 
     
                    
ମା,
କେମିତି କହିବି ତୋତେ କେମିତି ବଞ୍ଚିଛି
ଚାରିପାଖେ ଛଳନାର ଭିଡ଼ନେଇ ନିଇତି ଜଳୁଛି
ଆଲୁଅର ଦାଉ ଆଉ ପାରୁନାହିଁ ସହି
ଅନ୍ଧାରର ସାହାରାରେ ଗୁମୁରି କାନ୍ଦୁଛି
ଫୁଲ ଛୁଇଁଦେଲେ ଆଜି କଣ୍ଟା ପାଲଟୁଛି
ଜୀଇଁବାର ବାହାନାରେ ନିଇତି ମରୁଛି
ଏକା ଏକା ଚୁପଚାପ୍ ସ୍ବପ୍ନ ସାଉଁଟୁଛି
ମରୁମାର୍ଗେ ଜୀବନକୁ ଖୋଜି ମୁଁ ଚାଳିଛି ମା
ମୁଁ ଅସହାୟ ସମୟର କୀଟଦ୍ରଷ୍ଟା ଅବୟବ
ପରେ... ସମ୍ପରକର ତାଳିପକା ପ୍ରମାଣ ପତ୍ରକୁ
ନିଜ ଖୁସିପାଇଁ ମନ ମୁତାବକ ରଙ୍ଗଦେଇ
ପାଗଳର ପ୍ରଳାପ କରୁଛି...
ମୁଁ ଆଉ ମୁଁ ହେଇ ନାହିଁ... ସତରେ ମୁଁ
ବଦଳି ଯାଇଛି...
Go Back to Previous Page 
                                               
                            ନୀରବତା
                            ଡା ନୀଳମାଧବ କର 
                            Read Article
                            
 
                                               
                            ମୁଁ ଓ ତୁମେ
                            ଶ୍ରୀମାନ୍ ଆର୍ତ୍ତତ୍ରାଣ ଖୁର୍ଡ଼ିଆ 
                            Read Article
                            
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା 
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ 
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ