 
     
                    
ଜଗତର ମା ତୁମେ ଦୂର୍ଗା
ଦୁର୍ଗତି ନାଶିନୀ ତୁମେ ଦୁର୍ଗା
ପ୍ରାର୍ଥନା ଓ ବନ୍ଦନା ମୁଁ କରେ
ନବରାତ୍ରି କାଳେ ତବ
ସମ୍ମୁଖରେ
ରାସ୍ତାରେ ଚାଲୁଥିବା ମା
ଜାଣେ ନାହିଁ କିସ ତାର ନାଆଁ
ସାଜି ଆଜି ମହିଷା ଅସୁର
ହାତ ମାରେ ବୁକୁରେ ତାହର
ଚୋର ଏବଂ ଚଣ୍ଡାଳ ହୋଇ
ମା ଝିଅ ମୋ ଘରେ ଥାଇ
ମା ମୋର ହୋଇ ଅବଳା ,
ଲଜ୍ଜ୍ୟା ଆଉ ଦୁଃଖରେ ବାଉଳା ,
କୁଳପତି ପାଶେ ସେ କରନ୍ତି ଗୁହାରି ,
କଥା ତାଙ୍କ ଦୁଃଖ ଆଉ କ୍ରୋଧ ରେ ଭରି ,
ନାହିଂ ଅନୁକମ୍ପା କିମ୍ବା ସହାନୁଭତି
କୁଳପତି ଦେଉଛନ୍ତି ମିଛ ପ୍ରତିଶ୍ରୁତି
ଏଇଟା ତା
ଅତି ସାଧାରଣ କଥା ,
ନିଜେ ନିଜକୁ ରକ୍ଷଶ କରିବାର କଥା ,
ସୂର୍ଯ୍ୟାସ୍ତ ପୂର୍ବରୁ ନିଜ କୋଠରୀକୁ ଫେରିଯାଅ ,
ନଚେତ ଦୁଃସ୍କୃତଙ୍କ ଅପମାନ ପାଅ ,
ମା ତୁମେ ଦୁର୍ଗତି ନାଶିନୀ
ଅଧର୍ମ ଓ ପାପ ବିନାଶିନୀ ,
ଅନ୍ୟାୟ କୁ କରନାହିଁ ସହ୍ୟ ,
ନାଶ କର ଦୁଇମୁହାଁ ଦାନବର ମୋହ ,
ଧରି ଅସ୍ତ୍ର ଅଧିକାର ଆଉ ନ୍ୟାୟର ,
ସଂଗେ ନେଇ ପାର୍ଶ ଦେବଦେବୀ ଗଣ
ଦାନବର ହତ୍ୟା କର ନେଇ ଏହି ପ୍ରଣ
Go Back to Previous Page 
                                               
                            ଏକ ଭାଙ୍ଗିଥିବା ସ୍ବପ୍ନ
                            ସଞ୍ଜୟ ଦାସ 
                            Read Article
                            
 
                                               
                            ଖିଲ୍ଜୀ
                            ରିଭୁ ଆଭୁଷଣ ପଣ୍ଡା 
                            Read Article
                            
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା 
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ 
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ