ବସ୍ ଚାଲିଥିଲା ଠିକ୍ ସବୁଦିନ ପରି
ପିମ୍ପୁଡ଼ିଟିଏ ବି ଗଳିବାକୁ ବାଟ ନଥିଲା ଭିତରେ ନିଜ ଜାଗାରୁ ପାଦେ ଘୁଞ୍ଚିବାକୁ ଯୂ ନଥିଲା, କିଏ ରେଲିଂ ଧରି ତ କିଏ ସିଟ୍ ଉପରେ ହାତ ପକାଇ କାକୁସ୍ଥ ହୋଇ ଠିଆ ହୋଇଥିଲେ ନିଜ ଲକ୍ଷ୍ୟସ୍ଥଳ ଅପେକ୍ଷାରେ
ତଥାପି ବସ୍ ଅଟକିଲା ଠିକ୍ ପରବର୍ତ୍ତୀ ବସଷ୍ଟାଣ୍ଡରେ ଖୁବ କଷ୍ଟେମଷ୍ଟେ ବସ ଉପରକୁ ଉଠି ଆସିଲେ ଜଣେ କଲେଜ ପଢୁଆ ଯୁବକ, ହାତରେ ଥିଲା ତାଙ୍କର ନିଜ ପଢ଼ାବ୍ୟାଗ ବସ ଦ୍ବାରବନ୍ଧ ପାଖରେ ନିଜକୁ କୌଣସିମତେ ସମ୍ଭାଳି ନେଇ ବ୍ୟାଗଟିକୁ ରଖିବାକୁ ବସ ଥାକରେ ବଞ୍ଚିଥିବା ଖାଲି ଜାଗା ଖୋଜିବସିଲେ ଏତେ ଗହଳିରେ ବ୍ୟାଗଟିକୁ ଧରି ରଖିବାକୁ ଅସହଜ ମନେ ହେବାରୁ, ତତ୍କ୍ଷଣାତ ପାଇଗଲେ ନିଜର ଅନ୍ବେଷିତ ସ୍ଥାନ ମାତ୍ର ତିନି/ଚାରି ହାତ ପଛକୁ ବ୍ୟାଗଟିକୁ ସେହି ସ୍ଥାନରେ ରଖିଦେବାପାଇଁ ଜଣେ ବୟସ୍କ ଭଦ୍ରବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ସାହାଯ୍ୟ ପ୍ରାର୍ଥନାର ସ୍ବରରେ କହିଲେ;
“ଆଜ୍ଞା, ଦୟାକରି ଏଇ ବ୍ୟାଗଟିକୁ ସେଇଠି ରଖିଦେବେ?”
“ନା, ମୁଁ ରଖିପାରିବିନି” ସ୍ପଷ୍ଟ ସ୍ବରରେ ଉତ୍ତରଦେଲେ ସେ
“ପ୍ଲିଜ୍ ମଉସା ରଖିଦିଅନ୍ତୁ ନା... ଭାରି ଅସୁବିଧା ହେଉଛି ଏଠି ସେଠି ତ ଫାଙ୍କା ଅଛି ନା ରଖି ଦିଅନ୍ତୁ ପ୍ଲିଜ୍...” ଅନୁରୋଧଭରା ସ୍ବରରେ ପୁନଶ୍ଚ ପ୍ରକାଶ କଲେ ସେ ଯୁବକ
“କାଇଁ, ମୁଁ କଣ ତମ ଚାକର?”
ଏକ ଦମ ଚୁପ୍ ହୋଇଗଲେ କଲେଜଛାତ୍ର ଯୁବକ, ନିଜ ବ୍ୟଗକୁ କାନ୍ଧରେ ବୋଝ ବୋହିଲା ପରି ରଖି ନିଜ ଷ୍ଟାଣ୍ଡ ଆସିବା ପର୍ଯ୍ୟନ୍ତ ଅପେକ୍ଷା କଲେ ଠିକ୍ ଅନ୍ୟ ସମସ୍ତଙ୍କ ପରି
କିଛି ବାଟପରେ ପରବର୍ତ୍ତୀ ଛକ ଆସିଲା ବସ ରହିଲା; କିଛି ଲୋକ ଓହ୍ଲାଉଥିଲେ ବସ ଝରକା ପାଖକୁ ଆସି ବାହାରକୁ ମୁହଁ ବାହାର କରି ପୂର୍ବ ଭଦ୍ରବ୍ୟକ୍ତି, ବସ୍ ବାହାରେ ରାସ୍ତାରେ ଛିଡ଼ା ହୋଇଥିବା ଜଣେ ଯୁବକକୁ ହାତହଲାଇ ଡାକି କହୁଥିଲେ, “ଆରେ ବାବୁ, ଟିକେ ଶୁଣିବୁ ସେଇ ପାଖ ଦୋକାନରୁ ଗୋଟେ ପାଣି ବୋତଲ ଆଣି ଦେବୁତ!”
ବୟସ୍କ ଭଦ୍ରବ୍ୟକ୍ତିଙ୍କଠାରୁ ପଇସା ନେଇ ଦୋକାନ ଆଡ଼କୁ ଯାଉଥିଲା ପିଲାଟି ଆଉ ତାକୁ ଚାହିଁ ରହିଥିଲା ପୂର୍ବ ଯୁବକଟି, କିନ୍ତୁ ବୁଝିପାରୁନଥିଲା;
ଜଣେ ମଣିଷ ହୋଇ ଅନ୍ୟ ଜଣେ ମଣିଷ ପ୍ରତି ସହଯୋଗର ହାତ ବଢ଼ାଇଦେଲେ କେହି କ’ଣ ଚାକର ପଦବାଚ୍ୟ ହୋଇଯାଏ???
Go Back to Previous Page
ଟିକିଏ ଫାଙ୍କ
ନରେଶ କୁମାର ବେହେରା
Read Article
ପ୍ରାଚୀନ ଓଡ଼ିଶାରେ ରେମୁଣାର ପ୍ରସିଦ୍ଧି
ଶ୍ରୀ ରବୀନ୍ଦ୍ରନାଥ ସାମଲ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ