାଂସାରିକ ପ୍ରପୀଡ଼ିତ ମାନବ କେଉଁ କେଉଁ ସ୍ଥାନକୁ ନ ଯାଏ! ଶେଷରେ ସାରା ଜୀବନର ଇତିହାସକୁ ପରିକଳ୍ପିତ କରି, ନିଜକୁ ଗୋଟେ ଭୀତତ୍ରସ୍ତ ମନେକରି ହୃଦୟରେ ଏକ ବିରାଟ ଆଲୋଡ଼ନ ସୃଷ୍ଟି କରେ, ଯାହାକୁ ସେ ଅସମ୍ଭାଳ ହୋଇ ନିଜ ହୃଦୟରୁ ବାହାର କରିଦିଏ ଆଉ ଏକ ନିଶ୍ଚଳ, ନିଥର ପଥର ସଦୃଶ ପଡ଼ିରହେ ଭାବିପାରେନା, କାହିଁକି ଏ ସବୁ ମୋ ମୁଣ୍ଡକୁ ଜୁଟୁଛି ମନରେ ଏକ ବିରାଟ ଧୂଳିଝଡ଼ ହୃଦୟରେ ସେହିପରି ରକ୍ତର ଉତ୍ତପ୍ତ ଲାଭା, ଉଥଳ ପୁଥୁଳ ହେଉଥାଏ ଆଉ ଶରୀରର ଶିରାପ୍ରଶିରା ଗୁଡ଼ିକ ଭୂଲବଶତଃ କେତେବେଳେ ଦୁଇପାଖିଆ (ଟୁ ୱେ) ହୋଇଯାଇଛି, ଆଉ କିଛି କ୍ଷଣରେ ହିଁ ଯେପରି ଏକ ବିସ୍ଫୋରଣ ଘଟିବ ହଠାତ୍ ପୋଖରୀଟା ସାମନାକୁ ଆସିଗଲା ଏଇଟା ହିଁ ବୋଧେ ମୋର ସେଇ ତୀର୍ଥ ଉତ୍ତରପଟେ ଥାଏ ଏକ ବିରାଟ ବଟ ବୃକ୍ଷ ମୁଁ ଆପେ ଆପେ ଚାଲିଗଲି ତାଙ୍କ ସମୀପକୁ
ସୂର୍ଯ୍ୟ ଅସ୍ତାଚଳଗାମୀ ଦୀର୍ଘ ଶତାବ୍ଦୀବ୍ୟାପୀ ଅଗ୍ନିପିଣ୍ଡଟାଏ, ଜଳୁଥାଏ, କିଛି ଗୋଟାଏ ଜଣାଇବାକୁ ଚାହୁଁଛି, କିନ୍ତୁ ତାକୁ ଆଖି ମିଶାଇ ଦେଖିପାରନ୍ତିନି, ଜଳି ଯାଆନ୍ତି ଯେପରି, ବୁଝିପାରନ୍ତି ନାହିଁ କଣ ଯେ ଜଳୁଛି, ତା ଦେହେ, ଜଳି ଜଳି ଦିନକୁ ଦିନ ଆହୁରି ଉତ୍ତପ୍ତ ଓ ଦଗ୍ଧ ହୋଇ ଉଠୁଥାଏ, କିନ୍ତୁ କେହି ଜାଣିବାକୁ ଚେଷ୍ଟା କରନ୍ତିନି ଏପରି ଏକ ମନର ଅବକ୍ଷୟରେ, ଅସ୍ଥିରତାରେ ଠିଆ ହୋଇ ମୁଁ ପାପପୂଣ୍ୟର ବିଚାର କରୁଥାଏ ବୋଧେ ଏହା କରିବା ଦ୍ବାରା ଅସ୍ତିତ୍ବକୁ ରକ୍ଷା କରିହୁଏ ତାହା ହିଁ ପୂଣ୍ୟ ଆଉ ଯାହା କରିଲେ ରକ୍ଷା ପାଇବାରୁ ପତିତ ହୁଏ, ତାହା ହିଁ ପାପ
ବଟବୃକ୍ଷ ତଳେ ଠିଆ ହୋଇ ମୁଁ ଗାଁଟିକୁ ଏକବାରେ ଚାହୁଁଥାଏ ଦୂରରୁ ଗାଁଟି ସମ୍ପୂର୍ଣ୍ଣ ଶାନ୍ତ ଓ ନିଶ୍ଚଳ ଲାଗୁଥିଲା ପୁରାପୁରି ଶୁନଶାନ୍ ଗାଁର ଝଡ଼ ତ ଶାନ୍ତ ହୋଇଯାଏ, କିନ୍ତୁ ମୋ ହୃଦୟରେ ଛୁଟୁଥିବା ବନ୍ୟାର କୋଳାହଳ କାହାକୁ ବି ଶୁଭୁନଥିଲା ସମସ୍ତେ ଜାଣି ବି ଅଜଣା ସେ ସବୁକୁ ତ ମୋତେ ହିଁ ସହନ କରିବାକୁ ହେବ ଏହି ବନ୍ୟାର ସ୍ରୋତରେ ମୁଁ ଯେପରି ସଂପୂର୍ଣ୍ଣ ଅଜ୍ଞାନ ଓ ପାଗଳ ହୋଇ ଯାଇଥିଲି
ଟିକେ ବସିପଡ଼ି, ମୁଁ ଡାହାଣ ହାତଟିକୁ ବଢ଼ାଇ ପାଣିକୁ ଛୁଇଁଲି ଆଗ ଅପେକ୍ଷା ଏ ପାଣି କାହିଁକି ଅଧିକା ଥଣ୍ଡା ଲାଗୁଛି ଏବଂ ସେଥିରେ ଗୋଡ଼ା ଗୋଡ଼ି ହୋଇ ଖେଳୁଥାନ୍ତି ଛୋଟ ଛୋଟ ମାଛ ଗୁଡ଼ିକ ଚୁଞ୍ଚି ଚୁଞ୍ଚି କଣ ସବୁ ଖାଆନ୍ତି ଏବଂ ନିଜ ନିଜ ମଧ୍ୟେ କଥା ହୋଇଯାଆନ୍ତି ପୁଣି ବେଳେ ବେଳେ ଜୁଳୁଜୁଳୁ ଆଖି କରି ମୋ ମୁହଁକୁ ବି ଦେଖନ୍ତି ବହୁତ ଖୁସି ଲାଗେ, ଇଚ୍ଛା ହୁଏ ତାଙ୍କ ସହ କିଛି ଗପ ମାରିବାକୁ, ଧରି ସେମାନଙ୍କୁ ଗେଲ କରିବାକୁ ପିଲାବେଳେ ବହୁତ ଖେଳିଛି ଏମାନଙ୍କ ପୂର୍ବପୁରୁଷଙ୍କ ସହ ଆଉ ବହୁତ ହଇରାଣ ବି କରୁଥାଏ ନିଜ ସାଙ୍ଗପିଲାଙ୍କ ସହ ଖରାବେଳେ ଆସି ସେମାନଙ୍କୁ ଧରେ, ସେମାନଙ୍କ ସହ କଥା ହୁଏ, ତାଙ୍କୁ ଟିକିଏ କଷ୍ଟ ହେଲେ ପୁଣି ଛାଡ଼ିଦିଏ ପାଣିରେ ଏଥିରେ ମୋତେ ବହୁତ ଆନନ୍ଦ ଲାଗେ ବହୁତ ସମୟ ଧରି, ଖିଆପିଆ ଭୁଲି ମୁଁ ଏଠି ବସୁଥାଏ କିନ୍ତୁ ମୋର ଏହି ଖେଳରେ ବାଧା ଦେବାପାଇଁ ଜଣେ ମାତ୍ର ଶତୃଥାଏ, ‘ସ୍ମିତା’ ଖୁବ୍ ସୁନ୍ଦର, ସୁଶୀଳା ଝିଅଟିଏ ବୟସରେ ମୋଠୁଁ ଦୁଇ ବର୍ଷ ବଡ଼ କିନ୍ତୁ ସାଙ୍ଗଠୁ ଅଧିକ ଏକାଠି ପଢୁ, ଏକାଠି ଖେଳୁ, ବୁଲୁ ଆଉ ଖୁବ୍ ଝଗଡ଼ା କରୁ ବାପାଙ୍କ ଘନିଷ୍ଠ ମିତ୍ର ଏବଂ ଗାଁର ଜଣାଶୁଣା ବ୍ୟକ୍ତି ପଣ୍ଡିତ ରାମକୃଷ୍ଣ ମିଶ୍ରଙ୍କ ଝିଅ ସେ ସେ ଜଣେ ମଧ୍ୟମ ଧନିବର୍ଗର ଲୋକ
ସ୍ମିତା ପାଟିକରେ, “ରେ ମୁର୍ଖ, ଏଠି କଣ କରୁଛୁ ଏମାନଙ୍କ ସହ ମାଛ ଧରୁଛୁ? ରହ ରହ ମୁଁ ଏଇନା ଯାଇ ମଉସାଙ୍କୁ କହେ”
ମୁଁ ତା ପଛେ ପଛେ ଦୌଡ଼ି ଯାଇ ହାତ ଯୋଡ଼ି କହେ, “ନାଇଁ ମିତା, ବାପାଙ୍କୁ କିଛି କହନା, ତୁ କ’ଣ ଜାଣିନୁ, ସେ କେମିତି ରାଗନ୍ତି... ଆଉ ତୁ ପରା ମୋର ସାଙ୍ଗ, ସବୁଠୁ ଭଲ ସାଙ୍ଗ, ହଁ କି ନାଇଁ କହିଲୁ?”
“ହଉ ଠିକ୍ ଅଛି” ସ୍ମିତା ଏକ ଦୁଷ୍ଟାମୀ ହସଟିଏ ହସିଦେଇ, ଅଧିକାର ପୂର୍ବକ କହେ, “ତୁ ମୋ ସାଙ୍ଗେ ଆ” ସେ ମୋତେ ପଛେ ପଛେ ନିଜ ଘରକୁ ନେଇଯାଏ ପଚାରିବାକୁ ସାହାସ ବି କରି ପାରୁନଥାଏ ସେ ମୋ ସାମ୍ନାରେ ଦୁଇଟି ଖାତା ରଖିଦିଏ, ଗୋଟାଏ ତା’ର, ଆଉ ଗୋଟାଏ ତା’ ସାଙ୍ଗର ସେଥିରୁ ତା ଖାତାକୁ ଉତାରିବାକୁ କହେ ସେତେବେଳେ ସ୍ମିତା ସପ୍ତମରେ, ଆଉ ମୁଁ ପଞ୍ଚମରେ ସେ ଭଲ ଭାବେ ଜାଣେ, ଯେ ନକଲ କରିବାରେ ମୁଁ କୌଣସି ଭୁଲ ଭୁଲ କରିବି ନାହିଁ କାରଣ, ଆଜି ପର୍ଯ୍ୟନ୍ତ କୌଣସି ଭୂଲ ଯେ ହୋଇନାହିଁ ସ୍ମିତା କିନ୍ତୁ, ମୋର ଏହି ସମୟ, ସୁଯୋଗ ଦେଖି, ମୋତେ ସବୁବେଳେ ବ୍ଲାକ୍-ମେଲ୍ କରୁଥାଏ ମୁଁ ତା’ର ଆହୁରି ମଧ୍ୟ ବହୁତ କାମ କରିଦିଏ ସେ ମୋ ଦ୍ବାରା କାମ ତ କରାଏ, କିନ୍ତୁ ସେତିକି ସ୍ନେହ ମଧ୍ୟ ଦିଏ
କିଛି ବର୍ଷ ପରେ...
ସ୍ମିତା ହାଇସ୍କୁଲ ପାସ କରିଥାଏ ଝିଅଟିଏ ହୋଇଥିବାରୁ, ଗାଁର ତୁଳନାରେ ବହୁତ ପାଠ ପଢ଼ି ସାରିଥିଲା ସେ ବାପା ତା’ର ବରଟିଏ ଖୋଜିବାରେ ଲାଗିପଡ଼ିଲେ ଆମର ଏଭଳି ଦୂର୍ନୀତିଭରା ସମାଜରେ ଭଲ ବରଟିଏ ମିଳିବାଟା କଷ୍ଟକର ଥିଲା ବାପା ରାମକୃଷ୍ଣଙ୍କ ଅର୍ଥର ଅଭାବ ନଥିଲା ନିଜର ଏକମାତ୍ର କନ୍ୟାର ବିବାହ ସକାଶେ ସେ କେତେ ବି ଖର୍ଚ୍ଚ କରିବାକୁ ଏବଂ ଦେବାକୁ ପ୍ରସ୍ତୁତ ଥିଲେ, କିନ୍ତୁ ସେଇଥିପାଇଁ ସେ କୌଣସି ଛୋଟିଆ ବର ମଧ୍ୟ ଖୋଜୁନଥିଲା
ଦିନେ ସ୍ମିତା ଓ ମୁଁ ଦୁହେଁ ତା ରୁମରେ ବସିଥିଲୁ ସେ ଠିକ୍ ମୋ ସାମ୍ନାରେ ବସିଥାଏ, ଆଉ ମୁଁ ଅପଲକ ଦୃଷ୍ଟିରେ ତା’କୁ ଚାହିଁ ରହିଥିଲି ପ୍ରଥମଥର ପାଇଁ ମୁଁ ଯେପରି କିଛି ଗୋଟାଏ ଅଲଗା ଅନୁଭବ କରୁଥିଲି, ତା’ର ସେହି ସୁନ୍ଦର ଚେହେରାଟିରୁ କେତେ ଯେ ଅଜ୍ଞାନତା ଝରି ପଡୁଥିଲା, ତା’ଆଖି ଓ ଆଖିର ଚାହାଣୀ... ଓଠ ଏବଂ ତା’ଭିତରେ ଲୁଚି ଚମକୁ ଥିବା ମୁକ୍ତା ଗୁଡ଼ିକ ସବୁ ଯେପରି ଚୁମ୍ବକ ଭଳି ତା’କୁ କିଛିଟା କହିବା ପାଇଁ ଟାଣୁଥାଏ ମୁଁ ହଠାତ୍ ପଚାରିଦେଲି, “ସ୍ମିତା, ତୁ ମୋତେ ବାହାହେବୁ?”
ହୃଦୟରେ ଏକ ଭିନ୍ନ ପ୍ରକାରର ଆଲୋଡ଼ନ ସୃଷ୍ଟି ହେଉଥାଏ, ଅଜଣା ଚିନ୍ତାଧାରା ସବୁ ମୋ ମନରେ ଖେଳୁଥିଲା, ପ୍ରକୃତରେ ମୁଁ ତାକୁ ଠିକ୍ ରୂପେ ପ୍ରକାଶ କରି ପାରିନଥିଲି ବୋଧେ ତାକୁ ଖରାପ ଲାଗିଥିବ
ସେ ହସିବାରେ ଲାଗିଲା ବହୁ ଜୋରରେ ହସୁଥାଏ ସେ “ତୁ...?” ସେ ଆଶ୍ଚର୍ଯ୍ୟରେ ବଡ଼ ବଡ଼ ଆଖି ଦେଖାଇ କହୁଥାଏ, “ତୁ ପୁଣି ବାହା ହେବୁ? ... ତୁ କଣ ଜାଣିନୁ? ମୁଁ ତୋ ଠୁ କେତେ ବଡ଼? ସବୁଠୁ ବଡ଼ କଥା ହେଲା ତୁ ଜଣେ ଗରିବ ସ୍କୁଲ୍ ମାଷ୍ଟରର ପୁଅ, ତୋତେ ବାହା ହେଲେ ମୋତେ କଣ ମିଳିବ ଯେ?... ମୁଁ ତ କେଉଁ ଦେଶର ରାଜକୁମାରକୁ ବାହାହେବି ସେ ତା ସୁନ୍ଦର ରଥରେ ଆସି ମୋତେ ବସାଇ, ତା ରାଜମହଲକୁ ନେଇଯିବ...” ଉପରକୁ ଚାହିଁ କେଉଁ ଅଜଣା ରାଇଜରେ ହଜି ବୁଲୁଥିଲା ଆଉ, ସେହି ବାଦଲ ଗୁଡ଼ିକୁ ଧରିବାକୁ ପ୍ରୟାସ କରୁଥିଲା ସ୍ମିତା, ସତରେ! ସେ ଯଦି ଧରି ପାରିଥାନ୍ତା ସ୍ମିତା ବାହାହେଲା ପୁଅଟି ସମ୍ବଲପୁରରେ ଡାକ୍ତରୀ ପଢୁଥାଏ ସେ କେଉଁ ଦେଶର ରାଜକୁମାର ତ ନଥିଲା, କିନ୍ତୁ ସମାଜର ଜଣେ ଉଚ୍ଚ ସମ୍ମାନିତ ବର୍ଗର ଥିଲା ସେ ବେଶୀ ଧନୀ ତ ନଥିଲା, କିନ୍ତୁ ସ୍ମିତାର ସ୍ବପ୍ନର ରାଜକୁମାର ଥିଲା, ଏପରି ମୁଁ ବି କହି ପାରୁନଥାଏ
କିଛି ଦିନଗଲା କେତେ ମାସ ଗଲା ମନଟା ସବୁବେଳେ ଖରାପ ଲାଗୁଥାଏ ସ୍ମିତା ଚାଲିଗଲା ପରେ ମୋର ସେମିତି ଆଉ କେହି ସାଙ୍ଗ ନଥିଲେ, ଯାହା ସହ କି ମୁଁ ମନ ଖୋଲି କଥା ହୋଇଥାନ୍ତି ଯୁକ୍ତ ଦୁଇ ପାସ୍ କରି ନିକଟ ଏକ କଲେଜରେ ଭର୍ତ୍ତି ହୋଇଥାଏ ସବୁ ନୂଆ ନୂଆ ଚେହେରା, ନୂଆ ନୂଆ ଢଙ୍ଗୀ କାହାକୁ ମିଶିବାକୁ ବି ଇଚ୍ଛା ହେଉନଥାଏ, କିନ୍ତୁ କିଛି ଗୋଟାଏ ଖୋଜୁଥାଏ, ତା ଭଳି ସାଥିଟିଏ ଏଭଳି ମୋତେ ଲାଗେ
ଦିନେ କଲେଜରୁ ଫେରି, ଜଳଖିଆ କରୁଥାଏ ସେତିକି ବେଳେ ମୋ ସାନ ଭଉଣୀ ଦଉଡ଼ି ଆସି କହିଲା, “ଭାଇ, ଶୁଣିଲୁ? ସ୍ମିତା ଅପା ଆସିଛି, ଆଉ ସେ କେବେ ସେଠିକି ଯିବ ନାହିଁ” ଏତିକି ଶୁଣିବା ପରେ ଲାଗିଲା ମୋ ପାଦତଳୁ ଭୂମିଟା ଯେପରି ଖସି ଯାଇଛି ମୁଁ ଆଶ୍ଚର୍ଯ୍ୟରେ ଚାହିଁ ପ୍ରଶ୍ନକଲି, “କଣ... କଣ କହିଲୁ?”
- ହଁ, ତା ସ୍ବାମୀ ତାକୁ ଛାଡ଼ପତ୍ର ଦେଇଛନ୍ତି
ମୁଁ ଅତ୍ୟନ୍ତ ଆବେଗର ସହକାରେ ଠିଆ ହେଲି, “ଛାଡ଼ପତ୍ର? କିନ୍ତୁ କାହିଁକି?”
- ତା ସ୍ବାମୀ ସମ୍ବଲପୁରରେ ନିଜ ସାଥିରେ ପଢୁଥିବା ଝିଅ ସହ ବାହା ହେଉଛି
କ୍ଷଣିକ ପାଇଁ ମୁଁ ଅବାକ୍ ରହିଗଲି କିଛି ଚିନ୍ତା କରି ପାରୁନଥାଏ, ଏଭଳି ଅନିନ୍ଦ୍ୟ ସୁନ୍ଦରୀ ଝିଅଟିକୁ କିଏ ବା ଛାଡ଼ି ଦେଇପାରେ? ସେ ଗୋଟାଏ ଅନ୍ଧ ନା କଣ?
ସ୍ମିତାର ଶାନ୍ତ, ସରଳ, ସୁନ୍ଦର ଚେହେରାଟି ମୋ ଆଖି ଆଗରେ ନାଚିବାକୁ ଲାଗିଲା କ’ଣ ନ ଘଟୁଥିବ ତା ଉପରେ, କ’ଣ ସେ ଏ ସବୁ ସହି ପାରୁଥିବ? ତା’ହେଲେ କ’ଣ ଏଇ ତିନିବର୍ଷ କାଳ, କାହାକୁ କିଛି ବା ନ ଜଣାଇ... ହେ ପ୍ରଭୂ!
ପରେ ଜାଣିବାକୁ ପାଇଲି, ଯେ ସ୍ମିତାର ସ୍ବାମୀ ପୂର୍ବରୁ ହିଁ କେଉଁ ଝିଅ ସହ ସମ୍ପର୍କ ରଖିଥିଲା ସ୍ମିତାକୁ ବାହା ହୋଇ ସେ କେବଳ ନିଜ ବାପାମା’ଙ୍କୁ ଦେଇଥିବା କଥାକୁ ପୂର୍ଣ୍ଣ କରିଥିଲା ମୁଖ୍ୟ ବିଷୟଟା, ତ ବୋଧେ ଯୌତୁକ ହୋଇଥିବ, ଯାହାକି ପଣ୍ଡିତେ ରାମକୃଷ୍ଣ ଭରପୁର ଦେଇଥିଲେ ଆଜିର ଏ ପରିସ୍ଥିତି ତା’ ବାପାଙ୍କ ଆଗେ ଏକ ପ୍ରଶ୍ନଚିହ୍ନ ଭଳି ଛିଡ଼ା ହୋଇ ରହିଛି ସ୍ମିତା ପାଇଁ ସେ ବାଛି ବାଛି ବରଟିଏ ଖୋଜିଥିଲେ, ପୁଣି ଏକ ସମ୍ମାନିତ ପରିବାର ଦେଖି, ତେବେ ଏପରି କାହିଁକି, ସ୍ମିତାକୁ ଏକ ପରିତ୍ୟକ୍ତାର ଜୀବନ ବିତାଇବାକୁ ବାଧ୍ୟ ହୋଇପଡ଼ିଲା
ମୁଁ ଯେବେ ସ୍ମିତାକୁ ଦେଖିଲି, ବିଶ୍ବାସ କରି ପାରିଲି ନାହିଁ ତା’ର ସୁନ୍ଦର, ସୁଗଠିତ ଶରୀରରେ ହାଡ଼ର ଢାଞ୍ଚ ମାତ୍ର ହିଁ ଶେଷ ରହିଯାଇଥିଲା ମୁହଁରୁ ତେଜ ଚାଲି ଯାଇଥିଲା ଗାଲରୁ ବାହାରି ଆସିଥିବା ଅସ୍ତିଗୁଡ଼ିକ ଦୂରରୁ ଫୁଟି ଦିଶୁଥିଲା ତା ଆଖିର ଔଜଲ୍ୟ କେଉଁଠି ହଜି ଯାଇଥିଲା, ଯେଉଁଥିରେ କି ତା ସ୍ବପ୍ନର ଏକ ଛୋଟିଆ ଚିହ୍ନଟିଏ ବି ନଥିଲା ଭାଗ୍ୟ - ଏତେ ଭୟଙ୍କର ଉପହାସ ତା’ ସହ କଣ ପାଇଁ କରିଲା ସେ ତ କାହାର ଅନିଷ୍ଟ କରିନଥିଲା, ତେବେ ତା ଜୀବନଟା ଏଭଳି ଜଳନ୍ତା ଅଙ୍ଗାର କାହିଁକି ପାଲଟିଗଲା?
ସେ ଆଜିକୁ ପ୍ରାୟ କୋଡ଼ିଏ ଦିନ ହେବ ଏ ପର୍ଯ୍ୟନ୍ତ ସେ ଘରୁ ପଦାକୁ ଆସୁନଥାଏ ମୁଁ ବ୍ୟାକୁଳ ହୋଇ ବାରମ୍ବାର ତା ଘରକୁ ଯାଏ, କିନ୍ତୁ ଏକୁଟିଆ ଭେଟିବାର ସୁଯୋଗ ନ ପାଇ ଫେରିଆସେ ଆଜି ସେ କୌଣସି କାମରେ ପ୍ରଥମଥର ଆମ ଘରକୁ ଆସିଥାଏ ଯେତେ ସମୟ ସେ ଆମ ଘରେ ରହିଲା, ମୁଁ ବାହାର ବାରଣ୍ଡାରେ ଛିଡ଼ା ହୋଇ ଅପେକ୍ଷା କରୁଥାଏ ପ୍ରାୟ ପନ୍ଦର ମିନିଟ୍ ପରେ ସେ ଘରୁ ଆସିଲା ମୋତେ ଦେଖି, ମୋ ପାଖକୁ ଆସି କିଛି ନ କହି ମୁଣ୍ଡ ତଳକୁ ପୋତି ଛିଡ଼ା ହେଲା ମୁଁ ବିଲକୁଲ୍ ତା ପାଖେ ଛିଡ଼ା ହୋଇଥିଲି ସେ ବି ଚୁପ୍ ଥିଲା ସେ ବା କଣ କହିଥାନ୍ତା? ଆଉ ମୁଁ ବି କଣ କହିଥାନ୍ତି? ଭାବୁଥିଲି ମୁଁ କହିଦେବି, ମୋ ହୃଦୟରେ ସାଇତି ରଖିଥିବା କଥାସବୁ
“ସ୍ମିତା, ମୁଁ ବହୁତ ଦୁଃଖୀ ଜାଣେନା, ଭଗବାନ ତୋତେ କେଉଁ ଜନ୍ମର ଦଣ୍ଡ ଦେଉଛନ୍ତି ହେଲେ ଭଗବାନଙ୍କୁ ବି କେଉଁ ଅଧିକାର ଅଛି ଯେ ସଂସାରର ପ୍ରତି ସୁନ୍ଦର ବସ୍ତୁଟିକୁ ସେ ନଷ୍ଟ କରିଦେବେ? କିନ୍ତୁ, ସେହି ମନୁଷ୍ୟ ହିଁ କଣ ଯେ ନିଜ ଦୁଃଖକୁ ହୃଦୟରେ ବାନ୍ଧି ବସିରହେ ଦୁଃଖ ଆଉ ସୁଖ ଏ ଜୀବନରେ ଲାଗି ରହିଥାଏ ଆମକୁ ଭାଗ୍ୟର ଫଳରେ ବି କାହିଁକି କାନ୍ଦିବାକୁ ହେବ? ମନୁଷ୍ୟ ଯଦି ସାହାସରେ କାର୍ଯ୍ୟକରେ ତେବେ ସବୁ ଦୁଃଖକୁ ସେ ଆରାମରେ ମୁକାବିଲା କରି ପାରିବ ପୁଣି ଖୁସିରେ ତା ଜୀବନ ପୁନର୍ଗଠିତ ହେବ”
ସେ ମୋତେ ଦେଖିଲା ଆଖିରେ କେବଳ ଶୋକର ହତାଶ ଏବଂ ଏକକ ଝଲସି ଉଠୁଥାଏ ଜୀବନର ଏପରି ଏକ ଅଯୌକ୍ତିକ, ଅତିଶୟ ବ୍ୟଥାତୁର ଘଟଣାରେ ସେ ନିଜ ଚିନ୍ତା ଶକ୍ତି ହରାଇ ବସିଥିଲା ମୁଁ ତାକୁ ବୁଝାଇବାର ଅନ୍ଦାଜରେ କହିଲି, “ଦେଖେ, ତୋର ବାହାଘରର ସେହି ବ୍ୟକ୍ତି ସହ ହେଲା, ଯାହା ବିଷୟରେ ତୁ ବା’ କଣ, ତୋ ଘର ଲୋକ ବି ଠିକ୍ ସେ ଜାଣିନଥିଲେ ତୋର ବାହାଘର ତ କେବଳ ତୁମ ଜାତି - ଘର ଦେଖି କରାଗଲା କିନ୍ତୁ, କଣ ସବୁ ଦେଇଗଲା ଏଇ ଜାତି-ସମାଜ? କେବଳ ଦୁଃଖ ଓ ମାନସିକ ବ୍ୟଥା... ଯେଉଁ ଗଣ୍ଡରେ ଏଇ ସମାଜ ତୋତେ ଠେଲି ଦେଇଛି, ସେ ଏତେ ଗଭୀର ଯେ ତୁ ବାହାରକୁ ଆସି ପାରିବୁନି ଯେଉଁ ପୂର୍ବ କର୍ମର ଫଳ ତୁ ଆଜି ଭୋଗ କରୁଛୁ, ସେଥିପାଇଁ ସାରା ଜୀବନ କାନ୍ଦିବାଟା ମୋ ମତରେ ବ୍ୟର୍ଥ କାରଣ, କାନ୍ଦିବା ଆମର ଧର୍ମ ନୁହେଁ ତୁ ଚାହିଁଲେ ତୋ ଲୁହ ନିଜେ ପୋଛି ଦେଇ ପାରିବୁ”
ସ୍ମିତା ଆଖିରେ ଦୁଇଧାର ଲୁହ ଆଉ ମୁଁ ଯେପରି ତା’ ଜଖମରେ ନମକ୍ ମାରୁଥାଏ ମୁଁ ପୁଣି କହିଲି, “ତୁ ଜଣେ ରାଜକୁମାରକୁ ବାହା ହେବାପାଇଁ ଇଚ୍ଛା କରିଥିଲୁ କିନ୍ତୁ ତାହା ହେଲାନାହିଁ ଏବେ କିନ୍ତୁ ଯଥାର୍ଥ କଠୋର ଭୂମି ଉପରେ ଓହ୍ଲାଇ ଆସି କାହିଁକି ନା ତୁ ବାସ୍ତବିକତାକୁ ସ୍ବୀକାର କରି ପୁଣି ଏକ ସୁଖୀ ଜୀବନ ବ୍ୟତୀତ କରିବୁ”
“କିପରି” ଲୁହ ପୋଛି ପୋଛି, ସେ ମୁହଁ ଟିକେ ଖୋଲିଲା
“ଏବେ ଯାହା କିଛି ହେଲା, ଭୁଲିବାକୁ ଚେଷ୍ଟା କର ଜୀବନଟା ବହୁତ ଲମ୍ବା ତୋର ଏକ ଉଜ୍ଜ୍ବଳ ଭବିଷ୍ୟତ ବି ଆଗକୁ ଥାଇପାରେ... ତୋର ମନେ ଥାଇ ପାରେ, ଦିନେ ମୁଁ ତୋତେ ପଚାରିଥିଲି, ତୁ ମୋତେ ବାହା ହେବୁ କି? ତୁ ମନା କରିଥିଲୁ ମୁଁ ମଧ୍ୟ ସେତେବେଳେ ଅଜ୍ଞାନ ଥିଲି କିନ୍ତୁ ଆଜି, ଯେଉଁ ରାସ୍ତାରେ ତୁ ଛିଡ଼ା ହୋଇଛୁ, ସେଠାକୁ ଫେରି ତୁ କାହିଁକି ନା ସ୍ବୀକାର କରିବୁ, ଯାହା ତୁ ବହୁତ ପଛରେ ଛାଡ଼ି ଦେଇ ଆସିଥିଲୁ... ମୁଁ ଜାଣେ ତାହା ସୁନା ହୋଇନପାରେ, ତା ବୋଲି ସେ ରାସ୍ତାର ପଥରଟାଏ ତ ନୁହେଁ, ଯାହାକୁ ପୂଜା ନ କରାଯାଏ,... ଆଉ ତୁ ତାକୁ ଛୁଇଁ ଦେଲେ, ବୋଧେ ତାହା ସୁନା ବି ପାଲଟି ଯାଇପାରେ”
ସ୍ମିତା ଆଗରେ ବହୁତ ଗୁଡ଼ିଏ ପ୍ରଶ୍ନର ପ୍ରସ୍ତାବ ବାଢ଼ି ନେଇଗଲି, ଯାହାର ଉତ୍ତର ସ୍ବୟଂ ମୋ ପାଖେ ବି ନଥିଲା ଆମ୍ଭେ ଦୁହେଁ ବହୁ ସମୟବ୍ୟାପୀ କଥା ହେଲୁ ଜାଣେନା, କେତେଦୂର ସେ ମୋତେ ବୁଝିବାରେ ସମର୍ଥ ହେଲା କିନ୍ତୁ ତା ଆଖିରେ ଏକ ନୂତନ ପ୍ରକାର ଜାଗରଣ ଦେଖିବାକୁ ପାଇଲି ସେ ପୁଣି କିଛି ସମୟ ଚୁପ୍ ରହି ଭାବିବାରେ ଲାଗିଲା ଆଉ ଯାଉ ଯାଉ କହିଲା, “ମୁଁ ସବୁକିଛି ଭଲଭାବେ ଚିନ୍ତା କରି... କାଲି କହିବି”
ତା ପରଦିନ ପୁଣି ଆମେ ସେହି ସ୍ଥାନରେ, ସେହି ସମୟରେ ଭେଟ ହେଲୁ କିନ୍ତୁ, ମୁଁ ପୂର୍ବପରି ତା ଆଖିରେ ଖୁସିର କୌଣସି ଚିହ୍ନ ଦେଖିବାକୁ ପାଇଲି ନାହିଁ
ମୁଁ ଆଗେଇ ପଚାରିଲି, “କଣ ଠିକ୍ କରିଲୁ, ତୁ?”
“ସାଗର... ମୁଁ ଏ ପର୍ଯ୍ୟନ୍ତ କିଛି ଠିକ୍ ନିର୍ଣ୍ଣୟ ନେଇ ପାରିନାହିଁ” ସେ ଧିର କଣ୍ଠରେ କହିଲା, “ମୋର ଆଉ ସେତେଟା ଶକ୍ତିନାହିଁ, ଯେ କିଛିଟା ଚିନ୍ତା କରିବି, ବା ନିର୍ଣ୍ଣୟ ନେବି”
“ତୁ କଣ କହୁଛୁ, ମୁଁ କିଛି ବୁଝିପାରୁନାହିଁ” ମୁଁ ଅତ୍ୟନ୍ତ ଆବେଗପୂର୍ଣ୍ଣ ସ୍ବରରେ କହିଲି, “ଏଥିରେ ଚିନ୍ତା କରିବାର ବା କଣ ଅଛି? ତତେ ତ ଜଣା ଆମକୁ ଯାହା କରିବାକୁ ହେବ କଣ ତୋ ଭଲମନ୍ଦ ତୁ ନିଜେ ଚିନ୍ତା କରି ପାରୁନାହୁଁ? ସବୁକିଛି ତ ଆଇନା ଭଳି ତୋ ଆଗରେ ନିର୍ମଳ ଦିଶୁଛି”
କିଛି ସମୟ ପରେ ସେ କହିଲା, “ଆମର ଏପରି ପାଦ ବଢ଼େଇବା, କଣ ଭୁଲ୍ ହେବନି ସାଗର? ସମାଜରେ ଏହାର କ’ଣ ପ୍ରତିକ୍ରିୟା ହେବ? ସାମାଜିକ ମାନ୍ୟତାକୁ ଉଲ୍ଲଂଘନ କରିବା କଣ ଉଚିତ୍ ହେବ? ଆମର ଏହି ବିବାହକୁ କିଏ ବା ଗ୍ରହଣ କରିବ? ସାମାଜିକ ଉପେକ୍ଷାର ଶିକାର ହୋଇ ଆମେ କଣ ସାମାନ୍ୟ ଜୀବନ ବ୍ୟତୀତ କରିପାରିବା?”
“ହୁଁ...” ଘୃଣାରେ ମୁଁ ମୁହଁଟି ବୁଲେଇ ଦେଲି, “କି ସମାଜ, କି ପରିବାର? ଏହି ସମାଜ ତୋତେ ଯାହା କିଛି ଦେଲା, କଣ ତୁ ସ୍ବପ୍ନରେ ସୁଧା ଭାବିଥିଲୁ? ଯଦି, ତୁ ସମାଜ ବିଷୟରେ ଏପରି ଭାବିବୁ ତେବେ ତୋ ଆଖିର ଲୁହ କେବେ ବି ଶୁଖିବ ନାହିଁ ସାମାଜିକ ମାନ୍ୟତା ସେ ପର୍ଯ୍ୟନ୍ତ ଠିକ୍ ଅଛି, ଯେଉଁ ପର୍ଯ୍ୟନ୍ତ ଆମ ବ୍ୟକ୍ତିଗତ ଜୀବନରେ କାହାର କୌଣସି ପ୍ରଭାବ ନ ପଡ଼େ ଆମେ ଭୋକରେ ମରିଲା ବେଳେ ଏଇ ସମାଜର ଲୋକେ, କେବେ ଖଣ୍ଡେ ରୁଟି ମଧ୍ୟ ଦିଅନ୍ତି ନାହିଁ; ତେବେ ତାର ଏତେ ଚିନ୍ତା କରିବା ଆମର କଣ ବା ଆବଶ୍ୟକ?”
“ମୋର କହିବାର ଅର୍ଥ ଏହା ନଥିଲା, ତୁ ବୁଝିବାକୁ ଚେଷ୍ଟା କରୁନୁ କାହିଁକି? ମୁଁ ଜଣେ ବିବାହିତା, ଉଚ୍ଚକୂଳର, ସ୍ବାମୀ ଛାଡ଼ିଦେଲେ କଣ ହେଲା, ଆମ ଧର୍ମରେ ଦ୍ବିତୀୟ ବିବାହ ବର୍ଜିତ ଅଟେ କେହି ଏହାକୁ ସ୍ବୀକାର କରିବେ ନାହିଁ, କଣ ଆମ ପରିବାର, ଆଉ ଏ ସମାଜର ବିରୋଧର ସାମନା କରିବାର କ୍ଷମତା ତୋ ପାଖେ ଅଛି?”
“ଯଦି ତୁ ସାଥି ହେବୁ” ମୋ ସ୍ବର ଟିକେ ଧିମେଇ ହୋଇପଡ଼ିଲା
“ତୁ କଣ ଭାବୁଛୁ? ଏହା ଏତେ ସହଜ?”
“ମୁଁ ତ ଏହା ଭାବୁଛି, କାରଣ ନିଜଠୁ ମୋତେ ତୋ ଉପରେ ଅଧିକ ଭରସା ଅଛି”
ସ୍ମିତା ଏବେ ବି ସନ୍ତୁଷ୍ଟ ନଥାଏ, “କିନ୍ତୁ ଆମ ବୟସରେ କେତେ ଯେ ପାର୍ଥକ୍ୟ ଅଛି? ମୁଁ ଥରେ ବାହା ହୋଇ ସାରିଛି, ଏବେ ମୁଁ ଆଗ ଭଳି ସେଇ ସ୍ମିତା ନୁହେଁ... ହଁ, ଏହା ସତ ଯେ ମୋ ସ୍ବାମୀ ମୋତେ ଥରେ ବି ସ୍ପର୍ଶ କରିନାହାନ୍ତି, ତା ବୋଲି ସେ ମୋ ମଥାରେ ସିନ୍ଦୁର ଟିକକ ତ ଲଗାଇଛନ୍ତି ଆଉ, ତୁ ଜଣେ ଯୁବକ, ଅବିବାହିତ କେତେ ଯେ ଝିଅ ତୋତେ ପାଇବାପାଇଁ ପାଗଳ, ପୁଣି ତୁ ମୋ ପାଇଁ କାହିଁକି ଏମିତି...”
“ସେ ସବୁ ମୁଁ ଜାଣେନା ସ୍ମିତା; ଯାହା କିଛି ହୃଦୟରେ ମୁଁ ଆଜି ପର୍ଯ୍ୟନ୍ତ ସାଇତି ବାନ୍ଧି ରଖିଥିଲି, ସେ ସବୁକୁ ମୁଁ ମୁହଁଖୋଲି ତୋ ଆଗେ ପସରା କରିଦେଇଛି ଆଉ ଝିଅ ମାମଲାରେ ମୁଁ କଣ କହିବି? ବହୁତ ଝିଅ ମିଳିବେ ସତ, କିନ୍ତୁ କଣ ସେଥିରେ ସ୍ମିତା ଭଳି କେଇ ଥିବ?”
“କଣ, ତୁ ମୋତେ ଏତେ ଭଲ ପାଉଛୁ?” ଏକ ତୀକ୍ଷ୍ଣ ଦୃଷ୍ଟିରେ ସେ ମୋତେ ଦେଖି କହିଲା, ପ୍ରଥମ ପାଇଁ ତା ଓଠରେ ଏକ ସ୍ମିତ ହସର ପତଳା ରେଖାଟାଏ ଟାଣି ହୋଇ ପୁଣି ହଜିଗଲା
“ମୁଁ ନିଜେ ଜାଣେନା, ମୁଁ କେତେ ଭଲ ପାଏ” ମୁଁ ତା ପାଖକୁ ଚାଲିଗଲି ତାର ପ୍ରଶ୍ବାସ ମୋ ଛାତିରେ ବାଜୁଥାଏ, କିନ୍ତୁ ତାକୁ ଛୁଇଁବାକୁ ମୋର ସାହସ ହେଉନଥାଏ ସେ ମୋ ହାତଟିକୁ ନିଜ ହାତରେ ଜାବୁଡ଼ି ଧରିନେଲା ତା ହାତର କୋମଳ ସ୍ପର୍ଶରେ ମୋତେ ଅସୀମ ସୁଖ ପ୍ରାପ୍ତ ହେଉଥାଏ ତା ଆଖିରେ ପୁଲକର ଫଗୁ, ଶ୍ରାବଣର ଉଦ୍ଦାମତା ଏକ ସଫଳ ପ୍ରେମିକାର ଅହମିକା ନେଇ, ଦୁହେଁ ପରସ୍ପରର ଆଖିର ଭାଷା ପଢ଼ିବାରେ ବ୍ୟସ୍ତ ରହିଲୁ
“ସାଗର୍... ସାଗର୍...” କିଏ ଜଣେ ଯେପରି ମୋତେ ହଲାଇ ଦେଲା “ଏତେ ରାତିରେ ଏଠି କଣ କରୁଛୁ? ଘରେ ବାପା ବ୍ୟସ୍ତ ହେଉଛନ୍ତି, ଚାଲ୍ ଜଳଦି ଚାଲ”
“ଓଃ ସରି, ବିନୟ ମୁଁ ଜାଣେନା କେତେବେଳେ ଆଖି ଲାଗିଗଲା, ସମୟ କେତେଟା ହେଲାଣି?”
“ସାଢ଼େ ଏଗାର, ତୁ ଏଠି କଣ କରୁଥିଲୁ?”
“କିଛି ନାହିଁ, ଆଉ କରିବାକୁ କଣ ବା ଅଛି? ବସି ଭାବୁଭାବୁ କେତେବେଳେ ଶୋଇ ପଡ଼ିଥିଲି... ବାପା କଣ ତୋତେ ଡାକି ପଠେଇଲେ?”
“ହଁ...” ସେ କଣ କଣ ସବୁ କହୁଥାଏ, କିଛି ମୋତେ ଶୁଭୁନଥାଏ, ସବୁ ଏପଟରୁ ସେପଟ
ଜହ୍ନର ଶୀତଳ ଆଲୋକ, ଏହି ବିରାଟ ପୋଖରୀ, ତା ପାଖରେ ଥିବା ବରଗଛଟା, ଆଉ ପାଣିରେ ଖେଳୁଥିବା କୁନି କୁନି ମାଛ ଗୁଡ଼ିକର କୋଳାହଳ, କେଉଁ ଏକ ନାଟକର ମନ ମୁଗ୍ଧକାରୀ ଦୃଶ୍ୟର ପାର୍ଶ୍ବଧ୍ବନୀ ଭଳି ପରିଲକ୍ଷିତ ହେଉଥାଏ ମୋ ସ୍ବପ୍ନଟି କିନ୍ତୁ ଏତେ ସରଳ ନଥିଲା, ଯାହାକି ମୁଁ ଭାବୁଥିଲି, କିଛି ନ ହୋଇ ମଧ୍ୟ ବହୁତ କିଛି ଘଟିଗଲା ଆମ ଦୁଇ ପରିବାରରେ ଆମ ନିର୍ଣ୍ଣୟର ବିଷୟ ଜାଣିବାପରେ ଗାଁରେ ତ ଏକ ବନ୍ୟା ଯେମିତି କି ମାଡ଼ି ଆସିଗଲା ସେହି ବନ୍ୟା ସୁଅରେ ଭାସିବା ଅପେକ୍ଷା ଜୀବନଠୁ ମୃତ୍ୟୁ ହିଁ ଅଧିକ ଉଚିତ୍ ମନେ ହେଉଥିଲା ଆମ ବାପାମା’ଙ୍କ ଠୁଁ ବେଶୀ ଚିନ୍ତା ତ ଗାଁ ଲୋକଙ୍କର ଥିଲା ସତେ, ଯେପରି ଏ ସମାଜକୁ ସୁଧାରିବାର କାନୁନର ଦଣ୍ଡଟା ତାଙ୍କ ହାତରେ ଅଛି ବାପା ତ କିଛି କହିଲେନି, କିନ୍ତୁ ମା ଚୁପ୍ ରହିଲେନି, ବହୁତ କିଛି କହିଲେ ସେ ମୋତେ ଆଉ ସ୍ମିତା? ସେ କିପରି ଥିବ ମୁଁ ଜାଣେନା ତା’ର କୌଣସି ଖବର ମୁଁ ପାଇ ପାରୁନଥାଏ ସେ ତା ଘରୁ ବାହାରୁ ନଥାଏ ବୋଧହୁଏ ତାକୁ ବାହାରିବାକୁ ମନା ଥିଲା ମୋତେ ବି ତାଙ୍କ ଘରକୁ ଯିବା ମନା ହୋଇଗଲା ଦୁହିଁଙ୍କ ଘରର ବନ୍ୟା ସୁଅରେ ମୁଁ ମୁହଁର ପତର ହୋଇ ଭାସୁଥାଏ ମୋର କୌଣସି କୂଳ କି କିନାରା ନ ଥାଏ
ସମ୍ପାଦକ, ଗଞ୍ଜାମର କବିତା ଘର, ବ୍ରହ୍ମପୁର
Go Back to Previous Page
ନଡ଼ିଆ ନ୍ୟାୟ
ପଦ୍ମଚରଣ ମିଶ୍ର
Read Article
ଅବଶୋଷ
ନୃସିଂହ ଚରଣ ବେହେରା
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ