 
     
                    
ଜା:- ଜାଗ ବୀରଗଣେ ଧରଣୀ ବକ୍ଷରୁ
ପାପରାଶି କର କ୍ଷୟ
ଅକ୍ଷୟ ହେଉ'ଏ ପୂଣ୍ୟ ଜଗତେ
ଯୁଗେଯୁଗେ ଧର୍ମଜୟ....
ନୁ:- ନୂଆ ଭାବନାକୁ ଜାଗାଦିଅ ମନେ
ବିଦ୍ରୋହ ହେଉ ବୈଶାଖୀ
କର ଅବା ମର ନୀତିକୁ ଆଦର
ଅତୀତକୁ କରି ସାକ୍ଷୀ......
ଆ:- ଆଗାମୀ ଭବିଷ୍ୟ ତୁମଠି ନିହିତ
ଗାନ୍ଧିଙ୍କର ରାମରାଜ୍ୟ
ହାତେ ହାତ ମେଳ ଏକତାହିଁ ବଳ
ନ' ହାର ସାହସ ଧୌର୍ଯ୍ୟ....
ରୀ:- ରୀତିନୀତି ସବୁ କଡ଼ ଲେଉଟିଛି
ଜରାଜୀର୍ଣ୍ଣରେ ଜନନୀ
ପରାଧିନତାର ଆର୍ତ୍ତ ଚିତ୍କାରରେ
ଭିଜାଏ ନୟନ ବେନି....
ଛ:- ଛବିଶି ତାରିଖ ଭଲକି ପରଖ
ପୂର୍ଣ୍ଣ ସ୍ବରାଜ ଦିବସ
ସ୍ବାଧିନର ଅର୍ଦ୍ଧ-ଶତାବ୍ଦୀ ପରେ'ବି
ଅସହାୟ ଅବଶୋଷ.....
ବି:- ବିଗତ ଦିନର ବାଜିରାଉତ ସେ
ବାର ବରଷର ଛୁଆ
ଦେଶ ଜାତି ପାଇଁ ଦେଲା ବଳିଦାନ
ହୃଦୟେ ଲଗାଇ ନିଆଁ...
ଶି:- ଶିକ୍ଷା ଦିକ୍ଷା ତୁମ ଅଟଇ ଅନନ୍ୟ
ମୂଳମନ୍ତ୍ର ଅହିଂସାର
ସ୍ବାଧିନ ସୁରୁଯ ପରାଧିନ ପରାଗେ
ବେଳୁହିଁ ଉଧାର ବୀର.....
Go Back to Previous Page 
                                               
                            ଆପେ ବଞ୍ଚିଲେ ବାପର ନାଁ
                            ବିନୟ ମହାପାତ୍ର 
                            Read Article
                            
 
                                               
                            ମୁଁ ସେଇ କୁନ୍ଦୁଲୀ ପୀଡ଼ିତା କହୁଛି
                            ବିକେଶ କୁମାର ସାହୁ 
                            Read Article
                            
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା 
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ 
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ